Blank space
Blank space
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ
Blank space

ବିଜେଡିର ‘ପଦଯାତ୍ରା’ ଓ କଂଗ୍ରେସର ‘ଜାଗରଣ ଯାତ୍ର’କୁ ଟକ୍କର ଦେବ ବିଜେପିର ‘ଜନଜାଗରଣ ଯାତ୍ରା’ ଓ ‘ପରିବର୍ତ୍ତନ ଯାତ୍ରା’….

0

ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକରେ ହୋଇଥିବା ନିଷ୍ପତ୍ତି ସଂପର୍କରେ ଆଜି ସୂଚନା ଦେଇ ରାଜ୍ୟ ବିଜେପି ଦଳର ସଭାପତି ବସନ୍ତ ପଣ୍ଡା କହିଛନ୍ତି ଏହି ଯାତ୍ରା ପୂର୍ବରୁ ଅକ୍ଟୋବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଦଳ କରିବ ସରକାରଙ୍କ ଦୁର୍ନୀତି ବିରୋଧରେ ହଲ୍ଲାବୋଲ ଅଭିଯାନ।

ରକାରଙ୍କ ବିରୋଧରେ ୧୦ଟି ଦୁର୍ନୀତିର ପୋଲ୍‌ ଖୋଲିବା ପାଇଁ ପ୍ରତି ବ୍ଲକରେ ହେବ ଏହି ଆନ୍ଦୋଳନ। ନଭେମ୍ବର ୧ରୁ ୩୦ ତାରିଖ ଯାଏ ରାଜ୍ୟ ସରକାରଙ୍କ ବିରୋଧରେ ଲୋକମତ ସୃଷ୍ଟି ଉଦ୍ଦେଶ୍ୟରେ ଗାଁ ଗାଁରେ ପହଞ୍ଚିବା ପାଇଁ ନେତା କରିବେ ‘ଜନଜାଗରଣ ଯାତ୍ରା’। ସେହିପରି ଡିସେମ୍ବର ୧ରୁ ୩୦ ତାରିଖ ଯାଏ କେନ୍ଦ୍ରୀୟ ନେତାଙ୍କ ସହ ମିଶି ରାଜ୍ୟ ନେତାଏ ବିଧାନସଭା କ୍ଷେତ୍ର ସହ ବ୍ଲକ ଓ ସହରରେ କରିବେ ‘ପରିବର୍ତ୍ତନ ଯାତ୍ରା’। ଏପଟେ ନିଜ ସଫଳତାର ଗାଥା ଲୋକଙ୍କୁ କହିବା ପାଇଁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ‘ଜନସଂପର୍କ ପଦଯାତ୍ରା’ କରୁଛି ବିଜେଡି। ଏହି ଯାତ୍ରା ବେଳେ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ସହ କେନ୍ଦ୍ର ଅବହେଳାର ପ୍ରସଙ୍ଗ ମଧ୍ୟ ଉଠାଉଛନ୍ତି ବିଜେଡି ନେତା।  ସେପଟେ ଯାତ୍ରା ରାଜନୀତିରେ ମଧ୍ୟ ପଛରେ ନାହିଁ କଂଗ୍ରେସ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା କଥା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବାଲେଶ୍ୱରରୁ ଦଳ ଆରମ୍ଭ କରିଛି ‘ଜାଗରଣ ଯାତ୍ରା’। ନଭେମ୍ବରରୁ ଆରମ୍ଭ ହେଉଥିବା ବିଜେପିର ‘ଜନଜାଗଣ ଯାତ୍ରା’କୁ ବିଜେଡି କପି-ଯାତ୍ରା ବୋଲି କହୁଥିବା ବେଳେ କଂଗ୍ରେସ ମଧ୍ୟ ଏହାକୁ କଟାକ୍ଷ କରିଛି।.  ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ବିଜେଡି ମୁଖପାତ୍ର କହିଛନ୍ତି- “ଦିନକୁ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ପଢ଼ିବାରେ ଲାଗିଛି। ଏଥିରେ ବିଜେପି ଭୟଭୀତ ହୋଇପଡ଼ିଛି। ଦୀର୍ଘ ୧୦ ବର୍ଷ ଧରି ଆମେ କରୁଥିବା ପଦଯାତ୍ରାକୁ ସେମାନେ କପି କରୁଛନ୍ତି। କିନ୍ତୁ ସେମାନେ ସେଥିରେ ସଫଳ ହେବେ ନାହିଁ।  ”ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି- “ସାଢ଼େ ୪ ବର୍ଷ ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇନାହିଁ। ସେମାନେ କ’ଣ ଅନ୍ୟକୁ ଦୋଷ ଦେଉଛନ୍ତି? ବର୍ତ୍ତମାନ ଭାରତ ଶାସନ ହେଉଛି- ମାଙ୍କଡ଼ ହାତରେ ଶାଳଗ୍ରାମ, ନଚେଇ ନଚେଇ ନେଲା ପ୍ରାଣ।.  ଗୋଟିଏ ମାସ ଧରି ବିଜେଡି ପଦଯାତ୍ରା କରୁଥିବା ବେଳେ ବିଜେପି କରିବ ଦୁଇମାସର ଯାତ୍ରା। ନିର୍ବାଚନର ଢେର ପୂର୍ବୁରୁ ଲୋକଙ୍କ ପାଖକୁ ଯିବାକୁ ତିନି ଦଳର ଏ ସଜବାଜ ରାଜ୍ୟ ରାଜନତୀକୁ ଉଷ୍ଣ କରିଛି।

Mo sapath

Leave A Reply

Your email address will not be published.