Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

୧୫୫ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଅନୁଷ୍ଠିତ..

ରାଜ୍ୟର ଗ୍ରାମାଞ୍ଚଳରେ ଅଧିକ ସ୍ଥାୟୀ ବ୍ୟାଙ୍କ୍‌ ଶାଖା ଖୋଲିବା ସହ କୃଷି ଏବଂ ଶିକ୍ଷାକ୍ଷେତ୍ରକୁ ଅଗ୍ରାଧିକାର ଦିଆଯିବା ଉପରେ ଗୁରୁତ୍ୱ ..

0

ଭୁବନେଶ୍ୱର:ନିରପେକ୍ଷ ଖବର, ତା ୧୧/୦୭/୨୦୧୯, ରାଜ୍ୟର ଦୂରଦୂରାନ୍ତ ଏବଂ ପଛୁଆ ଅଞ୍ଚଳଗୁଡ଼ିକରେ ବ୍ୟାଙ୍କ ସେବାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ତଥା ରାଜ୍ୟର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ଗଠନମୂଳକ ଭୂମିକା ନିର୍ବାହ କରି ଆସିଛନ୍ତି । ଏହି ପ୍ରସଙ୍ଗରେ ଆଜି ଅନୁଷ୍ଠିତ ୧୫୫ତମ ବ୍ୟାଙ୍କର୍ସ କମିଟି ବୈଠକରେ ରିଜର୍ଭ ବ୍ୟାଙ୍କ, ଏସ୍‌.ଏଲ୍‌.ବି.ସି.(ଓଡ଼ିଶା), ନାବାର୍ଡ, ଏସ୍‌ବିଆଇ, ୟୁକୋ ବ୍ୟାଙ୍କ ଅଂଶଗ୍ରହଣ କରି ନିଜର ମତାମତ ରଖିଥିଲେ । ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଏହି ବୈଠକକୁ ଉଦ୍‌ଘାଟନ କରି କହିଲେ ଯେ, ପ୍ରଳୟଙ୍କରୀ ଫନୀ ବାତ୍ୟା ସମୟରେ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବ୍ୟାଙ୍କ ସେବାକୁ ସଚଳ କରିବାରେ ବ୍ୟାଙ୍କ କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି ଜନସାଧାରଣଙ୍କୁ ସେବା ଯୋଗାଇଛନ୍ତି । ରିଜର୍ଭ ବ୍ୟାଙ୍କ, ଏସ୍‌.ଏଲ୍‌.ବି.ସି. ଓଡ଼ିଶା ଏବଂ ଅନ୍ୟାନ୍ୟ ପ୍ରମୁଖ ବ୍ୟାଙ୍କଗୁଡ଼ିକ
ବାତ୍ୟା ଫନୀ ସମୟରେ ପ୍ରତି ସ୍ଥାୟୀ ଶାଖା ଏବଂ ଏଟିଏମ୍‌କୁ କାର୍ଯ୍ୟକ୍ଷମ କରି ଜନସାଧାରଣ ନଗଦ ଟଙ୍କା ଉଠାଇବାରେ ସହଯୋଗ କରିଛନ୍ତି । କୃଷକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ
ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ‘କାଳିଆ’ ଯୋଜନାରେ ସେମାନଙ୍କ ପାସ୍‌ ବୁକ୍‌କୁ ସିଧାସଳଖ ଅର୍ଥ ହସ୍ତାନ୍ତର କରିବାରେ ମଧ୍ୟ ବ୍ୟାଙ୍କ ଅଫିସରମାନେ ନିଜର କର୍ତ୍ତବ୍ୟ ସୁଚାରୁରୂପେ ନିର୍ବାହ କରିଛନ୍ତି ।
ମାଓବାଦୀ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଇଣ୍ଟରନେଟ୍‌ ସୁବିଧା ରହୁ ନଥିବାରୁ ବ୍ୟାଙ୍କ କାରବାର ବାଧାପ୍ରାପ୍ତ ହେଉଛି । ଏଥି ନିମନ୍ତେ ଅର୍ଥ ବିଭାଗ ପ୍ରଥମ ପର୍ଯ୍ୟାୟରେ ୫୦ଟି ସୌର ଭଟଚ୍ଚଟ୍ଟ ସ୍ଥାପନା କରିବା ପାଇଁ ୨ କୋଟି ଟଙ୍କା ଓଡ଼ିଶା ଜୀବିକା ମିଶନକୁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଅର୍ଥନୈତିକ ସ୍ୱାକ୍ଷରତା ସପ୍ତାହ ପାଳନ କରାଯାଇ କୃଷକ, କ୍ଷୁଦ୍ର ବ୍ୟବସାୟୀ , ସ୍କୁଲପିଲା, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବରିଷ୍ଠ ନାଗରିକମାନଙ୍କୁ ଓଡ଼ିଆ ଭାଷାର ଆର୍ଥିକ ସାକ୍ଷରତା ସମ୍ବନ୍ଧୀୟ କ୍ଷୁଦ୍ର ପୁସ୍ତିକା ବଣ୍ଟନ କରାଯାଇଛି । ୨୦୧୯-୨୦ ବର୍ଷ ପାଇଁ ବାର୍ଷିକ ଋଣ ଯୋଜନା ୭୧,୪୨୦ କୋଟି ଟଙ୍କାରେ ଧାର୍ଯ୍ୟ ହୋଇଥିବା ବେଳେ ୩୧.୦୩.୨୦୧୯ ସୁଦ୍ଧା ୫୯୯୩୬.୩୪ କୋଟି ଟଙ୍କାର ଲକ୍ଷ୍ୟ ହାସଲ ହୋଇ ପାରିଛି, ଯାହାକି ଶତକଡ଼ା ୮୩.୯୨ । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ୨୦୧୮-୧୯ ବର୍ଷ ପାଇଁ ୧୭୯୧୯ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ୩୧.୦୩.୨୦୧୯ ସୁଦ୍ଧା
୨୫୯୧୧ କୋଟି ଟଙ୍କାର ଲକ୍ଷ୍ୟ ହାସଲ ହୋଇଛି । ଯାହାକି ଧାର୍ଯ୍ୟ ଲକ୍ଷ୍ୟର ଶତକଡ଼ା ୧୪୪.୬୦ । କୃଷି ଓ ଶିକ୍ଷା କ୍ଷେତ୍ରରେ ବାର୍ଷିକ ଋଣ ଯୋଜନା କାର୍ଯ୍ୟକାରୀ କରିବାରେ ପ୍ରାଧାନ୍ୟ ଦେବା ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଅଗ୍ରାଧିକାର କ୍ଷେତ୍ରରେ ୭୫୬୧୧.୯୬ କୋଟି ଟଙ୍କା ବାର୍ଷିକ ଋଣ ଯୋଜନା ଧାର୍ଯ୍ୟ ହୋଇଛି । ରାଜ୍ୟର ପ୍ରତି ଜିଲ୍ଲାଗୁଡ଼ିକରେ ରିଜର୍ଭ ବ୍ୟାଙ୍କ୍‌, ଅର୍ଥବିଭାଗ ଏବଂ ଏସ୍‌.ଏଲ୍‌.ବି.ସି. ତରଫରୁ ଋଣମେଳା ଆୟୋଜନ କରିବା ପାଇଁ ପରାମର୍ଶ ଦେଇଥିଲେ । ଗତ ଦୁଇ ବର୍ଷ ହେଲା ରିଜର୍ଭ ବ୍ୟାଙ୍କ୍‌ ପକ୍ଷରୁ ବାର୍ଷିକ ଋଣ ଯୋଜନା ଏବଂ ଋଣ ଓ ଜମା ଅନୁପାତକୁ ସତର୍କତାର ସହ ତଦାରଖ କରାଯାଉଛି । ଯାହାଦ୍ୱାରା ବାର୍ଷିକ ଋଣ ଯୋଜନା ଏବଂ ଋଣ ଓ ଜମା ଅନୁପାତ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ । ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ ମୀନା ତାଙ୍କର ବକ୍ତବ୍ୟରେ ଡିଜିଟାଲ ଟଙ୍କା ପୈଠ ସମ୍ପର୍କରେ ଆଲୋଚନା କରି କହିଥିଲେ ସମ୍ପ୍ରତି ଜାତୀୟ ଅର୍ଥନୀତିରେ ଡିଜିଟାଲ ଟଙ୍କା ପୈଠ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହି ପରିପ୍ରେକ୍ଷୀରେ ଅର୍ଥ ବିଭାଗ, ଏସ୍‌.ଏଲ୍‌.ବି.ସି ଓଡ଼ିଶା ଏବଂ ପ୍ରମୁଖ ବ୍ୟାଙ୍କ୍‌ଗୁଡ଼ିକୁ ଡିଜିଟାଲ ଟଙ୍କା ପୈଠ ସମ୍ପର୍କରେ କର୍ମଶାଳା ଆୟୋଜନ କରାଯାଇ ସଚେତନତା ସୃଷ୍ଟି କରିବା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ । କୃଷି ଏବଂ ଶିକ୍ଷା କ୍ଷେତ୍ରରେ ବାର୍ଷିକ ଋଣ ଯୋଜନା ପ୍ରତି ଅଧିକ ଧ୍ୟାନ ଦେବା ଉପରେ ସେ ଗୁରୁତ୍ୱାରୋପ
କରିଥିଲେ । ଏହି ବୈଠକରେ ଏମ୍‌.ଏସ୍‌.ଏମ୍‌.ଇ. ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୀବ ଚୋପ୍ରା, କୃଷି ଏବଂ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ଶ୍ରୀ ସୌରଭ ଗର୍ଗ, ୟୁକୋ ବ୍ୟାଙ୍କ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଏ. କେ. ଗୋଏଲ, ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ମଲ୍‌, ନାର୍ବାର୍ଡର ଚିଫ୍‌ ଜେନେରାଲ ମ୍ୟାନେଜର ଶ୍ରୀ ଚନ୍ଦ୍ରଶେଖର, ଏସ୍‌.ବି.ଆଇ. ଚିଫ୍‌ ଜେନେରାଲ ମ୍ୟାନେଜର ଶ୍ରୀ ପ୍ରବୀଣା କାଲା ଏବଂ ୟୁକୋ ବ୍ୟାଙ୍କ୍‌ର ଜେନେରାଲ ମ୍ୟାନେଜର ତଥା ଏସ୍‌.ଏଲ୍‌.ବି.ସିର ଆବାହକ ଉଜ୍ଜଲ୍‌ କୁମାରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ବିଭିନ୍ନ ବ୍ୟାଙ୍କ୍‌ର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.