Blank space
Blank space
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ
Blank space

ଓଡ଼ିଶାରେ ୨୧୦୦ ମସିହା ସୁଦ୍ଧା ପ୍ରତିବର୍ଷ ୪୨ ହଜାର ଲୋକଙ୍କ ମୃତ୍ୟୁ ହେବା ଅନୁମାନ କରାଯାଉଛି….

ବର୍ତମାନର ହାରରେ ଯଦି ଗ୍ରିନ୍ହାଉସ ଗ୍ୟାସ ନିର୍ଗମନ ଜାରି ରହିବ, ତେବେ ଏହି ଶତାବ୍ଦୀ ଶେଷ ସୁଦ୍ଧା ଓଡ଼ିଶାରେ ଅତ୍ୟଧିକ ଗରମ ଦିନ ଠାରୁ ୩୦ ଗୁଣା ଅଧିକା ହେବା ଅନୁମାନ କରାଯାଉଛି ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି।

0

ଭବନେଶ୍ବର, ନିରପେକ୍ଷ ଖବର:୦୫/୧୧/୨୦୧୯ ବର୍ତମାନର ହାରରେ ଯଦି ଗ୍ରିନ୍ହାଉସ ଗ୍ୟାସ ନିର୍ଗମନ ଜାରି ରହିବ, ତେବେ ଏହି ଶତାବ୍ଦୀ ଶେଷ ସୁଦ୍ଧା ଓଡ଼ିଶାରେ ଅତ୍ୟଧିକ ଗରମ ଦିନ ସଂଖ୍ୟାରେ ୩୦ ଗୁଣା ବୃଦ୍ଧି ହେବା ଅନୁମାନ କରାଯାଉଛି ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ତାପମାତ୍ରା ୨୪ ଡିଗ୍ରି ସେଲସିଅସରୁ ୨୮ ଡିଗ୍ରି ସେଲସିଅସକୁ ବୃଦ୍ଧି ପାଇବା ଆକଳନ କରାଯାଇଛି।
* ଆଠ ଗୁଣା ଅଧିକ ଅତ୍ୟଧିକ ଗରମ ଦିନ ହୋଇପାରେ, ୩୫ ଡିଗ୍ରି ସେଲସିଅସରୁ ଅଧିକ ତାପମାତ୍ରା ଯାହା ୨୦୧୦ ମସିହାରେ
ବର୍ଷକୁ ୫.୧ ଥିଲା ତାହା ୨୧୦୦ ମସିହା ସୁଦ୍ଧା ୪୨.୮କୁ ବୃଦ୍ଧି ପାଇପାରେ
* ଓଡ଼ିଶାରେ ହାରାହାରି ଗ୍ରୀଷ୍ଣ ତାପମାତ୍ରା ୨୦୧୦ର ୨୮.୮୭ ଡିଗ୍ରି ସେଲସିଅସରୁ ବୃଦ୍ଧି ପାଇ ୨୧୦୦ ମସିହା ସୁଦ୍ଧା ୩୨.୧୯ ଡିଗ୍ରି ସେଲସିଅସ ହେବ।                                                         * ସାରା ଭାରତରେ, ଆଠ ଗୁଣା ଅଧିକ ଅତ୍ୟଧିକ ଗରମ ଦିନ ହୋଇପାରେ, ୩୫ ଡିଗ୍ରି ସେଲସିଅସରୁ ଅଧିକ ତାପମାତ୍ରା ଯାହା ୨୦୧୦ ମସିହାରେ ବର୍ଷକୁ ୫.୧ ଥିଲା ତାହା ୨୧୦୦ ମସିହା ସୁଦ୍ଧା ୪୨.୮କୁ ବୃଦ୍ଧି ପାଇପାରେ।।                                              * ଓଡ଼ିଶାରେ ଅତ୍ୟଧିକ ଗରମ ଦିନ ସଂଖ୍ୟା ଯାହା ଏବେ ଯେତିକି ରହିଛି ତାହା ୨୧୦୦ ମସିହା ସୁଦ୍ଧା ୩୦ ଗୁଣା ବୃଦ୍ଧି ପାଇପାରେ, ସବୁ ରାଜ୍ୟ ମଧ୍ୟରେ ଗରମ ଦିନରେ ହେବାକୁ ଥିବା ସର୍ବାଧିକ ବୃଦ୍ଧି ।
* ୨୧୦୦ ମସିହା ସୁଦ୍ଧା ଓଡ଼ିଶାରେ ୪୨,୩୩୪ ଅତ୍ୟଧିକ ପାଣିଗାପ ଜନିତ ମୃତ୍ୟୁ ଦେଖିବାକୁ ମିଳିବ ବୋଲି ଆକଳନ କରାଯାଇଛିା
ପ୍ରତିବର୍ଷ ହୃଦଘାତରେ ରାଜ୍ୟରେ ଯେତିକି ମୃତ୍ୟୁ ହେଉଛି ଏହା ତାହାର ପାଂଚ ଗୁଣାରୁ ଅଧିକ ହୋଇପାରେ। ୩୩ ପ୍ରକାର ବିଶ୍ୱସ୍ତରୀୟ ଜଳବାୟୁ ମଡେଲରୁ ଉଚ୍ଚ ସ୍ତରର ସ୍ଥାନୀୟ ଜଳବାୟୁର ସମ୍ପୂର୍ଣ୍ଣ ବିବରଣୀ ତଥ୍ୟକୁ ଅନୁଶୀଳନ କରି, ଏହି ସର୍ବେକ୍ଷଣ ରିପୋର୍ଟ କେତେକ ଉଦବେଗଜନକ ଫଳାଫଳ ଜଣାଇଛି, ଯାହା ବିଶ୍ୱ ସ୍ତରୀୟ ତାପମାତ୍ରାରେ ହେଉଥିବା ବୃଦ୍ଧିକୁ ସୀମା ଭିତରେ ରଖିବା ଲାଗି ଜରୁରୀକାଳୀନ ଭିତିରେ ଜଳବାୟୁ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁôତ୍ୱାରୋପ କରୁଛି । “ଅତ୍ୟଧିକ ଗରମ ଜନିତ ଘାତପ୍ରତିଘାତ ଅନୁଭବ କରିବାର ଇତିହାସ ଓଡ଼ିଶାର ରହିଛି । ୧୯୯୮ରେ, ଓଡ଼ିଶାରେ ଅସ୍ୱାଭାବିକ ଗ୍ରୀଷ୍ମ ପ୍ରଭାବ ସ୍ଥିତି ଦେଖାଦେଇଥିଲା ଯେଉଁଥିରେ ୨୦୪୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଯଦିଓ ବ୍ୟାପକ ସଚେତନତା ଅଭିଯାନ ଜରିଆରେ ୧୯୯୮ର ପରବର୍ତି ସମୟରେ ଏଭଳି ମୃତ୍ୟୁ ସଂଖ୍ୟାକୁ ଅନେକାଂଶରେ କମ କରାଯାଇପାରିଛି, ତଥାପି ପ୍ରତିବର୍ଷ କିଛି ନା କିଛି ମୃତ୍ୟୁ ରେକର୍ଡ କରାଯାଉଛି । ଜଳବାୟୁ ପରିବର୍ତନ ଅନୁଶୀଳନ ଅନୁସାରେ ଅତ୍ୟଧିକ ଗରମ ଦିନରେ ୩୦ ଗୁଣା ବୃଦ୍ଧି ହେବ ବୋଲି ଅ।କଳନ କରାଯାଇଥିବାରୁ ତାହାର ମୁକାବିଲା କରିବା ଲାଗି ବିପର୍ଯ୍ୟୟ ପ୍ରତିରୋଧୀ ବ୍ୟବସ୍ଥାକୁ ବିଶେଷ କରି ସମାଜର ସମ୍ବେଦନଶୀଳ
ବର୍ଗଙ୍କ ପାଇଁ କାର୍ଯ୍ୟକାରୀ କରିବା ନିମନ୍ତେ ଜରୁରୀକାଳୀନ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ପ୍ରଦୀପ କୁମାର ନାୟକ, ମୁଖ୍ୟ ମହାପ୍ରବନ୍ଧକ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ କହିଛନ୍ତି ।
ଏହି ସର୍ବେକ୍ଷଣ ଅନୁଯାୟୀ, ଅତ୍ୟଧିକ ଅଙ୍ଗାରକାମ୍ଳ ନିର୍ଗମନ ସ୍ଥିତିରେ ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ମଧ୍ୟରୁ ୧୬ଟିରେ ଗରମ ସ୍ଥିତି ପଂଜାବରୁ ଅଧିକ ଉତପ୍ତ ହେବ । ପଂଜାବ ହେଉଛି ଏବେ ଦେଶର ସବୁଠୁ ଉତପ୍ତ ରାଜ୍ୟ ଯେଉଁଠାରେ ବାର୍ଷିକ ହାରାହାରି ତାପମାତ୍ରା ୩୨ ଡିଗ୍ରି ସେଲସିଅସରୁ ସାମାନ୍ୟ ତଳକୁ ରହିଛି (୨୦୧୦ ସୁଦ୍ଧା) । ୨୧୦୦ ସୁଦ୍ଧା ପଂଜାବ ଭାରତର ସବୁଠୁ ଉତପ୍ତ ରାଜ୍ୟ ହୋଇ ରହିବ ଓ ସେହି ସମୟରେ ଏହାର ହାରାହାରି ବାର୍ଷିକ ତାପମାତ୍ରା ୩୬ ଡିଗ୍ରି ସେଲସିଅସ ରହିବ ବୋଲି ଅ ।କଳନ
କରାଯାଇଛି । ଏହି ସର୍ବେକ୍ଷଣରରୁ ଜଣାପଡ଼ିଛି ଯେ, ହାରାହାରି ଗ୍ରୀଷ୍ଣ ତାପମାତ୍ରାରେ ବୃଦ୍ଧି ଓ ଅତ୍ୟଧିକ ଗରମ ଦିବସ ସଂଖ୍ୟାରେ ବୃଦ୍ଧିର ପ୍ରଭାବ ମରଣଶୀଳତା ଉପରେ ପଡ଼ିବ । ତାପମାତ୍ରାରେ ବୃଦ୍ଧି ଯୋଗୁ ଓଡ଼ିଶାରେ ୪୨,୩୩୪ ଜଳବାୟୁ ଜନିତ ମୃତ୍ୟୁ ଦେଖିବାକୁ ମିଳିବ ବୋଲି ଆକଳନ କରାଯାଇଛି । ପ୍ରତିବର୍ଷ ହୃଦଘାତରେ ରାଜ୍ୟରେ ଯେତିକି ମୃତ୍ୟୁ ହେଉଛି ଏହାର ତାହାର ପାଂଚ ଗୁଣାରୁ ଅଧିକ ହେବ । ଅତ୍ୟଧିକ ତାପମାତ୍ରା ଯୋଗୁ ହେବାକୁ ଥିବା ସମୁଦାୟ ୧,୫୪୩,୭୦୮ ମୃତ୍ୟୁର ୬୪% ଛଅଟି ରାଜ୍ୟ, ଉତର ପ୍ରଦେଶ (୪୦୨,୨୮୦), ବିହାର (୧୩୬,୩୭୨), ରାଜସ୍ଥାନ (୧୨୧,୮୦୯), ଆନ୍ଧ୍ର ପ୍ରଦେଶ (୧୧୬,୯୨୦), ମଧ୍ୟପ୍ରଦେଶ (୧୦୮,୩୭୦) ଓ ମହାରାଷ୍ଟ୍ର (୧୦୬,୭୪୯)ରେ ଘଟିବ ବୋଲି ଅ ।କଳନ କରାଯାଇଛି । ୨୦୧୦ରୁ ୨୦୧୮ରେ ଗ୍ରୀଷ୍ଣ ପ୍ରବାହ ଯୋଗୁ ଭାରତରେ ୬୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସେଥି ମଧ୍ୟରୁ ୯୦%ରୁ ଅଧିକ ମୃତ୍ୟୁ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ଘଟିଥିଲା ।
ମାଇକେଲ ଗ୍ରିନଷ୍ଟୋନ, ଫାକଲଟି ନିର୍ଦେଶକ, ଟାଟା ସେଂଟର ଫର ଡେଭେଲପମେଂଟ, ୟୁଚିକାଗୋ ଏବଂ ସହ-ପ୍ରତିଷ୍ଠାତା,
କ୍ଲାଇମେଟ ଇଂପାକ୍ଟ ଲ୍ୟାବ କହିଛନ୍ତି ଯେ, “ଏହି ର୍ନିଯ୍ୟାସରୁ ଏହା ସ୍ପଷ୍ଟ ହେଉଛି ଯେ ବିଶ୍ୱସ୍ତରୀୟ ଜୀବାଶ୍ମ ଇନ୍ଧନ ଉପରେ
ର୍ନିଭରଶୀଳତା ଜାରି ରହିଲେ ତାହା ଅ ।ଗାମୀ ବର୍ଷ ଓ ଦଶନ୍ଧୀରେ ଭାରତୀୟଙ୍କ କଲ୍ୟାଣ ପ୍ରତି ବଡ଼ ଧରଣର ବିପଦ ସୃଷ୍ଟି କରିବ । ସେମାନେ ଏକ ଅଭିନବ ଗ୍ରହରୀୟ ରଣନୀତିର ଆବଶ୍ୟକତାକୁ ମଧ୍ୟ ଅଣଦେଖା କରିବେ । ଏହି ବିଶ୍ୱ ସ୍ତରୀୟ ଶକ୍ତି ଅ ।ହ୍ୱାନ ଯାହାକୁ ଦେଶଗୁଡ଼ିକ ସନ୍ତୁଳିତ କରିବା କଥା ସେଥିପାଇଁ ସୁଲଭ ଏବଂ ଭରସାଯୋଗ୍ୟ ଶକ୍ତି ଉତ୍ସ ଦରକାର ଯାହା ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଜଳବାୟୁ ଏବଂ ବାୟୁ ପ୍ରଦୂଷଣ ବିପଦକୁ ପରିକଳ୍ପପନା କରିବା ହୁଏତ ଆମ ପିଢ଼ି ପାଇଁ ସବୁଠୁ ବଡ଼ ଆହ୍ୱାନ ।”ର୍ନିଗମନର ପ୍ରଭାବ ଭାରତ ସମେତ ସାରା ବିଶ୍ୱର ସମାଜରେ ବଡ଼ ଧରଣର ରହିବ । କେବଳ ୨୦୧୫ରେ ଭାରତରେ ଗ୍ରୀଷ୍ଣ ପ୍ରବାହ ଯୋଗୁ ୨୫୦୦ ମୃତ୍ୟୁ ଘଟିଥିଲା । ଶୀଘ୍ର ଯଦି କୌଣସି ବିହିତ ପଦକ୍ଷେପ ଗ୍ରହଣ କରାନଯିବ ଏବଂ ଜଳବାୟୁ ପରିବର୍ତନର ଖରାପ ପ୍ରଭାବର ମୁକାବିଲା ଲାଗି ଯଦି ପୁଂଜିନିବେଶ କରାନଯିବ ତେବେ ଭବିଷ୍ୟତ ଆହୁରି ଚିନ୍ତାଜନକ ହୋଇପାରେ ବୋଲି ଅମିର ଜିନା, ଅ।ସିଷ୍ଟାଂଟ ପ୍ରଫେସର, ହାରିସ ପବ୍ଲିକ ପଲିସି ଓ ଗବେଷକ, କ୍ଲାଇମେଟ ଇମ୍ପାକ୍ଟ ଲ୍ୟାବ କହିଛନ୍ତି । ଏହି ରିପୋର୍ଟ ଉପସ୍ଥାପନ କରାଯିବା ପରେ ଓଡ଼ିଶାରେ ଜଳବାୟୁ ପରିବର୍ତନ ଓ ଅତ୍ୟଧିକ ଜଳବାୟୁ ସ୍ଥିତିର ପ୍ରଭାବ ଉପରେ ଏକ
ପ୍ୟାନେଲ ଅ।ଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ୟାନେଲିଷ୍ଟ ଭାବେ ସାମିଲ ହୋଇଥିଲେ ନାୟକ ଓ ଅମିରଙ୍କ ସମେତ ଶ୍ରୀଜିତ ମିଶ୍ର, ନିର୍ଦେଶକ, ନବକୃଷ୍ଣ ଚେଧୁରୀ ସେଂଟର ଫର ଡେଭେଲପମେଂଟ ଷ୍ଟଡିଜ ଓ ଅମ୍ବରିଶ ଦତା, ଅ ।ସୋସିଏଟ ପ୍ରଫେସର, ଇଣ୍ଡିଅ।ନ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲଥ, ଭୁବନେଶ୍ୱର, ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଅ। । ଜଳବାୟୁ ପରିବର୍ତନ କିଭଳି ଭବିଷ୍ୟତରେ ଓଡ଼ିଶାକୁ ପ୍ରଭାବିତ କରିବ ତାହା ଉପରେ ଏହି ଆଲୋଚନାରେ ଗୁରୁôବାରୋପ କରାଯାଇଥିଲା । ଜଳବାୟୁ ପରିବର୍ତନ ଓ ଅତ୍ୟଧିକ ପାଣିପାଗର ପ୍ରଭାବକୁ ପ୍ରତିହତ କରିବା ଲାଗି ସବୁ କ୍ଷେତ୍ର ଓ ଗୋଷ୍ଠୀ ପାଇଁ ଜଳବାୟୁ ପ୍ରତିରୋଧୀ ବ୍ୟବସ୍ଥା କରିବା କରିବା ଲାଗି ଆଲୋଚନାରେ ମତ ପ୍ରକାଶ ପାଇଥିଲା ।

 

Mo sapath

Leave A Reply

Your email address will not be published.