ଭୁବନେଶ୍ୱର, ନିରପେକ୍ଷ ଖବର:୧୨/୧୨/୨୦୧୯ ଏକ ପ୍ରମୁଖ ଭାରତୀୟ ବିୟୁଟି ଓ ୱେଲନେସ୍ ବ୍ରାଣ୍ଡ ,ଭି ଏଲ୍ ସି ସି ପକ୍ଷରୁ ଆଜି ଆନୁଷ୍ଠାନିକଭାବେ ଭୁବନେଶ୍ଵରରେ ଏହାର ୨ୟ ସେଣ୍ଟର୍ ର ଶୁଭାରମ୍ଭ କରାଯାଇଛି ଏବଂ ଏଥିସହିତ ସହରରେ ପୁର୍ବରୁ
ଥିବା ପ୍ରଥମ ସେଣ୍ଟର୍ କୁ ଅନ୍ୟ ଏକ ସ୍ଥାନରେ ବିଶାଳ ଆକାରରେ ପୁନଃ ସ୍ଥାପନ କରାଯାଇଛି।ଏହି ନୂତନ ସେଣ୍ଟର୍ ଗୁଡ଼ିକ ଏବେ ଜନପଥ,ସହିଦନଗର ଏବଂ କୀଟ୍ କଲେଜ ଛକ,ପଟିଆରେ ରହିଥିଵାବେଳେ ଏସବୁକୁ ଭିଏଲସିସି ଗ୍ରୁପ୍ ର ପ୍ରତିଷ୍ଠାତା ଓ ସହ ଅଧ୍ୟକ୍ଷ ଶ୍ରୀମତୀ ବନ୍ଦନା ଲୁଥରା ଉଦଘାଟନ କରିଛନ୍ତି। ଭି ଏଲ୍ ସି ସି ବର୍ତ୍ତମାନ ଓଡ଼ିଶାରେ ଏହାର ୭ଟି ୱେଲନେସ୍ ଓ ବିୟୁଟି ସେଣ୍ଟର୍ ସହ ସୌନ୍ଦର୍ଯ୍ୟ ଓ ପୋଷଣ ପାଇଁ ୩ଟି କୌଶଳ ବିକାଶ ସଂସ୍ଥାର ପରିଚାଳନା କରୁଛି। ଦୁଇଟି ଯାକ ସେଣ୍ଟର୍ ରେ ଷ୍ଟେଟ୍ ଅଫ୍ ଦି ଆର୍ଟ୍ ଟେକ୍ନଲୋଜିର ବ୍ୟବହାର କରି ଓଜନ ପରିଚାଳନା ସମାଧାନ,ସ୍କିନ୍ ଓ ହେୟର୍ ଟ୍ରିଟମେଣ୍ଟ୍ ସହ ଲେଜର୍ ଓ ଆଏସ୍ଥେଟିକ୍ ଡର୍ମାଟୋଲୋଜି ଟ୍ରିଟମେଣ୍ଟ୍ ଆଦି ଅତି ଆଧୁନିକ ଉପାୟରେ ଦିଆଯାଉଛି। ଏହି ଉଦଘାଟନୀ ଅବସରରେ ଶ୍ରୀମତୀ ଲୁଥରା କହିଛନ୍ତି,ଭୁବନେଶ୍ୱର ମହାନଗର ହେଉଛି ପୂର୍ଵ ଭାରତର ସବୁଠାରୁ ଅଧିକ ଦ୍ରୁତ ଗତିରେ ଅଭିବୃଦ୍ଧି ହେଉଥିବା ଏକ ସହର। ତେଣୁ ଗତିଶୀଳ ଓ ବ୍ୟସ୍ତତାପୂର୍ଣ୍ଣ ଜୀବନ ଶୈଳୀର ସାମ୍ନା କରୁଥିବା ସହରର ଗ୍ରାହକଙ୍କୁ ଦୃଷ୍ଟିରେ ରଖି ଭି ଏଲ୍ ସି ସି ନିଜର ନୂତନ ଓ ବୈଜ୍ଞାନିକ ପ୍ରଣାଳୀରେ ସ୍ୱୀକୃତିପ୍ରାପ୍ତ ୱେଲନେସ୍ ଓ ବିୟୁଟି ଟ୍ରିଟମେଣ୍ଟ୍ ପ୍ରଦାନକରିବା ସହ ଗ୍ରାହକଙ୍କ ଅଧିକ ଆବଶ୍ୟକଥିବା ବିଷୟ ଉପରେ ଧ୍ୟାନ ଦେଇଛି।