ବାରିପଦା(ନିରପେକ୍ଷ ଖବର)ତା-୧୫/ଅଗଷ୍ଟ/୨୦୧୯ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ସମ୍ମାନିତ ହେଲେ ସୁବ୍ରତ କୁମାର ଦାସ।ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଠାରେ ପାଳିତ ହୋଇଥିବା ଏହି ସ୍ୱାଧୀନ ଭାରତର ୭୩ତମ ସ୍ୱାଧୀନତା ଦିବସରେ ପଞ୍ଚାୟତ ରାଜ ଓ ପାନୀୟ ଜଳ,ଆଇନ ଓ ଗୃହ ନିର୍ମାଣ ବିଭାଗର ମାନ୍ୟବର ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ରିଜର୍ଭ ପୁଲିସ ପେରେଡ଼ ପଡିଆ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅବିନାଶ କୁମାର ଅତିଥିଭାବେ ଉପସ୍ଥିତ ରହିଥିଲେ।ଏହି ଅଵସରରେ ମୁଖ୍ୟ ଅତିଥୀଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରାଯାଇ ସମ୍ମିଳିତ ପ୍ୟାରେଡ଼ରେ ସେ ଅଭିବାଦନ ଗ୍ରହଣ କରିଥିଲେ। ପ୍ୟାରେଡ଼ ରେ କୃତିକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିବା ସହ ଜାତୀୟ ଯୁବ ପ୍ରତିଭା ପୁରସ୍କାର ପାଇଥିବା ଶ୍ରୀ ସୁବ୍ରତ ଦାସଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା ସଂନ୍ମାନିତ କରିଥିଲେ। ପୁଲିସ ଓ ଜିଲ୍ଲା ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
