ଭୁବନେଶ୍ୱର, ନିରପେକ୍ଷ ଖବର:୨୮/୧୨/୧୯ ଏସବିଆଇ ଗ୍ରାହକଙ୍କ ପାଇଁ ନୂଆବର୍ଷରୁ ଲାଗୁ ହେବ ନୂଆ ନିୟମ । ଯଦି ଆପଣ ଏସବିଆଇ ଏଟିଏମ କାର୍ଡ ବ୍ୟବହାର କରୁଛନ୍ତି ତେବେ ଜାଣନ୍ତୁ ଏହି ଖବର ।ଜାନୁଆରୀ ଏକ ତାରିଖରୁ ଏଟିଏମରୁ ଟଙ୍କା ଉଠାଣ ନେଇ ନିୟମ ଲାଗୁ ହେଵାକୁ ଯାଉଛି । ୨୦୨୦ ନୂତନ ବର୍ଷ ଆରମ୍ଭରୁ ଏସବିଆଇ ଆକାଉଣ୍ଟଧାରୀ ଓଟିପି ଜରିଆରେ ଟଙ୍କା ଉଠାଇବାର ସୁବିଧା ପାଇ ପାରିବେ । ଏହାଦ୍ୱାରା ଆପଣ ଯଦି ଏସବିଆଇ ଏଟିଏମରୁ ଟଙ୍କା ଉଠାଇବା ପାଇଁ କାର୍ଡ ଭର୍ତ୍ତି କରୁଛନ୍ତି ତେବେ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରକୁ ପ୍ରଥମେ ଓଟିପି ଆସିବ ।ନୂଆ ସୁବିଧା ଅନୁସାରେ ଆକାଉଣ୍ଟଧାରୀ ଏସବିଆଇ ଏଟିଏମରୁ କେତେ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତାହା କନଫର୍ମ କଲା ପରେ ଏଟିଏମ ପରଦାରେ ଓଟିପି ଦେବାକୁ ସ୍ଥାନ ଆସିବ । ପୂର୍ବରୁ ମୋବାଇଲକୁ ଆସିଥିବା ଓଟିପି ଏଣ୍ଟର କରିବା ପରେ ଆପଣ ଟଙ୍କା ଉଠାଇପାରିବେ । ତେବେ ଏସବିଆଇ ଏଟିଏମ କାର୍ଡରେ ଅନ୍ୟ କୌଣସି ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇଲେ ଏହି ଓଟିପିର ଆବଶ୍ୟକତା ପଡିବ ନାହିଁ । ଏହି ସୁବିଧା ରାତି ୮ଟାରୁ ଦିନ ୮ଟା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଯେଉଁ ଗ୍ରାହକ ମାନେ ୧୦ ହଜାର ଟଙ୍କାରୁ ଅଧିକ ଉଠାଇବାକୁ ଚାହୁଁଥିବେ କେବଳ ସେମାନଙ୍କୁ ହିଁ ଓଟିପି ଦେବାକୁ ପଡିବ ।ଏହି ନୂଆ ନିୟମ ଦ୍ୱାରା ଏଟିଏମ ଠକେଇ କମ ହେବ ବୋଲି ଏସବିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଏହାପୂର୍ବରୁ ନକଲି ଏଟିଏମ କାର୍ଡ କିମ୍ବା କ୍ଲୋନ କାର୍ଡ ଦ୍ୱାରା ଅନ୍ୟ ଆକାଉଣ୍ଟରୁ ମଧ୍ୟ ଟଙ୍କା ଉଠାଯାଇପାରୁଥିଲା ।
କିନ୍ତୁ ଏହି ଓଟିପି ବ୍ୟବସ୍ଥା ଦ୍ୱାରା ଏଭଳି ଠକେଇକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରିବ । ତେବେ ଏଥିପାଇଁ ଗ୍ରାହକଙ୍କୁ ନିଜ ଆକାଉଣ୍ଟ ସହ ମୋବାଇଲ ନମ୍ବର ଅପଡେଟ କରିବା ଦରକାର।