Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

ମହିଳାନେତ୍ରୀଙ୍କ ଆତ୍ମହୃତି ପାଇଁ ପୋଲିସ ପ୍ରଶାସନ ଦାୟୀ :ବିଜେପି

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା.୧୩/୦୨: ଗତକାଲି ପୁଲିସ ଠାରୁ ନ୍ୟାୟ ନପାଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ ନିଆଁ ଲଗାଇ ଆତ୍ମାହୂତି ଉଦ୍ୟମ କରିଛନ୍ତି ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର । ଗତ ୨୮ ତାରିଖରେ ପାକିଂକୁ ନେଇ ମୀନାକ୍ଷୀ ମିଶ୍ର ଏବଂ ତାଙ୍କ ପୁଅଙ୍କୁ କିଛି ଦୁବୃତ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ତାଙ୍କ ପୁଅଙ୍କୁ ପୋଲିସ ଗିରଫ କରିଥିଲା । ଏହାର ପ୍ରତିବାଦରେ ପୋଲିସର ପାତର ଅନ୍ତର କାର୍ଯ୍ୟକଳାପକୁ ନେଇ ମିନାକ୍ଷୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଏବଂ ତାଙ୍କ ପୁଅକୁ ମୁକୁଳା ନକଲେ ସେ ଆତ୍ମହୃତି ଦେବେ ବୋଲି
କହିଥିଲେ ।

Advertising:
Blank space

ଗତକାଲି ବ୍ରହ୍ମପୁର ଏସପିଙ୍କୁ ଭେଟିବାକୁଯିବା ସମୟରେ ଏସପି ତାଙ୍କୁ ନଭେଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଛନ୍ତି ଯେ, ବିଜେଡି ନେତ୍ରୀ ପ୍ରଶାସନ ପାଖରୁ ନ୍ୟାୟ ନପାଇ ଆତ୍ମହତ୍ୟା କରୁଛନ୍ତି । ତେବେ ୫-ଟି, ମୋ ସରକାରରେ ସାଧାରଣ ଲୋକ କିପରି ନ୍ୟାୟ ପାଉଥିବେ ତାହା ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି । ପୀଡିତାଙ୍କ ସମସ୍ୟା ଶୁଣିବା ପାଇଁ ପୋଲିସ ପ୍ରଶାସନ ପାଖରେ ସମୟ ନାହିଁ । ଗତକାଲିର ଏଭଳି ଅଭାବନୀୟ ଘଟଣା ପାଇଁ ରାଜ୍ୟସରକାର, ଗୃହ ବିଭଗ ଏବଂ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବେ ଦାୟୀ । ରାଜ୍ୟରେ କୌଣସି ଘଟଣା ଘଟିଲା ପରେ ପୋଲିସ ଉଦାସୀନ ମନୋଭାବ ଦେଖାଉଛି । ଅନେକ ସ୍ଥାନରେ ପୋଲିସ ଶାସକ ଦଳର ନେତାଙ୍କୁ ସୁରକ୍ଷା ଯୋଗାଇ ଚାଲିଛି । ଗତକାଲି ଘଟଣାରେ ଯେହେତୁ ବିଜେଡିର ଦୁଇଟି ଗୋଷ୍ଠୀ ଥିଲେ ଏଭଳି ଘଟଣାରେ ପୋଲିସ ପକ୍ଷପାତିତା କାହାକୁ କରିବ ବୋଧେ ଜାଣିପାରିଲା ନାହିଁ । ଥାନାକୁ ଗୋଟେ ନିରୀହ ଲୋକ ଗଲେ ପୋଲିସ ତାଙ୍କ ସହ ଦୁର୍ବ୍ୟବହାର କରୁଛି । ଅନ୍ୟପଟେ ପୋଲିସ କେବଳ ମିଡିଆ କୁ ଦେଖାଇ
ସାଇକେଲ ଚଲାଇବା, ରକ୍ତଦାନ କରିବା ଆଦି କାର୍ଯ୍ୟ କରି ବାହା ବାହା ମାରୁଛି । ବିଜେଡି ଦଳର ନେତ୍ରୀ ଆତ୍ମହୃତି ଦେବା ବେଳେ ପୂରା ବିଜେଡି ଦଳ ଆଜି ଚୁପ୍ ରହିଛି । ଏଭଳି ଘଟଣାରୁ ଜଣାପଡୁଛି କି, ବିଜେଡି କିପରି ନାରୀ ମାନଙ୍କୁ ସମ୍ମାନ ଦେଉଛି । ପୋଲିସ ଜନତାଙ୍କୁ ନୁହେଁ
କେବଳ ନେତାଙ୍କୁ ସୁରକ୍ଷା ଦେବା କାର୍ଯ୍ୟରେ ଲାଗିଛି । ଗତକାଲି ପରିବହନ ମନ୍ତ୍ରୀ ବ୍ରହ୍ମପୁର ଗସ୍ତ କରିଥିବା ଯୋଗୁଁ ଜିଲ୍ଲା ପୋଲିସ ତାଙ୍କ ପାଖରେ ଉପସ୍ଥିତ ଥିଲେ । କିନ୍ତୁ ପୀଡିତାଙ୍କ କଥା ଶୁଣିଲେ ନାହିଁ । ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ କରନ୍ତୁ । ଯଦି ମିନାକ୍ଷୀ ମିଶ୍ରଙ୍କର କିଛି କ୍ଷତି ହୁଏ ଏଥିପାଇଁ ରାଜ୍ୟସରକାର, ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ଦାୟୀ ରହିବେ ବୋଲି ଡ.ସାମନ୍ତସିଂହାର କହିଛନ୍ତି ।

Mo sapath

Leave A Reply

Your email address will not be published.