ଭୁବନେଶ୍ୱର,ନିରପେକ୍ଷ ଖବର:ତା,୦୨/୦୪ ବାତ୍ୟା ହେଉ କି ବନ୍ୟା କିମ୍ବା କରୋନା ମହାମାରୀ , ସବୁ ପରିସ୍ଥିତି ରେ ସାମାଜିକକର୍ମୀ ମାନେ ବିନା ସରକାରୀ ସୀକୃତିରେ ସେମାନେ ସାମାଜିକ ସେବା ଯୋଗାଇଥାନ୍ତି , ସାମ୍ପ୍ରତିକ ସ୍ଥିତିରେ ଡାକ୍ତର , ଆଶାକର୍ମୀ ,ପୋଲିସ , ଗଣମାଧ୍ୟମ ପ୍ରତିନିଧି ପ୍ରଶାସନିକ ଅଧିକାରୀ ସମସ୍ତେ କରୋନା ବିରୋଧରେ ଜଣେ ଜଣେ ଯୋଦ୍ଧା ଭାବେ ଲଢ଼ୁଛନ୍ତି । କିନ୍ତୁ ସାମାଜକର୍ମୀ ଟିଏ ବିନା ସରକାରୀ ସ୍ୱୀକୃତି ରେ ନିଜର ସମାଜ ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟ କୁ ପାଳନ କରି ନିଃସ୍ୱାର୍ଥପର ଭାବେ ସାମାଜିକ ସେବା ଯୋଗାଉଛନ୍ତି । ଯେଉଁ ସାମାଜିକକର୍ମୀ ଟିଏ ବଳେ ପଶି ନିଜର ମାନବିକତା ମାନବଧର୍ମ ପାଳନ କରି ସେବା ଯୋଗାଉଛନ୍ତି ସେମାନଙ୍କର ଆଜିର ସ୍ଥିତିରେ ଅବହେଳିତ ହୋଇପଡିଛନ୍ତି । ସାମାଜିକ ସେବା କରିବାକୁ କେହି ବାଧ୍ୟ କରନ୍ତିନି କିନ୍ତୁ ଯେଉଁ ସାମାଜିକକର୍ମୀ ଟି ନିଜର ପରିବାର କୁ ପଛରେ ପକାଇ ସାଧାରଣ ଲୋକମାନଙ୍କୁ ସେବା ଯୋଗାଉଛନ୍ତି ସେମାନଙ୍କ ସୁରକ୍ଷା ଭବିଷ୍ୟତ କଥା ସରକାର ଟିକେ ଚିନ୍ତା କରିବା କରିବାର ସମୟ ଆସିଛି , ସରକାର ସମସ୍ତଙ୍କ ପାଇଁ ଚିନ୍ତା କରୁଥିବା ବେଳେ ସାମାଜିକକର୍ମୀ ମାନଙ୍କୁ ଚିହ୍ନଟ କରି ତାଙ୍କ ପରିବାରକୁ ସହାୟତା ପ୍ରଦାନ କରନ୍ତୁ । ଯେମିତି ସାମାଜିକକର୍ମୀ ମାନେ ନିଜର ସମାଜ ପ୍ରତି ଥିବା ଦାଇତ୍ୱକୁ ବୁଝି ସେବା ଯୋଗାଉଛନ୍ତି ରାଜ୍ୟ ର ସଚେତନ ନାଗରିକ ହିସାବରେ ସେମିତି ସରକାର ସେମାନଙ୍କର ସେବାର ଗୁରୁତ୍ୱ ବୁଝି ସେମାନଙ୍କୁ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇଦିଅନ୍ତୁ ।
ଏହି ଅବକାଶରେ ଓଡିଶା ସମାଜସେବୀ ମହାସଂଘ ପକ୍ଷରୁ ମାନନୀୟ ମୁଖ୍ୟମନ୍ତ୍ରୀ ଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ଦିଆଯାଇଛି । ମହାସଂଘର ରାଜ୍ୟ ସଭାପତି ନାରାୟଣ ଚନ୍ଦ୍ର ଓଝାଙ୍କ ସମେତ ମୁଖପାତ୍ର ପ୍ରସନ୍ନ ପାଣି , ସଭ୍ୟ ଦେବାଶିଷ ଜେନା , ତନ୍ମୟ ସାମନ୍ତରାୟ , ସଞ୍ଜୟ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।