*ପୋଲିସ୍ ବାବୁଙ୍କୁ ହାତ ଉଠାଇବା ସହ ଅଶ୍ଳୀଳ ଭାଷାରେ ସାଧାରଣ ଜନତା ଙ୍କୁ ଗାଳି …
ଭୁବନେଶ୍ୱର, ନିରପେକ୍ଷ ଖବର:୨୭/୦୯/୧୯ ଆଜି ସହିଦ୍ ନଗର ଭବାନୀ ମଲ୍ ରେ ଜଣେ ନିଶାକ୍ତ ଯୁବକ ମଲ୍ ଭିତରେ ନିଶା ଖାଇ ଭଙ୍ଗା ରୁଜା କରିବା ସହ ମଲ୍ ଆସିଥିବା ସମସ୍ତ ଲୋକଙ୍କ ଭିତରେ ଏକ ପ୍ରକାର ଆତଙ୍କ ଖେଳାଇ ଦେଇଥିଲା। ମଲ୍ ରେ ନିଓଜିତ ସୁରକ୍ଷା କର୍ମୀ ଆସି ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ପୁରିସ୍ଥିତି ଅଣାୟତ ହେବାରୁ ପୋଲିସ୍ କୁ ଡାକିଥିଲେ ।ନିଶାକ୍ତ ଯୁବକ ପୋଲିସ୍ କୁ ମଧ୍ୟ ହାତ ଉଠାଇବାକୁ ପଛାଇନଥିଲା।ଶେଷରେ ପୋଲିସ୍ ନିଶାକ୍ତ ଯୁବକ କୁ ଥାନା ହାଜତକୁ ନେଇଛନ୍ତି। ଏହା ଦେଖି ଏକ ପ୍ରକାର କହିଲେ ଅସମ୍ଭବ ହେବନି ଦିନକୁ ଦିନ ସହିଦ୍ ନଗରରେ ମଦୁଆଙ୍କ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି। କମିଶନରେଟ୍ ପୋଲିସ୍ ର ପେଟ୍ରୋଲିଂ ଅଭାବ ଯୋଗୁଁ ଆଜିର ଏଭଳି ଘଟଣା ଘଟିଛି ବୋଲି ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।