ଭୁବନେଶ୍ୱର, ନିରପେକ୍ଷ ଖବର:ତା,୨୯/୦୪ ଓଡ଼ିଶାରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ବ୍ୟାପି ଚାଲିଛି । ପୂର୍ବରୁ କିଛି ଜିଲ୍ଲାରେ ସୀମିତ ଥିବା କରୋନା ମହାମାରୀ ଏବେ ୧୪ ଜିଲ୍ଲାକୁ ବ୍ୟାପିଛି ।
ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢ଼େଙ୍କାନାଳ, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ପୁରୀ, ସୁନ୍ଦରଗଡ଼ା ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏବେ ପୁଣି ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର ଚିନ୍ତାର କାରଣ ପାଲଟିଛି ।କାରଣ ଏହି ତିନୋଟି ଜିଲ୍ଲାରେ ୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଛି । ତେବେ ସମସ୍ତ ଆକ୍ରାନ୍ତଙ୍କର କୋଲକାତା ଲିଙ୍କ୍ ରହିଛି। ପଶ୍ଚିବଙ୍ଗରୁ ଫେରିବା ପରେ ସମସ୍ତ ଆକ୍ରାନ୍ତ କ୍ୱାରେଣ୍ଟିନରେ ଥିବା ସୂଚନା ମିଳିଛି।ଆଜି ଗୋଟିଏ ଦିନରେ ରାଜ୍ୟରେ ୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ଜଣେ ୭୭ ବର୍ଷିୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ପରେ ରାଜ୍ୟରେ ବର୍ତ୍ତମାନ ମୋଟ ୧୨୨ ଆକ୍ରାନ୍ତ ଏମାନଙ୍କ ମଧ୍ୟରୁ ୩୮ ଜଣ ସୁସ୍ଥ ହୋଇସାରିଥିବାବେଳେ ୮୩ ଜଣ ରୋଗରେ ଆକ୍ରାନ୍ତ ଅଛନ୍ତି ।