Blank space
Blank space
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ
Blank space

ଘରୋଇ ଶିକ୍ଷାନୁଷ୍ଠାନରେ ବନ୍ଧା ପଡିଛି ଛାତ୍ରଛାତ୍ରୀଙ୍କ ଜୀବନ

ଗୋଟିଏ ଦିନରେ 5 ଟି ଶିକ୍ଷାନୁଷ୍ଠାନ ଉପରେ ଚଢ଼ାଉ କଲା ଅଗ୍ନିଶ୍ରମ ବିଭାଗ

0

*ଅବ୍ୟବସ୍ଥାରେ ଚାଲିଛି ମୟୁରଭଞ୍ଜ ଜିଲ୍ଲାର ଘରୋଇ ଶିକ୍ଷାନୁଷ୍ଠାନ….

ଅଗ୍ନିଶମ ବିଭାଗରୁ ୧୫ଦିନ ଭିତରେ ଏନଓସି ନ ଆଣିଲେ ଦୃଢକାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଲେ ଅଧିକାରୀ…

Blank space

ବାରିପଦା,(ନିରପେକ୍ଷ ଖବର),୨୧/୯: ମୟୁରଭଞ୍ଜ ଜିଲ୍ଲାରେ ଥିବା ଅଧିକାଂଶ ଘରୋଇ ଶିକ୍ଷାନୁଷ୍ଠାନରେ ବନ୍ଧା ପଡିଛି ଛାତ୍ରଛାତ୍ରୀଙ୍କ ଜୀବନ। ବିପଦସଂକୁଳ ଅବସ୍ଥାରେ ଏଠାରେ ଚାଲିଛି ପାଠ ପଢା। ଏସବୁ ଶିକ୍ଷାନୁଷ୍ଠାନରେ ନା ଅଛି ଅଗ୍ନି ନିର୍ବାପକ ଯନ୍ତ୍ର ନା ଅଛି ଆଉ କିଛି ସ୍ଵତନ୍ତ୍ର ବ୍ୟବସ୍ଥା। କିନ୍ତୁ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ଖେଳି ଶିକ୍ଷାନୁଷ୍ଠାନର ମାଲିକମାନେ ଅଭିଭାବକମାନଙ୍କ ଠାରୁ ଲୁଟି ଚାଲିଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଶନିବାର ଦିନ ବାରିପଦା ଅଗ୍ନିଶମ ଅଧିକାରୀ ପ୍ରକାଶ କୁମାର ଜେନା ମୟୁରଭଞ୍ଜ ଜିଲ୍ଲାର ଥିବା ବିଭିନ୍ନ ଘରୋଇ ଉଚ୍ଚଶିକ୍ଷାନୁଷ୍ଠାନକୁ ପରିଦର୍ଶନରେ ଯାଇଥିବା ବେଳେ ଏଭଳି ସମ୍ବେଦନଶୀଳ ଚିତ୍ର ସାମ୍ନାକୁ ଆସିଛି।

ଜିଲ୍ଲାରେ ସରକାରୀ ଗାଇଡ଼ ଲାଇନକୁ ଖାତିରି ନ କରି ଘରୋଇ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକ ବେଧଡକ ଭାବେ ବେପାର ଜମାଇଛନ୍ତି। ସାଇ ଡିଗ୍ରୀ କଲେଜ ଓ ସାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟଟି ତିନି ମହଲା ବିଶିଷ୍ଟ ହୋଇଥିବା ବେଳେ ସେଠାରେ ଆବଶ୍ୟକୀୟ ଅଗ୍ନି ନିର୍ବାପକ ଯନ୍ତ୍ର ନଥିବା ବେଳେ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ମହଜୁଦ ନଥିବା ଦେଖିବାକୁ ମିଳିଥିଲା। ଜିଲ୍ଳାରେଥିବା ୨୫ଟି ଘରୋଇ ଶିକ୍ଷାନୁଷ୍ଠାନଗୁଡିକରେ ଅଗ୍ନି ନିର୍ବାପକ ବ୍ୟବସ୍ପା ଅଛି କି ନାହିଁ ତାକୁ ତଦାରଖ କରିବା ପାଇଁ ବାରିପଦା ଅଗ୍ନଶମ ବିଭାଗ ପକ୍ଷରୁ ଯାଞ୍ଚ ପକ୍ରିୟା ଆରମ୍ଭ କରାଯାଇଥିଲା।

ହଠାତ ଦୁର୍ଘଟଣା ହେଲେ ଶିକ୍ଷାଥିମାନେ ୪ ମହଲା ଉପରୁ ତଳକୁ ଆସିବା କଷ୍ଟକର…

ବାରିପଦା ଅଗ୍ନିଶମ ଅଧିକାରୀ ପ୍ରକାଶ କୁମାର ଜେନାଙ୍କ ନେତୃତ୍ବରେ ଏକ ୫ ଜଣିଆ ଟିମ ଏନେଇ ଶନିବାର ସ୍ଥାନୀୟ ସହର ମଧ୍ଯରେ ଥିବା ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନ ଉପରେ ଚଢାଉ କରିବା ସହ କ୍ଲାସ୍‌ ରୁମ୍‌, ରୋଷେଇ ଘର, ଡାଇନିଂ ହଲ, ଲ୍ୟାବ୍‌ ଆଦିକୁ ଯାଞ୍ଚ କରିଥିଲା । ଏହି ଯାଞ୍ଚ ସମୟରେ ଅଧିକାଂଶ ଶିକ୍ଷାନୁଷ୍ଠାଠାନରେ ଅଗ୍ନଶ୍ରମ ବ୍ୟବସ୍ଥା ନଥିବା ସହ ଶିକ୍ଷାନୁଷ୍ଠାନରେ ବିଭିନ୍ନ ଆନୁସଙ୍ଗୀକ ବ୍ୟବସ୍ତା ମହଯୁଦ୍‌ ନଥିବା ଦେଖିବାକୁ ମିଳିଥିଲା। ଏପରିକି ଅନେକ ଘରୋଇ ଶିକ୍ଷାନୁଷ୍ଠାନର ମାଲିକମାନେ ସରକାରୀ ନିୟମ କାନୁନକୁ ନମାନି ୪ ମହଲା ଘରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଯାଉଥିବା ବେଳେ ଶିକ୍ଷାନୁଷ୍ଠାନରେ ଗୋଟିଏ ମାତ୍ର ପ୍ରବେଶ ଓ ପ୍ରସ୍ଥାନ ପଥ ରହିଥିବା ଜଣାପଡ଼ିଥିଲା | ହଠାତ ତିନି କିମ୍ବା ୪ ମହଲା ଉପରେ କୌଣସି ଦୁର୍ଘଟଣା ଘଟିଲେ ଛାତ୍ରଛାତ୍ରୀମାନେ ତଳକୁ ବାହାରିବା କଷ୍ଟକର ହେବା ଆଶଙ୍କା ଥିବାରୁ ଶ୍ରୀ ଜେନା ଶିକ୍ଷାନୁଷ୍ଠାନର ମାଲିକମାନଙ୍କୁ ତାଗିତ କରିଥିଲେ। ଆସନ୍ତା ୧୫ ଦିନ ମଧ୍ଯରେ ଅଗ୍ନି ନିର୍ବାପକ ବ୍ୟବସ୍ତା ଉପଲବ୍ଧ କରାଇବା ସହ ଅଗ୍ନଶମ ବିଭାଗରୁ ଏନ୍‌ଓସି ଆଣିବାକୁ ଶିକ୍ଷାନୁଷ୍ଠାନର ମାଲିକମାନଙ୍କୁ ନୋଟିସ୍‌ ପଠାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଶନିବାର ସକାଳ ସାଢେ ୧୧ଟା ସମୟରେ ବାରିପଦା ଅଗ୍ନଶ୍ରମ ଅଧିକାରୀଙ୍କ ନେତୃତ୍ଵରେ ପ୍ରଥମେ ସ୍ଥାନୀୟ ଅରୁଣଦୌୟ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟକୁ ଗସ୍ତ କରିଥିଲେ। ସେଠାରେ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ନଥିବା ଦେଖିବା ସହ କ୍ଲାସ୍‌ ରୁମ୍‌, ରୋଷେଇ ଘର ଓ ଡାଇନିଂ ହଲ ସବୁ ପାଖାପାଖି ରହିଥିବା ବେଳେ କୌଣସି ଅଗ୍ନ ନିର୍ବାହକ ଯନ୍ତ୍ର ରଖାଯଇ ନଥିବାରୁ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହାପରେ ଏହି ୫ ଜଣିଆ ଟିମ୍‌ ସାଇସିଦ୍ଧି ଆବାସିକ ଉଚ୍ଚ ବିଦ୍ୟାଳୟ, ସାଇ ଡିଗ୍ରୀ କଲେଜ ଓ ସାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ,ପ୍ରିନସ୍ କଲେଜକୁ ଯାଇ ଯାଞ୍ଚ କରିଥିଲେ ।

କୌଣସି ଘରୋଇ ଶିକ୍ଷାନୁଷ୍ଠାନରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯାଇ ନଥିବା ସେ ଦେଖିବାକୁ ପାଇଥିଲେ । ଏନେଇ ଶ୍ରୀ ଜେନା କହିଛନ୍ତି ଯେ, ମୟୂରଭଞ୍ଜ ଜିଲ୍ଲାରେ ଅଧିକାଂଶ ଘରୋଇ ଶିକ୍ଷାନୁଷ୍ଠାନରେ ଅଗ୍ନଶମ ବ୍ୟବସ୍ଥା ନଥିବା ଜଣାପଡ଼ିଛି। ସେଥିପାଇଁ ଶନିବାର ପ୍ରଥମେ ୫ଟି କଲେଜ ଯାଞ୍ଚ କରାଯାଇଥିବା ବେଳେ ଆଗକୁ ସମସ୍ତ କଲେଜ ବୁଲି ସେଠାରେ କି କି ବ୍ୟବସ୍ତା ଉପଲବ୍ଧ ଅଛି ତାକୁ ଯାଞ୍ଚ କରାଯିବ। ଏବଂ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ ଅଗ୍ନି ନିର୍ବାପକ ଯନ୍ତ୍ର ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ରଖିବାକୁ ଅଗ୍ନଶମ ବିଭାଗ ପକ୍ଷରୁ ନୋଟିସ୍‌ ପଠାଯିବାକୁ ବ୍ୟବସ୍ତା କରାଯାଇଛି। ସରକାରୀ ନିୟମକୁ ପାଳନ କରୁ ନଥିବା ଶିକ୍ଷାନୁଷ୍ଠାନଗୁଡିକ ଉପରେ ଦୃଢ କାର୍ଯ୍ୟାନୁଷ୍ପନ ଗ୍ରହଣ କରାଯିବ ବୋଲି ଅଗ୍ନିଶମ ଅଧିକାରୀ ଶ୍ରୀ ଜେନା ଚେତାବନୀ ଦେଇଛନ୍ତି।

Mo sapath

Leave A Reply

Your email address will not be published.