Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

ଧାନ କ୍ରୟ ନସରିବା ପର୍ଯ୍ୟନ୍ତ ମଣ୍ଡି ଖୋଲାରଖିବା ପାଇଁ ଦାବି କଲା କୃଷକମୋର୍ଚ୍ଚା..

0

*ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲାଯାଇନଥିବାରୁ ହଜାର    ହଜାର କ୍ୱିଂଟାଲ ଧାନ ଖତ ଖାଉଛି..

*ଧାନ ଅମଳ ସରିବା ପରେ ବି ଚାଷୀ ତାର ଧାନ ବିକ୍ରି କରିପାରୁନାହିଁ..

Blank space

*ମଣ୍ଡିରେ ଧାନ ବିକ୍ରି କରିନପାରି ଅସାଧୁ ମିଲର ମାନଙ୍କୁ କ୍ୱିଂଟାଲ ପିଛା ୯୦୦ ରୁ ୧୦୦୦ ଟଙ୍କାରେ
ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଧାନ ଚାଷୀ …

*ବରଗଡ ଜିଲ୍ଲାର ମହାଡ, ଅଗଲପୁର, ବରପାଲି ଓ ରେମଟା ଆଦି ମଣ୍ଡିରେ ଆଜି ମଧ୍ୟ ୨୫ ହଜାରରୁ
ଅଧିକ କ୍ୱିଂଟାଲ ଧାନ ପଡିରହିଛି…

ଭୁବନେଶ୍ୱର, ନିରପେକ୍ଷ ଖବର:ରାଜ୍ୟରେ ଧାନ ସଂଗ୍ରହ ସରିଛି କହି ଆସନ୍ତାକାଲିଠୁ ରାଜ୍ୟସରକାର ଧାନମଣ୍ଡି ଗୁଡିକୁ ବନ୍ଦ କରୁଛନ୍ତି । କିନ୍ତୁ ଅନ୍ୟପକ୍ଷରେ ଏବେବି ଅନେକ ସ୍ଥାନରେ ହଜାର ହଜାର କ୍ୱିଂଟାଲ ଧାନ ପଡିରହିଛି । ରବି ଧାନ ଚାଷ କରିଥିବା ଚାଷୀମାନଙ୍କ ପାଇଁ ଏପର୍ଯ୍ୟନ୍ତ ମଣ୍ଡି ଖୋଲିନାହିଁ । ଧାନ ଅମଳ ସରିବା ପରେ ବି ଚାଷୀ ତାର ଧାନ ବିକ୍ରି କରିପାରୁନାହିଁ ମଣ୍ଡି ନଖୋଲିବା ଯୋଗୁଁ ଧାନଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି ବୋଲି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ
ଶିବାଜୀ ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାର ତାଙ୍କ ଅପାରଗତାକୁ ଲୁଚାଇବାକୁଯାଇ ନିଜ ପିଠି ଥାପୁଡାଇ ବାହା ବାହା ନେଉଛନ୍ତି । ରାଜ୍ୟରେ ମୌସୁମୀ ସକ୍ରିୟ ହେବା ପରେ ବି ରାଜ୍ୟ ସରକାର ଏବଂ କୃଷି ବିଭାଗର ଏପର୍ଯ୍ୟନ୍ତ ନିଦ ଭାଙ୍ଗିନାହିଁ । ମଣ୍ଡି ଆଗରେ ଧାନ ବସ୍ତା ପଡିରହିଥିବାବେଳେ ହଠାତ୍ ରାଜ୍ୟସରକାର ଧାନ ସଂଗ୍ରହ ଅବଧି ଶେଷ ହୋଇଛି କହି ନିଜ ଦାୟୀତ୍ୱରୁ ଖସି ଯିବାକୁ ବସିଛନ୍ତି । ଚାଷୀ ମଣ୍ଡିରେ ଧାନ ବିକ୍ରି କରିନପାରି ଅସାଧୁ ମିଲର ମାନଙ୍କୁ କ୍ୱିଂଟାଲ ପିଛା ୯୦୦ ରୁ ୧୦୦୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ରାଜ୍ୟସରକାରଙ୍କ ଚାଷୀ ବିରୋଧୀ ମନୋଭାବ ଯୋଗୁଁ ଆଜି ହଜାର ହଜାର ଧାନ ବସ୍ତା ଧାନମଣ୍ଡି ଆଗରେ ଖତ ଖାଇବାକୁ ବସିଛି । ସମ୍ବଲପୁର, ବରଗଡ, ସୁବର୍ଣ୍ଣପୁର, କଳାହାଣ୍ଡି ଜିଲ୍ଲା ଗୁଡିକରେ ଧାନମଣ୍ଡି ଖୋଲିନାହିଁ । ରାଜ୍ୟସରକାର ଏବଂ କୃଷି ମନ୍ତ୍ରୀ ବସ୍ତୁ ସ୍ଥିତି ଉପରେ ସଂପୂର୍ଣ୍ଣରୂପେ ଅବଗତ ନାହାଁନ୍ତି । ବରଗଡ ଜିଲ୍ଲାର ମହାଡ, ଅଗଲପୁର, ବରପାଲି ଓ ରେମଟା ଆଦି ମଣ୍ଡିରେ ଆଜି ମଧ୍ୟ ୨୫ ହଜାରରୁ ଅଧିକ କ୍ୱିଂଟାଲ
ଧାନ ପଡିରହିଛି । କଳାହାଣ୍ଡି ଜିଲ୍ଲାରେ ଗତ ୧୮ ତାରିଖରୁ ଧାନ କିଣା ସରିଲା କହି ଚାଷୀମାନଙ୍କୁ ଟୋକନ ଇସ୍ଉ କରାଯାଉନାହିଁ । ଏବେ ବି ବରଗଡ ଜିଲ୍ଲାର ବରପାଲି ମଣ୍ଡିରେ ଧାନ ଚାଷୀ ଅମୀୟ ଗଡତିଆଙ୍କ ୨୦୦ ବସ୍ତାରୁ ଅଧିକ ଧାନ ୪୫ ଦିନ ହେଲା ପଡିରହିଛି । ସେହିପରି ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ମଣ୍ଡିରେ ଦୀର୍ଘ ଦିନ ଧରି ପଡିରହିଥିବା  ଧାନ ଗଜା ହେବାକୁ ବସିଲାଣି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଚାଷୀଙ୍କ ହିତ ପାଇଁ ଧାନମଣ୍ଡି ବନ୍ଦ କରିବା ନିଷ୍ପତିକୁ ସ୍ଥଗିତ ରଖିବା ସହ ଧାନ କ୍ରୟ ନସରିବା ପର୍ଯ୍ୟନ୍ତ ମଣ୍ଡି ଖୋଲା ରଖିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି ।

 

Mo sapath

Leave A Reply

Your email address will not be published.