ବାରିପଦା(ନିରପେକ୍ଷ ଖବର)ତା-୨୩/ଡ଼ିସେମ୍ବର/୨୦୧୯:ଆଜିର ଦିନରେ ଶୀତର ଚାଦୋର ରେ ସାରା ରାଜ୍ୟ ଘୋଡ଼ାଇ ହୋଇରହିଛି । ସେଥିପାଈ୍ ସବୁଠାରେ ଶୀତବସ୍ତ୍ର ବ୍ୟବସାୟୀମାନେ ନିଜ ପସରା ମେଲେଇ ବସିଲେଣି ।ସେହିପରି ଆମ ରାଜ୍ୟରେ ଆଦିବାସି ବହୁଳ ଜିଲ୍ଲା ଭାବେ ପରିଚିତ ମୟୂରଭଞ୍ଜ ଠାରେ ଶୀତର ତ୍ପକୋପ ଅନ୍ୟ ଜିଲ୍ଲାମାନଙ୍କ ଅପେକ୍ଷା ଟିକେ ବେଶି ଅନୁଭୂତ ହୋଇଥାଏ ।
ଶୀତର ପ୍ରକୋପରୁ ରକ୍ଷା ପାଇଁ ବିଭିନ୍ନ ରାଜ୍ୟରୁ ଶୀତବସ୍ତ୍ର ବ୍ୟବସାୟୀମାନେ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ଶୀତବସ୍ତ୍ର ପସରା ମେଲାଇଥାନ୍ତି । ବିଶେଷ କରି ଦୀର୍ଘ ୨୫ ବର୍ଷରୁ ଅଧିକ ଦିନ ହବ ବାରିପଦା ସହରରେ ନେପାଳିମାନେ ଶୀତବସ୍ତ୍ରର ଷ୍ଟଲ ଖୋଲି ଆସୁଛନ୍ତି । ବ୍ୟବସାୟୀମାନେ ପ୍ରତିବର୍ଷ ବାରିପଦା ସହରରେ ନିଜ ନିଜର ଷ୍ଟଲ ଖୋଲୁଥିବାରୁ କାଳକ୍ରମେ ଶୀତ ଦିନରେ ଏହି ବଜାର ନେପାଳି ମାର୍କେଟ ଭାବେ ଜିଲ୍ଲାରେ ପରିଗଣିତ ହେଉଛି । ଚଳିତ ବର୍ଷ ମଧ୍ୟ ବ୍ୟବସାୟୀମାନେ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଭଳିକି ଭଳି ରଙ୍ଗବେରଙ୍ଗର ଶୀତବସ୍ତ୍ରର ପସରା ମେଲାଇଛନ୍ତି । ବାରିପଦା ସହର ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତର ଲୋକମାନେ ଏହି ନେପାଳି ମାର୍କେଟରୁ ନିଜ ନିଜର ମନପସନ୍ଦର ଶୀତବସ୍ତ୍ର କିଣିବାକୁ ଭିଡ଼ ଲଗାଉଛନ୍ତି । ଚଳିତ ଶୀତୁ ରୁତୁ ଆରମ୍ଭ ତଥା ନଭେମ୍ବର ୨୦ ତାରିଖରୁ ନେପାଳିମାନେ ବାରିପଦା ସହରରେ ଶୀତବସ୍ତ୍ର ଷ୍ଟଲ ଖୋଲିଛନ୍ତି । ନେପାଳି ମାର୍କେଟରେ ଏଥର ୩୫ଟି ଷ୍ଟଲ ପଡ଼ିଥିବା ବେଳେ ସ୍ଥାନୀୟ ବ୍ୟବସାୟୀମାନେ ମଧ୍ୟ ଏଠାରେ ଗଦି, ବେଡସିଟ୍, କମ୍ବଳ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଶୀତବସ୍ତ୍ରର ଷ୍ଟଲ ଖୋଲିଛନ୍ତି । ବିଗତ ବର୍ଷମାନଙ୍କ ତୁଳନାରେ ଚଳିତ ଥର ମଧ୍ୟ ଶୀତ ଅନୁଭୂତି ହେଉ ଥିବାରୁ ଶୀତବସ୍ତ୍ରୀର ଆବଶ୍ୟକତା ପଡ଼ି ଥିବାରୁ ଶୀତବସ୍ତ୍ର କିଣିବାକୁ ଆସିଥିବା ଗ୍ରାହକ କହିଛନ୍ତି । ଫଳରେ ନେପାଳି ମାର୍କେଟରେ ଜନଗହଳ ପରିଲିକ୍ଷିତ ହେଉଛି। ବ୍ୟବସାୟମାନଙ୍କର ବ୍ୟବସାୟ ମଧ୍ୟ ଭଲ ହେଉଛି । ତଥାପି ଆଗକୁ ଜିଲ୍ଲାରେ ଅଧିକ ଥଣ୍ଡା ଅନୁଭୂତି ହେବାର ଆଶଙ୍କା ଥିବା ବେଳେ ଶୀତବସ୍ତ୍ରର ବ୍ୟବସାୟ ବି ଖୁବ ଜମିବ ବୋଲି ନେପାଳରୁ ଆସିଥିବା ଜଣେ ବ୍ୟବସାୟୀ କହିଛନ୍ତି । ନେପାଳି ମାର୍କେଟରେ ସର୍ବନିମ୍ନ ୩୦୦ ଟଙ୍କାରୁ ୨ ହଜାର ଟଙ୍କା ଭିତରେ ଶୀତବସ୍ତ୍ର ବିକ୍ରି ହେଉଥିବା ସେ କହିଛନ୍ତି । ନେପାଳି ମାର୍କେଟରେ ଭଳିକି ଭଳି ଜାକେଟ, ସୁଇଟର, ଗ୍ଲୋବ୍ସ, ମଫିଲର ଠାରୁ ଆରମ୍ଭ କରି ଶହେ ରୁ ଅଧିକ ଭେରାଇଟିର ଜାକେଟ ବିକ୍ରି ହେଉଛି । ବାରିପଦା ସହର ମଧ୍ୟରେ ଖୋଲିଥିବା ଏହି ଶୀତବସ୍ତ୍ର ବଜାର ଆସନ୍ତା ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ଖୋଲା ରହିବାକୁ ଥିବାବେଳେ ଏହାରି ଭିତରେ ଶୀତବସ୍ତ୍ର ବ୍ୟବସାୟ ଭଲ ହେବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି ।