ବାରିପଦା(ନିରପେକ୍ଷ ଖବର)ତା-୨୭/୦୨/୨୦୨୦– ଛେଳି ଚୋରି କରିବା ମହଙ୍ଗା ପଡିଲା ଯୁବକକୁ। କଙ୍ଗାରୁ କୋର୍ଟରେ ଶାସ୍ତି ଦେଲେ ଗ୍ରାମବାସୀ। ଏଭଳି ଭୟଙ୍କର ଚିତ୍ର ବା କଙ୍ଗାରୁ କୋର୍ଟ କହୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବିଧାନସଭା ଅଧୀନରେ ଥିବା ଚାନ୍ଦୁଆ ବ୍ଲକରେ। ସୂଚନା ମୁତାବକ ଗତକାଲି ଏଭଳି ଘଟଣାର ଦୃଶ୍ୟ ଏବେ ଭାଇରଲ ହେବାକୁ ଲାଗିଛି। ବାରିପଦା ସହରର ଦୁଇଜଣ ଯୁବକ ଚାନ୍ଦୁଆ ଅଞ୍ଚଳକୁ ହାଟ ପାଇଁ ଯାଇଥିବା ବେଳେ ଛେଳି ଚୋର ଭଳି ସଙ୍ଗିନ ଅଭିଯୋଗ ସେହି ଗ୍ରାମର ଲୋକମନେ କରିଥିବା ସହ ପୋଲିସ କୁ ଜିମା ନଦେଇ ନିଜେ ନିଜେ ଆଇନ କୁ ହାତକୁ ନେଇ ଲୋହୁ ଲୁହାନ କରିଦେଇ ଥିଲେ ଦୁଇ ଯୁବକଙ୍କୁ। ତେବେ କିଛି ଦାୟିତ୍ୱବାନ ଲୋକଙ୍କ ପାଇଁ ଚାନ୍ଦୁଆ ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରି ଏଯାଇ ଥାନାରେ ଅଟକ ରଖିଛି।
ତେବେ ଏଭଳି ଘଟଣା ଘଟିଥିବା ବେଳେ ପୋଲିସ ଦୁଇ ଯୁବକଙ୍କୁ କୋର୍ଟ ଫୋରୱାର୍ଡ ନ କରିବା ଓ ଏଭଳି କଙ୍ଗାରୁ କୋର୍ଟ କୁ ନିଜ ହାତକୁ ନେଇଥିବା ଏବଂ ଲହୁଲୁହାଣ କରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବ ଏବେ ସମଗ୍ର ଜିଲ୍ଲାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବ ଏ ବାବଦରେ ଥାନା ଅଧିକାରୀଙ୍କୁ ଗତକାଲି ପାଖରୁ ଏବିଷୟ ନେଇ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ସଠିକ ସୂଚନା ଦେଉ ନାହାନ୍ତି ।