ବାରିପଦା(ନିରପେକ୍ଷ ଖବର)ତା-୨୯/ଜାନୁଆରୀ/୨୦୨୦-ସରକାରଙ୍କ ନିର୍ଦ୍ଧେଶକୁ ଖାତିର କରୁ ନାହାଁନ୍ତି ଶିକ୍ଷକ। ସର୍ବଶିକ୍ଷା ଅଭିଯାନକୁ ଦଳିମକଚି ଦେଉଛନ୍ତି। ବିଦ୍ୟାଳୟରେ ପାଠ ପଢ଼ା ବ୍ୟତୀତ ଅନ୍ୟ କୋୖଣସି କାର୍ଯ୍ୟରେ ଛାତ୍ରଛାତ୍ରୀମାନଙ୍କୁ ନିୟୋଜନ ନ କରାଇବା ପାଇଁ ଗଣ ଶିକ୍ଷା ରୋକଠୋକ ମନା ବି କରିଛନ୍ତି।କିନ୍ତୁ ମୟୁରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ନୋଧନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକମାନେ ୩ଜଣ ଛାତ୍ରଙ୍କୁ କାଠ ଆଣିବାକୁ ପଠାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଛାତ୍ରମାନେ କାଠ ଆଣୁଥିବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି।
ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ସେ ନିଜ ଭୁଲକୁ ସ୍ବୀକାର କରିଥିଲେ ମଧ୍ୟ କ୍ୟାମେରା ଆଗରେ କହିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । କୁଳିଅଣା ବି.ଇ.ଓ. ମୋନମୋହନ ହେମ୍ବ୍ରମ ଙ୍କୁ ପଚାରିବାରୁ ସେ କହିଥିଲେ ଯେ ମ୍ୟାଡମ ନିଜ ଦୋଷ ସ୍ବୀକାର କରିଛନ୍ତି ଏବଂ ତଦନ୍ତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।କିଛି ଦିନ ପୂର୍ବେ ସାରସକଣା ବ୍ଲକ ସ୍ଥିତ ଇଶ୍ଵର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଜନାର୍ଦ୍ଦନ ମଣ୍ଡଳ ବିଦ୍ୟାଳୟର ଛାତ୍ରାବାସରେ ଶିକ୍ଷକ ଜନକ ଛାତ୍ରଙ୍କ ଦ୍ଵାରା ମସାଜ କରାଉଥିଲେ । ଶିକ୍ଷକ ଜଣକ ଏକ ଦୌଡ଼ିଆ ଖଟିଆ ରେ ସୋଇଥିବା ବେଳେ ୩ ଜଣ ଛାତ୍ର ତାଙ୍କ ଗୋଡ , ମୁଣ୍ଡ, ହାତ ମସାଜ କରାଇ ବିବାଦ ଘେର କୁ ଆସିଥିଲେ।କିନ୍ତୁ ସେ ଘଟଣାର ମଧ୍ୟ ଶିକ୍ଷା ବିଭାଗ ପକ୍ଷରୁ କିଛି ଦୃଷ୍ଟାଭିମୁଖୀ ପଦକ୍ଷେପ ନିଆ ଯାଇନାହିଁ।