ଭଦ୍ରକ, ୨୧ଜୁଲାଇ(ନିରପେକ୍ଷ ଖବର) : ପୂର୍ବତନ ସରପଞ୍ଚ ଓ ତାଙ୍କ ପୁଅ ସମେତ ଅନ୍ୟ ଜଣଙ୍କ ବିରୁଦ୍ଧ ଆସିଲା ସଙ୍ଗୀନ ଅଭିଯୋଗ।ଜଣେ ଯୁବକୁ ଖୁଣ୍ଟିରେ ବାନ୍ଧି ନିସ୍ତୁକ ମାଡ ମରାଯାଇଥିବା ଥାନାରେ ଏତଲା ଦେଲେ ଯୁବକ।ଭଦ୍ରକ ଜିଲ୍ଲା ତିହିଡି ଥାନା ସୟା ପଞ୍ଚାୟତ ଅଧିନ ବାଲିଚୁରୀ ଗ୍ରାମର ଏଭଳି ଘଟଣା ଘଟିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ପ୍ରକାଶ ପାଇଛି। ସୂଚନା ମୁତାବକ ତିନି ଦିନ ତଳେ ବାଲିଚତୁରୀ ଗ୍ରାମର ଜଣେ ଯୁବକଙ୍କୁ ସେହି ଗାଁର ୩ ଜଣ ବ୍ୟକ୍ତି ରାତି ଅଧରେ ଖୁଣ୍ଟରେ ବାନ୍ଧି ମାରିଥିଲେ। ଏନେଇ ତିହିଡି ଥାନାରେ ଏତଲା ହୋଇଥିଲା। ଏହି ଘଟଣାର ପୋଲିସ ଦୁଇ ଦିନ ଧରି ତଦନ୍ତ କରିବା ପରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିବ ଜଣାପଡିଛି। ଯୁବକଙ୍କ ମାଆ ଆରତୀ ମଳିକଙ୍କ ଅଭିଯୋଗ କ୍ରମେ ପୋଲିସ ସ୍ଥାନୀୟ ଅଞ୍ଚଳର ଛାମୁଆ ନେତା ଗୋକୁଳାନନ୍ଦ ମଳିକ, ତାଙ୍କ ପୁଅ ହୃଦାନନ୍ଦ ମଳିକ ଓ ଭକ୍ତହରି ମଳିକଙ୍କ ବିରୋଧରେ ଏକ ମାମଲା ୩୧୬/୧୯, ଦଫା ୩୪୧, ୨୯୪, ୩୨୩, ୩୫୪, ୫୦୬ ଓ ୩୪ ଆଇପିସି ରୁଜୁ କରିଛି । ପ୍ରକାଶ ଥାଉକି, ଚଳିତ ମାସ ୧୭ ତାରିଖ ରାତି ପ୍ରାୟ ୨ ଘଟିକା ସମୟରେ ବାଲିଚତୁରୀ ଗ୍ରାମର ବୋଲେରୋ ଚାଳକ ଅପର୍ତ୍ତୀ ମଳିକଙ୍କ ପୁଅ ହରିଶଙ୍କର ମଳିକ(୨୭) ଘରକୁ ଫେରୁଥିବା ବେଳେ ଏହି ଅଭିଯୁକ୍ତମାନେ ମିଳିତଭାବେ ହରିଶଙ୍କରକୁ ଘୋଷାରି ନେଇ ଘର ନିକଟରେ ଏକ ଖୁଣ୍ଟରେ ବାନ୍ଧି ଅତି ନିର୍ମମ ଭାବେ ପ୍ରହାର ସହିତ ଗୋଇଠା, ବିଧା ଓ ଚାପୁଡା ମାରୁଥିଲେ । ଖବର ପାଇ ତାଙ୍କ ବାପା ଓ ମାଆ ଅଭିଯୁକ୍ତମାନଙ୍କୁ ପଚାରିବାରୁ ସେମାନଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହିତି ଆକ୍ରମଣ କରାଯାଇଥିଲା । ପରେ ଗ୍ରାମବାସୀ ସୁବାଶ ମଳିକ ଘଟଣା ସ୍ଥଳରେ ପହଂଚି ବନ୍ଧା ହୋଇଥିବା ହରିଶଙ୍କରକୁ ଖୋଲି ଦେବାକୁ କହିଥିଲେ । ଅପରପକ୍ଷ ତାଙ୍କ କଥାକୁ ମାନିନଥିଲେ । କିଛି ସମୟ ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ହରିଶଙ୍କରକୁ ଉଦ୍ଧାର କରିବା ସହ ଥାନାକୁ ଆଣି ଅଟକ ରଖିଥିଲେ । ପରେ ୧୮ ତାରିଖ ସଂଧ୍ୟାରେ ପୋଲିସ ଗାଁକୁ ଯାଇ ସମ୍ପୂର୍ଣ୍ଣ ଘଟଣା ଉପରେ ବିଭିନ୍ନ ଲୋକଙ୍କୁ ଭେଟି ବୟାନ ରେକର୍ଡ କରିବା ପରେ ଅଟକ ହରିଶଙ୍କରକୁ ରାତି ପ୍ରାୟ ୧୨ ଘଟିକାରେ ଛାଡି ଦେଇଥିଲା । ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳରେ ପ୍ରଭାବଶାଳୀ ନେତା ହୋଇଥିବାରୁ ପୁଲିସ ସେମାନଙ୍କୁ ଧରିବାରେ ସକ୍ଷମ ହେଉଛି କି ନାହିଁ ତାହା ଆଗାମୀ ଦିନରେ ଜଣାପଡ଼ିବ।
