ଭୁବନେଶ୍ୱର,ନିରପେକ୍ଷ ଖବର: ୦୫ ଅଗଷ୍ଟ, ୨୦୧୯ ବିଶ୍ୱରେ ଘଟୁଥିବା ପରିବର୍ତ୍ତନ ଓ ବଜାରର ଆବଶ୍ୟକତା ଉପଲବ୍ଧ କରି କେଉଁ କୃଷି କାର୍ଯ୍ୟ କଲେ ଅଧିକ ଉପଯୁକ୍ତ ହେବ ସେ ବିଷୟରେ କୃଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି । ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ ଓ ଦୀର୍ଘ ମିଆଦି ଯୋଜନା ମାଧ୍ୟମରେ ବଜାରର ଚାହିଦା ଅନୁଯାୟୀ ଫଳ ଓ ପନିପରିବା ଚାଷ ବିଷୟରେ କୃଷକମାନଙ୍କ ଆଗ୍ରହୀ କରିବାକୁ ପଡ଼ିବ । କୃଷକମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ଜ୍ଞାନକୌଶଳ ଓ ବଜାର ସୁବିଧା ଯୋଗାଇଦେବା ପାଇଁ ‘ଭାରତ ରୁରାଲ ଲାଇଭ୍ଲିହୁଡ଼୍ ଫାଉଣ୍ଡେସନ୍’ ଓ ‘ପ୍ରଦାନ’ ସହଯୋଗରେ କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଛି ଓ ଏହା ଦ୍ୱାରା ୧ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ ବୋଲି କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି । ଆଜି ପୂର୍ବାହ୍ନରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପ ପକ୍ଷରୁ ‘ଚାଷର ସମୃଦ୍ଧି ନିମନ୍ତେ
ବଜାର ବ୍ୟବସ୍ଥାର ସୁଦୃଢ଼ୀକରଣ’ ଶୀର୍ଷକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଏହି ପ୍ରକଳ୍ପରେ ଢିପ ଜମି ଥିବା ଜନଜାତିବହୁଳ ୧୨ଟି ପଛୁଆ ବ୍ଲକ୍ରେ କ୍ଲଷ୍ଟର ପ୍ରତିଷ୍ଠା କରାଯିବ । ଏହି ଯୋଜନାରେ ୪ ବର୍ଷରେ ମୋଟ ୪୦୧.୬ କୋଟି ଟଙ୍କା ବ୍ୟୟ କରାଯିବ ।ଏହି ପ୍ରକଳ୍ପରେ ଫଳ ଓ ପନିପରିବା ଚାଷ କରିଥିବା କୃଷକମାନଙ୍କୁ ଆନୁଷଙ୍ଗିକ ବଜାର ସୁବିଧା ଯୋଗାଇ ଦିଆଯିବ । ପ୍ରକଳ୍ପର ସଫଳ ରୂପାୟନ ନିମନ୍ତେ ଉତ୍ପାଦିତ କୃଷି ଦ୍ରବ୍ୟକୁ ମୂଲ୍ୟଯୁକ୍ତ ଓ ପ୍ରାମାଣୀକରଣ କରାଯିବ ଯଦ୍ଦ୍ୱାରା କୃଷକମାନଙ୍କ ଆୟ ବହୁଗୁଣିତ ହୋଇପାରିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ସୂଚନା ଯୋଗ୍ୟ ଯେ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ, ସେ୍ୱଚ୍ଛାସେବୀ ଅନୁଷ୍ଠାନ, ‘ଭାରତ ରୁରାଲ୍ ଲଇଭ୍ଲିହୁଡ଼୍ ଫାଉଣ୍ଡେସନ୍’ ଓ ‘ପ୍ରଦାନ’ ମିଳିତ ଉଦ୍ୟମରେ କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପଟି ରାଜ୍ୟରେ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ, ଓର୍ମାସ୍ର ଯୁଗ୍ମ ସିଇଓ ସୁଜୟ କର, ଭାରତ ରୁରାଲ ଲାଇଭଲିହୁଡ଼୍ ଫାଉଣ୍ଡେସନ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରମଥେସ୍ ଅମ୍ବାସ୍ତା ଓ ‘ପ୍ରଦାନ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧୀର ସାହାନୀ ପ୍ରମୁଖ କର୍ମଶାଳାରେ ଅଂଶଗ୍ରହଣ କରି କହିଲେ ଯେ, ଏହି ଯୋଜନା ମାଧ୍ୟମରେ ୬୫୦ଟି ଉତ୍ପାଦକ ଗୋଷ୍ଠୀ ଓ ୩୦ଟି ଉତ୍ପାଦକ କମ୍ପାନୀ ଗଠନ କରାଯିବ । ଏହି ଉତ୍ପାଦକ ଗୋଷ୍ଠୀଗୁଡ଼ିକ ସମନ୍ୱିତ
ଓ ମିଳିତ ଭାବେ ଉଦ୍ୟାନ କୃଷିଭିତ୍ତିକ ଉତ୍ପାଦନ କରିବେ ସେହିପରି ୭୫୦ ଜଣ ବଜାର ସଂଯୋଜକ କୃଷି ଉଦ୍ୟୋଗୀଙ୍କ
ଦକ୍ଷତା ବୃଦ୍ଧି କରାଯିବ । ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି ଯୋଜନା ଅନ୍ତର୍ଗତ ସ୍ଥାୟୀ ଭାବରେ ୪୦ ପ୍ରତିଶତ
ଜମିରେ ବିନା କୀଟନାଶକ ଫସଲ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ଚାଷୀମାନଙ୍କ ଜୀବିକା ବୃଦ୍ଧି ନିମନ୍ତେ କ୍ଲଷ୍ଟରଗୁଡ଼ିକରେ ୪୦ ହଜାର ପରିବାରଙ୍କୁ ଆନୁଷଙ୍ଗିକ କୃଷି ଯଥା ଛେଳି ଓ କୁକୁଡ଼ା ଆଦି ପାଳନ ପାଇଁ ସହାୟତା ପ୍ରଦାନ କରାଯିବ । ଜୀବିକା ବୃଦ୍ଧି ନିମନ୍ତେ ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ୧୬ ହଜାର ଏକର ଜମିରେ ଜଳସେଚନ, ୮ ହଜାର ଏକର ଜମିରେ ଫଳ ଚାଷ, ୭୦ ହଜାର ଚାଷୀଙ୍କୁ କୃଷି ଯନ୍ତ୍ରପାତି ସୁବିଧା ଯୋଗାଇ ଦିଆଯିବ । ଏଥି ସହିତ କର୍ମଶାଳାର କୃଷି ଉତ୍ପାଦନ ବଜାରୀକରଣରେ ନିୟୋଜିତ ୧୦ ଗୋଟି ସଂସ୍ଥା ଯଥା ମଦର ଡାଏରୀ, ସେଫ୍ ହାରଭେଷ୍ଟ, ଏକେଏମ୍ ଗ୍ରୁ«, ଏନ୍ଇଏମ୍ଏଲ୍, ଏସ୍୪ ଏସ୍ ଟେକ୍ନୋଲୋଜିସ୍, ସମୁନ୍ନତି, କ୍ରପ୍ଇନ୍, ଆାରେଞ୍ଜ ଫ୍ରେସ୍, ଓଡିଶା ଅରଗାନିକ୍ ହବ୍ ଓ ଇଫ୍କୋ କିଶାନ୍ର ପ୍ରତିନିଧିଙ୍କ ଓ ୧୭ଟି ସେ୍ୱଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ ।
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ