ଭୁବନେଶ୍ୱର,ନିରପେକ୍ଷ ଖବର:୨୫/୧୧ ରାଜଧାନୀରେ ଏବେ ଦେଖିବାକୁ ମିଳୁଛି ବିଭିନ୍ନ ସମୟରେ ସମାଜ ସେବା ପାଇଁ ଆଗକୁ ଆସୁଥିବା ଯୁବ ସଂଘଟନ । ଏହି ଭଳି ଭାବେ ଯଦି ସମସ୍ତ ସମାଜ ସେବୀ ସଂଗଠନ ଅଗକୁ ଆସେ ତେବେ ସମାଜର ଉନ୍ନତିରେ କୋୖଣସି ବାଧା ସୃଷ୍ଟି ହେବନାହିଁ । ପରିବେଶ ସୁରକ୍ଷା ଓ ସ୍ୱଛତାକୁ ଦୃଷ୍ଟିରେ ରଖି ସହିଦ ନଗର ୟୁଥ୍ ଆସୋସିଏସନ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ(କ) ପଡ଼ିଆ ସଫେଇ କାର୍ଯ୍ୟ କରାଯାଇଥିଲା। ଏଥିରେ ଆସୋସିଏସନ ସଭାପତି ଦୀପକ ବେହେରା,ସମ୍ପାଦକ ଆଶିଷ୍ ଜେନା,ସ୍ବୟଂମ ନାୟକ ଏବଂ ସୌମ୍ୟରଞ୍ଜନ ଦାସ ନେତୃତ୍ୱ ନେଇଥିବେଳେ ଅନ୍ୟୁନ ୫୦ ରୁ ଅଧିକ ସଭ୍ୟ ସାମିଲ ହୋଇଥିଲେ। ସକାଳ ୮ଟା ରୁ ଦିନ ୧୧ଟା ପର୍ଯ୍ୟନ୍ତ ଏହି ସଫେଇ କାର୍ଯ୍ୟ କରାଯାଇଥିଲା।ପରେ ବିଏମ୍ ସି ଗାଡ଼ି ଅଣାଯାଇ ଅଳିଆ ଗୁଡ଼ିକ ନିଆଯାଇଥିଲା। ଆସୋସିଏସନ ପକ୍ଷରୁ ଏହି ପ୍ରୟାସ ଗତ କିଛି ବର୍ଷ ଧରି ଚଳେଇ ଆସୁଥିବା ବେଳେ ଆଗକୁ ମଧ୍ଯ ଏପରି କାର୍ଯ୍ୟ ଜରି ରହିବ ବୋଲି ଆସୋସିଏସନ ସଭାପତି କହିଛନ୍ତି ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।