*ପ୍ରକଳ୍ପ ପ୍ରଶାସକଙ୍କ ସହ ଯୁକ୍ତିତର୍କ…
*ସାଂସଦ ଓ ବିଧାୟକ ଙ୍କ ନାମରେ ଥାନାରେ ପଡିଲା ଏତଲା…
ବାରିପଦା(ନିରପେକ୍ଷ ଖବର)ତା-୧୦/ଜାନୁଆରୀ/୨୦୨୦:ମୟୁରଭଂଜ ଜିଲ୍ଲାର ରାଇରଙ୍ଗପୁର ଆଦିବାସୀ ସମନ୍ଵିତ ପ୍ରକଳ୍ପ ଅଫିସରେ ମୟୁରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡୁ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ଙ୍କ ଦାଦାଗିରି।ସାଂସଦ ଓ ବିଧାୟକ ଙ୍କ ସହ କିଛି ଜିଲ୍ଲା ପରିଷଦ ସଦସ୍ୟ ଗୁରୁବାର ଦିନ ୧ଟା ବେଳେ ଅଫିସରେ ପହଞ୍ଚି ପ୍ରକଳ୍ପ ପ୍ରଶାସକ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କ ସହ ସାକ୍ଷାତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଆଲୋଚନା କରିଥିଲେ ।ପରେ ୨୦୧୮ ମସିହାରେ ଉପଖଣ୍ଡରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ତଥ୍ୟ ମାଗିଥିଲେ ।ପ୍ରକଳ୍ପ ପ୍ରଶାସକ ଉନ୍ନୟନ ଫାଇଲ ମଗାଇ ସାଂସଦଙ୍କୁ ଦେଇଥିଲେ । ଏଥିପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ନେଇ ବିଶୋଇ ବ୍ଲକକୁ ତୁରନ୍ତ ଯିବା ପାଇଁ ନିଜ ଚେୟାରୁ ଉଠି ବାହାରୁଥିଲେ ପିଏ ଅନନ୍ୟ ସିଂ ଲାଗୁରୀ ।ସାଂସଦ ଏବଂ ବିଧାୟକ ବସିଥିବା ବେଳେ ପିଏ ଅନନ୍ୟ ସିଂ ଲାଗୁରୀ କାମ ବିଷୟରେ ଆଲୋଚନା ନ କରି ଚେୟାର ରେ ଉଠିପଳାଇବା ବ୍ଯବହାରରେ ଅତିଷ୍ଠ ହୋଇଥିଲେ ସାଂସଦ ଏବଂ ବିଧାୟକ ।ଏହି ଘଟଣାକୁ ନେଇ ସାଂସଦ ଓ ବିଧାୟକ ଅସନ୍ତୋଷ ପ୍ରକାଶ କରି ଆଇଟିଡିଏ ଅଫିସରେ ସମସ୍ତଙ୍କୁ ବାହାର କରାଇ ତାଲା ମାରି ଚାଲି ଯାଇଥିଲେ ।ବିଜେପି ପକ୍ଷରୁ ଅଭିଯୋଗ ମଧ୍ୟ ହୋଇଥିଲା ଯେ ବିଭିନ୍ନ ଉନ୍ନୟନ କାମରେ ବିଜେପି କର୍ମୀମାନଙ୍କୁ ପକ୍ଷପାତିତା କରି କାମ ଦିଆ ଯାଉନାହିଁ ଏବଂ ପିଏଙ୍କର ବ୍ୟବହାରରେ ସେମାନେ ଅସନ୍ତୁଷ୍ଟ ।
ଅପରପକ୍ଷରେ ପିଏ ଆଇଟିଡିଏ ଅଫିସରେ ତାଲା ମରା ନେଇ ରାଇରଙ୍ଗପୁର ଟାଉନଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ସାଂସଦ , ବିଧାୟକ ଓ ତାଙ୍କ ସମର୍ଥକ ମାନେ ଅଫିସର ସମସ୍ତ କର୍ମଚାରୀଙ୍କୁ ବାହାର କରି ତାଲା ପକାଇଥିଲେ ।ତତସହ ଅଫିସରେ ସାଂସଦ ଓ ବିଧାୟକ ତାଙ୍କ ସହିତ ଯୁକ୍ତି ତର୍କ କରିଥିଲେ ।ମୋର ସାଂସଦ ଓ ବିଧାୟକଙ୍କୁ ଅପମାନ କରିବା ଉଦ୍ଦେଶ୍ୟ ନୁହେଁ ।ମୋ ସହିତ ଦିନ ୧୧ଟା ବେଳେ ଦେଖା କରିବେ ବୋଲି କହିଥିଲେ କିନ୍ତୁ ଦିନ ୧ ଟା ବେଳେ ଆସିଲେ ।ହେଲେ ପୂର୍ବ କାର୍ଯ୍ୟସୂଚୀ ନେଇ ମୋର ବିଶୋଇ ଯିବାର ଥିଲା । ତେଣୁ ମୁଁ ଯିବାକୁ ବାହାରି ଥିଲି ।ପରେ ସବକଲେକ୍ଟର ଧର୍ମାନନ୍ଦ ବେହେରା ଟାଉନଥାନା ଅଧିକାରୀ ରେଣୁବାଳା ସାହୁଙ୍କ ଉପସ୍ଥିତରେ ଅପରାହ୍ନରେ ଅଫିସ ତାଲା ଭାଙ୍ଗି ଥିଲେ ।ପିଏ ଆଇଟିଡିଏ ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏଥି ନେଇ ମୟୁରଭଞ୍ଜ ସାଂସଦ ଓ ବିଧାୟକ ନାମରେ ମାମଲା କେଶ ନଂ ୮ ମାମଲା ରୁଜୁ ହୋଇଛି ।