ବୁଢା ବୟସରେ ରାସଲୀଳା କରିବାକୁ ଉଦ୍ୟମ କରି ନିଲମ୍ବିତ ହେଲେ ପୁଲିସ ବାବୁ
ଅଷ୍ଟମ ଶ୍ରେଣୀ ପଢ଼ୁଥିବା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ
ବାରିପଦା(ନିରପେକ୍ଷ ଖବର)ତା-୮/ସେପ୍ଟେମ୍ବର/୨୦୧୯-ବୁଢା ବୟସରେ ରାସଲୀଳା କରିବାକୁ ମନ ବଳାଇ ଜଣେ ଚତୁର୍ଥ ଶ୍ରେଣୀର ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଝିଅକୁ ସେ ଦିବା ଆଲୋକରେ ଏକୁଟିଆ ପାଇ ତାକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ୫୮ବର୍ଷୀୟ ଚତୁର୍ଥ ଶ୍ରେଣୀ ପୁଲିସ କର୍ମଚାରୀଙ୍କ ଏଭଳି କାଣ୍ଡ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ଘଟଣା ପ୍ରସାରିତ ହେବାପରେ ଉତ୍ତ୍ୟକ୍ତ ଲୋକେ ସେହି ପୁଲିସ କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ।
ଏଭଳି ଏକ ଲଜ୍ଜା ଜଣକ ଘଟଣା ବାରିପଦାସ୍ଥିତ ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପୁରୁଣା କାର୍ଯ୍ୟାଳୟ ନିକଟରେ ରବିବାର ଦିନ ଦେଖିବାକୁ ମିଳିଥିଲା। ପୁଲିସ ବାବୁ ଜଣଙ୍କ ହେଲେ ବାରିପଦା ରିଜର୍ଭ ପୁଲିସରେ ରୋଷେଇ କରୁଥିବା ଚର୍ତୁର୍ଥଶ୍ରେଣୀ କର୍ମଚାରୀ ଜବାହାର ବେରା। ରବିବାର ଅପରାହ୍ନ ପ୍ରାୟ ୩ଟା୩୦ମିନିଟି ସମୟରେ ସ୍ଥାନୀୟ ଇନଡୋର ଷ୍ଟାଡିୟମ ଦେଇ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ରାସ୍ତାରେ ଆସୁଥିଲେ। ଠିକ ଏହି ସମୟରେ ବାଟରେ ଛକି ରହିଥିବା ଜହରଲାଲ ବେରାଙ୍କ କୋପ ଦୃଷ୍ଟିରେ ଛାତ୍ରୀ ଜଣଙ୍କ ଶିକାର ହୋଇଥିଲେ। ପାଖରେ ଥିବା ଏକ ନିଛାଟିଆ ପମ୍ଫହାଉସ ନିକଟକୁ ତାକୁ ଟାଣି ନେଇ ଅସଦାଚରଣ କରିଥିଲା। ଛାତ୍ରୀ ଜଣଙ୍କ କଳେବଳେ କୌଶଳେ ସେଠାରୁ ଖସି ଆସି ଘରଲୋକଙ୍କୁ ଜଣାଇଥିଲା। ପରେ ଝିଅର ବାପା ଓ ସ୍ଥାନୀୟ ଲୋକେ ଆସି ଅଭିଯୁକ୍ତକୁ ଏକ ବିଦ୍ୟୁତ ଖୁଣ୍ଟିରେ ବାନ୍ଧି ଦେଇ ପୁଲିସକୁ ଖବର ଦେଇଥିଲେ।ତେବେ ଘଟଣା ସ୍ଥଳରେ ପୁଲିସ ପହଂଚି ଅଭିଯୁକ୍ତକୁ ଥାନାକୁ ନେବା ସହିତ ତାଙ୍କୁ ଚାକିରୀରୁ ନିଲମ୍ବିତ କରିଥିବା ଜଣାପଡିଛି।