ସିମୁଳିଆ ପୋଲିସ୍ ର ବେପରୁଆ ମନୋଭାବ ପାଇଁ ଲକ୍ ଡାଉନ୍ କଟକଣା ମାନୁ ନାହାନ୍ତି ଜନତା..
ମାର୍କୋଣା ରାବଣ ପୋଡ଼ି ପଡ଼ିଆର ପରିବା ବଜ଼ାରରେ ରହୁନି ସାମାଜିକ ଦୂରତା...
ବାଲେଶ୍ଵର//ସିମୁଳିଆ,ନିରପେକ୍ଷ ଖବର: ତା’ ୧୭/୦୪/୨୦ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅନୁରୋଧ ପରେ ମଧ୍ୟ ଏବେବି ଅଧିକାଂଶ ସ୍ଥାନରେ ଲକ୍ ଡାଉନ୍ କଟକଣାକୁ ଲୋକେ ଖାତିର କରୁ ନାହାନ୍ତି। କରୋନା ଭାଇରସର ଭୟାବହତା ସମ୍ପର୍କରେ ସବୁ ଜାଣି ଶୁଣି ବି ସରକାରୀ ନୀତି ନିୟମକୁ ଫୁ କରି ଉଡାଇ ଦେଉଛନ୍ତି। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣାଠାରେ ଥିବା ଏକ ପରିବା ବଜାରରେ ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି। ସିମୁଳିଆ ପୋଲିସ୍ ବେପରୁଆ ମନୋଭାବ ପାଇଁ ସ୍ଥାନୀୟ ରାବଣ ପୋଡ଼ି ପଡ଼ିଆରେ ବସିଥିବା ପରିବା ହାଟରେ ସାମାଜିକ ଦୂରତା ରଖୁ ନାହାଁନ୍ତି ଉଭୟ ବ୍ୟବସାୟୀ ଓ ଗ୍ରାହକ। ଏଠି ନା ଅଛି ସମାଜକି ଦୂରତା ନା କେହି ମାନୁଛନ୍ତି କଟକଣା। ସବୁଠାରୁ ଦୁଃଖର କଥା ହେଉଛି ରାଜ୍ୟ ସରକାରଙ୍କ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଘର ପାର୍ଶରେ ଏହି ପରିବା ହାଟଟି ରହିଛି। ତଥାପି ସିମୁଳିଆ ପୋଲିସ୍ ସରକାରୀ ନିର୍ଦେଶକୁ ପାଳନ କରିବାରେ ତିଳେ ହେଲେ ଉଦ୍ୟମ କରୁ ନ ଥିବା ଭଳି ଦେଖାଯାଉଛି। ଏନେଇ ମନ୍ତ୍ରୀ ମଧ୍ୟ କିଛି ତାଗିଦ କରୁ ନ ଥିବା ସାଧାରଣରେ ଅଭିଯୋଗ ହେଉଛି।