ଦିଲ୍ଲୀର ବିଜ୍ଞାନଭାବନରେ ସର୍ବଶ୍ରେଷ୍ଠ ମନ୍ତ୍ରୀ ଭାବେ ପୁରସ୍କୃତ ହେଲେ ମନ୍ତ୍ରୀ ପ୍ରତାପ ଜେନା…
ସାରା ଓଡିଶା ପାଇଁ ଗର୍ବ, ଗୌରବ ଓ ଖୁସି ର ବିଷୟ ପାଲିଟିଛନ୍ତି ଓଡ଼ିଶାର ପଞ୍ଚାୟତିରାଜ, ଆଇନ୍ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା...
ନୂଆଦିଲ୍ଲୀ(ନିରପେକ୍ଷ ଖବର)୦୯/୧୧/୨୦୧୯ ନୂଆଦିଲ୍ଲୀର ବିଜ୍ଞାନଭବନ ଠାରେ ଆୟୋଜିତ ଏକ ଉତ୍ସବରେ ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କୁ ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ଦିଆଯାଇଛି ।
ନୂଆଦିଲ୍ଲୀଠାରେ ବିଜ୍ଞାନଭବନରେ ଆୟୋଜିତ ଏହି ଉତ୍ସବରେ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଔଦ୍ୟୋଗିକ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଫେମ ଇଣ୍ଡିଆ ପକ୍ଷରୁ ମନ୍ତ୍ରୀମାନଙ୍କ ବିଭିନ୍ନ କାର୍ୟ୍ୟର ଆକଳନ ସହ ଦାୟିତ୍ୱସମ୍ପନ୍ନ ହୋଇ କାର୍ୟ୍ୟ କରିବା ଓ ସର୍ବୋପରେ ଦୁର୍ନୀତିଠାରୁ ଦୂରେଇ ରହିବା ଆଦି ଦିଗକୁ ଆକଳନ କରାଯିବା ପରେ ଏହି ଜାତୀୟ ସ୍ତରର ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରଯୁକ୍ତ ପ୍ରତାପ ଜେନା ମାହାଙ୍ଗା ନିର୍ବାଚନମଣ୍ଡଳୀରୁ ପଞ୍ଚମଥର ପାଇଁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ବିଜୁ କୃଷକ ଜନତା ଦଳର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀଭାବେ ଶ୍ରଯୁକ୍ତ ଜେନା ଦାୟିତ୍ୱ ନିର୍ବାହ କରୁଛନ୍ତି।