ବିନା ମୂଲ୍ୟରେ ୫ କିଲୋୱାଟ୍ ପର୍ଯ୍ୟନ୍ତ ବିଦୁ୍ୟତ୍ ଶକ୍ତି ପାଇବା ସହ ବାର୍ଷିକ ୫୦ ହଜାର ଟଙ୍କା ସଂଚୟ କରିପାରିବେ ….
ସୋଲାର୍ ସିଷ୍ଟମ୍ ସଚେତନତା କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ....
ଭୁବନେଶ୍ୱର,ନିରପେକ୍ଷ ଖବର:୧୦/୦୮/୧୯ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ପୁରୀ କଚେରୀ ରୋଡ୍ଠାରେ ଟାଟା ପାୱାର ସୋଲାର ସିଷ୍ଟମ୍ ସଚେତନତା କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ ଯେ ଭାରତବର୍ଷର ୨୯ଟି
ରାଜ୍ୟରେ ୧୦୦ଟି ସହରରେ ଏହି ଯୋଜନା ସଫଳତା ହାସଲ କରିବା ପରେ ଓଡ଼ିଶାବାସୀ ଏହାର ବ୍ୟବହାର ଦ୍ୱାରା ପରିବେଶ ଅନୁକୂଳ ଶକ୍ତି ପାଇବା ସହ ବିଦୁ୍ୟତ ଖର୍ଚ୍ଚରୁ ବଞ୍ଚିତ ହୋଇପାରିବେ । ଜନସାଧାରଣ ନିଜ ନିଜର ଛାତରେ ଏହି ପ୍ରକଳ୍ପ ସ୍ଥାପନ କରି ୫ କିଲୋୱାଟ୍ ପର୍ଯ୍ୟନ୍ତ ବିଦୁ୍ୟତ ଶକ୍ତି ପାଇବା ସହ ବାର୍ଷିକ ୫୦ ହଜାର ଟଙ୍କା ସଂଚୟ କରିପାରିବେ । ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ସେସୁ କାର୍ଯ୍ୟାଳୟ ଓ ଟେକ୍ନିକାଲ ୟୁନିଟ୍ ପରିଦର୍ଶନ କରିବା ସହ ‘ଗୋ-ଗ୍ରୀନ୍ ବୋର୍ଡ’ରେ ନିଜର ମତ ଉପସ୍ଥାପନ କରିଥିଲେ ।
ଏହି ଅବସରରେ ପୁରୀର ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ, ସେସୁର ସୁପରିଟେଣ୍ଡେଣ୍ଟ ଇଂଜିନିୟର ପି.କେ. ସାହୁ, ସେସୁ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବପ୍ରସାଦ ସ୍ୱାଇଁ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।