ନୂଆଦିଲ୍ଲୀ/ଭୁବନେଶ୍ୱର,ନିରପେକ୍ଷ ଖବର: ୨୫/୦୨ ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉର୍ଜା କ୍ଷେତ୍ରକୁ ନୂଆ ଶିଖରକୁ ନେବ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଇଣ୍ଡିଆ-ୟୁଏସ୍ ବିଜନେସ୍ ଷ୍ଟୋରୀ : ସୁଯୋଗ, ନବଉନ୍ମେଷ ଏବଂ ଉଦ୍ୟମିତା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ୍ ହେଉଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଟ୍ରମ୍ପଙ୍କ
ବୈଠକରେ ଉର୍ଜା ସ୍ତମ୍ଭକୁ ଗୁରୁତ୍ୱ ଦେବା ସହ ଦ୍ୱିପାକ୍ଷିକ ଋଣନୈତିକ ସମ୍ପର୍କକୁ ଅଧିକ ମଜବୁତ୍ କରିବା ପାଇଁ
ପଦକ୍ଷେପ ନିଆଯାଇଛି । ଭାରତର ଆମେରିକା ଋଣନୈତିକ ଉର୍ଜା ସହଯୋଗ କାରଣରୁ ଗତ ୩ ବର୍ଷରେ ଉର୍ଜା କ୍ଷେତ୍ରରେ ବିକାଶର ସୁପ୍ରଭାବ ଦେଖିବାକୁ ମିଳିଛିା ଏହାବ୍ୟତିତ ଗତ ୩ ବର୍ଷରେ ଭାରତର ହାଇଡ୍ରୋକାର୍ବନ ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତି ପରିଲକ୍ଷିତ ହୋଇଛି ଏବଂ ଏହା ହିଁ ଦୁଇ ଦେଶ ମଧ୍ୟରେ ଥିବା ବିକାଶର ସମ୍ପର୍କକୁ ପ୍ରତିଫଳିତ କରୁଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତକାଲି ଆମେରିକାର ଉର୍ଜା ସଚିବ ଡାନ୍ ବ୍ରୌଲିଟି ମଧ୍ୟରେ ହୋଇଥିବା ସମୀକ୍ଷୀ ବୈଠକ ଦ୍ୱାରା ଭାରତ ଏବଂ ଆମେରିକା ମଧ୍ୟରେ କ୍ରିୟାନ୍ୱିତ ଋଣନୈତିକ ଉର୍ଜା ସହଯୋଗକୁ ନୂଆ ସ୍ତରକୁ ନେବା ପାଇଁ ନିଷ୍ପତି ନିଆଯାଇଛି । ଭାରତ ଓ ଆମେରିକା ସମ୍ପର୍କ ଦ୍ୱାରା ଦେଶକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ମଧ୍ୟ ସହଜ ହେବ । ସେହିପରି ଗତକାଲି ଆଇଓସିଏଲ ଏବଂ ଏକ୍ସନ ମୋବିଲ୍ ମଧ୍ୟରେ ଏକ ଚୁକ୍ତି ପତ୍ର ସ୍ୱାକ୍ଷରିତ ହୋଇଯାଇଛି,
ଯାହା ଭାରତୀୟ ବଜାରରେ ଏଲଏନଜିର ଉପଲବ୍ଧିରେ ବୃଦ୍ଧି ଘଟିବ ।ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ ସୁଦ୍ଧା ଭାରତକୁ ଆମେରିକୀୟ ଡଲାରରେ ୫ ଟ୍ରିଲିୟନ ଅର୍ଥନୀତି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଭାରତର ଉର୍ଜା କ୍ଷେତ୍ର ଏହି ଲକ୍ଷ୍ୟକୁ ହାସଲ କରିବା ଦିଗରେ ଉଦ୍ୟମରତ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଭାରତ ଦ୍ରୁତତମ ଅର୍ଥନୀତି ବଢୁଥିବା ଦେଶ ମଧ୍ୟରୁ ଅନ୍ୟତମ ଏବଂ ୨୦୩୫ ସୁଦ୍ଧା ବାର୍ଷିକ ୪.୨ ପ୍ରତିଶତ ଉର୍ଜା ବ୍ୟବହାର ବୃଦ୍ଧି ପାଇବ । ଆମେ ସୁରକ୍ଷିତ ପଦ୍ଧତିରେ ସୌର ଉର୍ଜା ଏବଂ ବିକଳ୍ପ ଉର୍ଜାର ସନ୍ଧାନ କରିବା ଦିଗରେ କାର୍ଯ୍ୟ କରୁଛୁ ଏବଂ ଏଥିପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ ଦେଶ, ଗୋଟିଏ ଗ୍ୟାସ ଗ୍ରୀଡ୍ ଦୂରଦୃଷ୍ଟି ଆମକୁ ଦେଶରେ ଗ୍ୟାସ ଭିତିଭୂମିର
ସଂପ୍ରସାରଣ କରିବାକୁ ଉତ୍ସାହ ଦେଉଅଛି । ଦେଶର ଗ୍ୟାସ ଭିତିଭୂମିକୁ ସୁଦୃଢ କରିବା ପାଇଁ ପାଇଇଲାଇନ, ସିଟି
ଗ୍ୟାସ ବିତରଣ ଏବଂ ଏଲଏନଜି ଟର୍ମିନାଲ କାର୍ଯ୍ୟ ପାଇଁ ଆମେରିକୀୟ ଡଲାରରେ ୬୦ ବିଲିୟନ ପୁଞ୍ଜିନିବେଶ
କରାଯିବା ପାଇଁ ଆକଳନ କରାଯାଇଛି । ଏତଦବ୍ୟତିତ ସିଜିଡି ବା ସିଟି ଗ୍ୟାସ ବିତରଣ ନେଟଓା୍ୱର୍କ ସଂପ୍ରସାରଣରେ ଦ୍ରୁତ ବୃଦ୍ଧି ହେଉଛି । ଦେଶର ଜନସଂଖ୍ୟାର ପ୍ରାୟ ୭୦ ପ୍ରତିଶତ ଏହି ନେଟୱାର୍କ ଉପଲବ୍ଧ ହୋଇଥିବା ବେଳେ ଖୁବ ଶୀଘ୍ର କେନ୍ଦ୍ରଶାସିତ ଅଂଚଳକୁ ମଧ୍ୟ ସିଜିଡି ନେଟୱାର୍କ ସଂପ୍ରସାରଣ କରାଯିବ । ଅପରପକ୍ଷରେ ୨୦୨୪ ସୁଦ୍ଧା ସମଗ୍ର ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ ଏହି କ୍ଷେତ୍ରକୁ ସୁଦୃଢ କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଆମେରିକା ଓ ଭାରତ ଦ୍ୱିପାକ୍ଷିକ ସହଯୋଗ ଦ୍ୱାରା ସ୍ୱଚ୍ଛ ଉର୍ଜା ବିକାଶରେ ବୃଦ୍ଧି ଘଟିଛି । ଆମେରିକାର ସହଯୋଗ ଦ୍ୱାରା ୨୦୩୦ ସୁଦ୍ଧା ଦେଶର ଇସ୍ପାତ୍ ଉତ୍ପାଦନ କ୍ଷମତାକୁ ୧୪୦ ମେଟ୍ରିକ୍ ଟନରୁ ୩୦୦ ମେଟ୍ରିକ୍ ଟନ୍ କ୍ଷମତାକୁ ବୃଦ୍ଧି
କରିବା ଲକ୍ଷ୍ୟରେ ଅଗ୍ରସର ହେଉଛୁ । କୋକିଂ କୋଲ୍ କ୍ଷେତ୍ରରେ ମଧ୍ୟ ଆମେରିକା ସହ ଦୀର୍ଘମିଆଦି ସହଯୋଗ
ଲୋଡିବା ବ୍ୟବସାୟିକ ଆଲୋଚନା ହୋଇଥିବା ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଆମେରିକାକୁ ଭାରତର ଉର୍ଜା ତଥା ତୈଳ ଓ ଗ୍ୟାସ କ୍ଷେତ୍ରର ବିକାଶରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ ।
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ