Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

ଓର୍‌ମାସ୍‌ ଆମ୍ବ ମେଳା ଉଦ୍‌ଯାପିତ…

0

* ୫ ଦିନରେ ୩୬ ମେଟି୍ରକ୍‌ ଟନ୍‌ ଆମ୍ବ କାରବାର
* ପ୍ରତି ଜିଲ୍ଲାରେ ବିକ୍ରୟ କେନ୍ଦ୍ର ଖୋଲିବ ଓର୍‌ମାସ୍‌

ଭୁବନେଶ୍ୱର:ନିରପେକ୍ଷ ଖବର, ତା.୦୬/୦୬/୨୦୧୯ରିଖ
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଓର୍‌ମାସ୍‌ ତରଫରୁ ଭୁବନେଶ୍ୱରରେ
ଆୟୋଜିତ ପ୍ରଥମ ରାଜ୍ୟସ୍ତରୀୟ ଆମ୍ବ ମେଳା ବୁଧବାର ଦିନ ଉଦ୍‌ଯାପିତ ହୋଇଯାଇଛି ।
ଉଦ୍‌ଯାପନୀ ସଭାରେ ଓର୍‌ମାସ୍‌ର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ସ୍ୱୟଂପ୍ରଭା
ମହାନ୍ତି ମେଳାରେ ଯୋଗଦେଇଥିବା ଆମ୍ବ ଉତ୍ପାଦକ ଗୋଷ୍ଠୀ ତଥା ଆମ୍ବ ଚାଷୀମାନଙ୍କ ସହ
ଆଲୋଚନା କରିବା ସହ ମେଳାର ସଫଳତା ପାଇଁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ
ମାନପତ୍ର ଓ ସ୍ମାରକୀ ପ୍ରଦାନ କରିଥିଲେ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ
ଶ୍ରୀ ମହେଶ୍ୱର ପାଣିଗ୍ରାହୀ ଚାଷୀଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ସପୁରୀ, ପିଜୁଳି ଆଦି
ଫଳକୁ ନେଇ ଏଭଳି ମେଳା ଆୟୋଜନ ପାଇଁ ପରାମର୍ଶ ଦେଇଥିଲେ । ସଭାରେ ଚାଷୀମାନେ
ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ ।
ଜୁନ୍‌ ୧ ତାରିଖ ଦିନ ଏହି ଆମ୍ବ ମେଳାକୁ ଉଦ୍‌ଘାଟନ କରିବା ଅବସରରେ ପଞ୍ଚାୟତିରାଜ ଓ
ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଆମ୍ବ ଷ୍ଟଲ୍‌ ବୁଲି ଦେଖିବା ସହ ଚାଷୀମାନଙ୍କ ସହ
ଆଲୋଚନା କରିଥିଲେ । ରାଜ୍ୟର ଫଳ ଚାଷୀ ତଥା ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ
ସାମଗ୍ରୀଗୁଡ଼ିକର ଉପଯୁକ୍ତ ବଜାର ସୁବିଧା ଯୋଗାଇଦେବା ପାଇଁ ଓର୍‌ମାସ୍‌ ତରଫରୁ ସବୁ ଜିଲ୍ଲା
ମୁଖ୍ୟାଳୟରେ ଅତ୍ୟାଧୁନିକ ବିକ୍ରୟ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ତୁରନ୍ତ
କାର୍ଯ୍ୟକାରୀ କରିବା ସହ ଚାଷୀ ଓ ଉତ୍ପାଦକ ଗୋଷ୍ଠୀମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବା
ଦିଗରେ ଓର୍‌ମାସ୍‌ର ପ୍ରୟାସକୁ ପ୍ରଶଂସା କରିଥିଲେ ।
ୟୁନିଟ୍‌ ୮ ସ୍ଥିତ ଏସ୍‌ଆଇଆର୍‌ଡି କ୍ୟାମ୍ପସ୍‌ରେ ଆୟୋଜିତ ମେଳା ଜୁନ ୧ରୁ ୫ ତାରିଖ
ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ଓଡ଼ିଶାର ୯ଟି ଜିଲ୍ଲାରୁ ଆମ୍ବଚାଷୀ ଓ ଉତ୍ପାଦକ ଗୋଷ୍ଠୀ ଭାଗ
ନେଇଥିଲେ । ଏହି ୫ ଦିନିଆ ଆମ୍ବ ମେଳାରେ ୩୬ ମେଟି୍ରକ୍‌ ଟନ୍‌ ଆମ୍ବ ବିକି୍ର ହୋଇଥିବାବେଳେ
୧୯ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି ।

Mo sapath

Leave A Reply

Your email address will not be published.