ନିରପେକ୍ଷ ଖବର,ପୁରୀ:୦୮/୦୫/୨୦୧୯, ବାତ୍ୟାକୁ ୬ଦିନ ବିତିଯାଇଥିଲେ ମଧ୍ୟ ପୁରୀ ରାସ୍ତାରୁ ହଟୁନି ଗଛ । ଏବେ ସବୁଠାରୁ ଅଧିକ ପାଣି ଓ ବିଦ୍ୟୁତ୍ ସମସ୍ୟା ଲୋକଙ୍କର । ସବୁଠି ହାହାକାର । ବାସହରା ହୋଇଯାଇଛନ୍ତି ହଜାର ହଜାର ଲୋକ । ମୁଣ୍ଡ ଉପରେ ଛାତ ନାହିଁ, ରାତି ହେଲେ ଚାରିଆଡେ ଶୂନ ଶାନ । ବହୁ ସଂଖ୍ୟାରେ ବିଦ୍ୟୁତ ଖୁଂଟ ନଷ୍ଟ ହୋଇଥିବାରୁ କେବେ ବିଜୁଳି ଆସିବ ତାହା କହିବା ଅସମ୍ଭବ ।ରାସ୍ତା ଉପରେ ଜମା ହୋଇ ରହିଛି ଭଙ୍ଗା ଗଛ ।
ରାତିସାରା ବିନା ବିଜୁଳିରେ ଲୋକ ବିଭିନ୍ନ ଅସୁବିଧା ଭୋଗୁଛନ୍ତି । ପ୍ରବଳ ଗରମରେ ଲୋକ ବିକଳ ହେଉଛନ୍ତି । ପାଣି ବି କିଛି କମ ହଇରାଣ କରୁନାହିଁ । ପିଇବା ପାଣି ଟୋପାଏ ପାଇଁ କେତେଯେ ଦୂର ଯିବାକୁ ପଡୁଛି ତାହାର କୌଣସି ହିସାବ ନାହିଁ । ଯେଉଁଠାରେ ପାଣି ଟିକେ ମିଳୁଛି ସେଠାରେ ଲମ୍ବା ଲାଇନ ।ସନ୍ଧ୍ୟା ହେଲା ମାତ୍ରାକେ କିଟିକିଟି ଅନ୍ଧାର। କେବଳ ଅପେକ୍ଷା କେବେ ସକାଳ ହେବ। ରାତିରେ ଶୋଇ ହେଉଛି ନା ଖାଇ ହେଉଛି । କେବଳ ଏତିକି ନୁହେଁ କାହାକୁ ମଧ୍ୟ ଫୋନ ଲାଗୁନାହିଁ ।କାହାରିକୁ ଯୋଗାଯୋଗ ମଧ୍ୟ କରିବା ଅସମ୍ବବ । କେବେ ପରିସ୍ଥିତି ସ୍ୱାଭାବିକ ହେବ ତାହାକୁ ନେଇ ଚିନ୍ତାରେ ସ୍ଥାନୀୟ ଏବେ ସ୍ଥାନୀୟ ଜନସାଧାରଣ ।