ଭୁବନେଶ୍ୱର ସାହିତ୍ୟ ସମାଜର ମାସିକ ଆସର …….
'ପାଠକୀୟ ଉଦାସୀନତା ଓ ପୃଷ୍ଠପୋଷକତାର ଅଭାବ ସାହିତ୍ୟ ପତି୍ରକାର ମୁଖ୍ୟ ସମସ୍ୟା’
ଭୁବନେଶ୍ୱର,ନିରପେକ୍ଷ ଖବର: ୨୭/୦୭/୨୦୧୯ ଓଡ଼ିଆ ସାହିତ୍ୟ ପତି୍ରକା ଅନେକଙ୍କ ପାଇଁ ସାହିତ୍ୟ ଜଗତକୁ ପ୍ରବେଶ ପଥ । ନୂତନ ପ୍ରତିଭାର ଆବିଷ୍କାର ସହ ଲାଳନପାଳନକୁ ସାହିତ୍ୟ ପତିକ୍ରା ଅଗ୍ରାଧିକାର ଦେଇଛି ଓ ଓଡ଼ିଆ ସାହିତ୍ୟର ବିଭବକୁ ଉପସ୍ଥାପନ କରୁଛି । ପାଠକୀୟ ଉଦାସୀନତା ଓ ପୃଷ୍ଠପୋଷକତାର ଅଭାବ ପତ୍ରପତି୍ରକାର ମୁଖ୍ୟ ସମସ୍ୟା ବୋଲି ଭୁବନେଶ୍ୱର ସାହିତ୍ୟ ସମାଜର ମାସିକ ଆସରରେ ମତପ୍ରକାଶ ପାଇଛି । ‘ଅପୂର୍ବା’ର ସଂପାଦକ କ୍ଷୀରୋଦ ପତି ନିଜର ଅନୁଭୂତି ଓ ଉପଲବ୍ଧି ଆଧାରରେ ସାହିତ୍ୟ ପତି୍ରକାର ସମସ୍ୟା ସଂପର୍କରେ ଆଲୋଚନା କରି ବ୍ୟକ୍ତିଗତ ଉତ୍ସାହ ଓ ସାରସ୍ୱତ ଉଦ୍ଦୀପନା ଯୋଗୁଁ ଅନେକ ପତି୍ରକା ପ୍ରକାଶ ପାଉଛି, କିନ୍ତୁ ଆର୍ଥିକ ଦୃଷ୍ଟିରୁ ଏହା ଏକ ଆକର୍ଷଣୀୟ ଉଦ୍ୟୋଗ ନୁହେଁ ବୋଲି ପ୍ରକାଶ କରିଥିଲେ । ବିଶେଷ ନିମନ୍ତ୍ରିତ କବି ନିରାକାର ଦାସ ତିନିଗୋଟି କବିତା ପାଠ କରିବା ସହ ନିଜ ସାରସ୍ୱତ ସାଧନା ସଂପର୍କରେ ବକ୍ତବ୍ୟ ରଖିଥିଲେ ଭୁବନେଶ୍ୱର ସାହିତ୍ୟ ସମାଜର ଉପସଭାପତି ତଥା ବିଶିଷ୍ଟ କବି ରକ୍ଷକ ନାୟକ ଆସରରେ ସଭାପତିତ୍ୱ କରିଥିଲେ । କବି ମିନତି ଦାଶ(ମାନୀ)ଙ୍କ ସଂଯୋଜନାରେ ପି୍ରୟରଞ୍ଜନ ସାହୁ, ସୁଷମା ଲେଙ୍କା, ଯଶୋବନ୍ତ ସେଠୀ, ଅମ୍ବିକା ସ୍ୱାଇଁ ମନମୋହନ ମିଶ, ଅଭୟ ନାରାୟଣ ନାୟକ, ମୀନାକ୍ଷୀ ସିଂ, ଉଦୟନାଥ ସାହୁ, ସୌଦାମିନୀ ବେହେରା, ବିରଞ୍ଚି ଶତପଥୀ, ସବିତା ଶତପଥୀ, ସୁଶାନ୍ତ ସାମଲ ପ୍ରମୁଖ କବିମାନେ ସ୍ୱରଚିତ କବିତା ପାଠ କରିଥିଲେ ।