ମଦ ମିଳିପାରିବ ଅନ୍ ଲାଇନ୍ ରେ…
ଭୁବନେଶ୍ୱର, ନିରପେକ୍ଷ ଖବର: ତା,୦୮/୦୫ ମଦ ବିକ୍ରିକୁ ନେଇ ସୁପ୍ରିମକୋର୍ଟ ର ବଡ଼ ରାୟ । ସୁପ୍ରିମକୋର୍ଟ ଆଦେଶ ଅନୁସାରେ ମଦ ବିକ୍ରି ପାଇଁ ରାଜ୍ୟ ସରକାର ନେଇ ପାରିବେ ନିଷ୍ପତି। ସାମାଜିକ ଦୁରତା ରଖି ମଦ ବିକ୍ରି କରାଯାଇ ପାରିବ। ତେବେ ରାଜ୍ୟ ସରକାର ଚାହିଁଲେ ପରୋକ୍ଷରେ ବା ହୋମ୍ ଡେଲିଭରୀ ଜରିଆରେ ମଦ ଯୋଗାଇ ପାରିବେ । ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ର ପ୍ରଥମ ଦିନରୁ ମଦ ବିକ୍ରି ପାଇଁ ଅନୁମତି ମିଳିଥିଲା । ଦେଶରେ ବିଭିନ୍ନ ସ୍ଥାନରେ ମଦ ବିକ୍ରି ଚାଲିଥିବାବେଳେ ଓଡ଼ିଶାରେ ଅନୁମତି ମିଳିନାହିଁ ।ଏବେ ପର୍ଯ୍ୟନ୍ତ ଓଡିଶାରେ ମଦ ବିକ୍ରି ପାଇଁ ରାଜ୍ୟ ସରକାର ଅନୁମତି ଦେଇ ନାହାଁନ୍ତି ।ଆଜି ସୁପ୍ରମିକୋର୍ଟ ମଦ ର ଅନଲାଇନ ବିକ୍ରି ତଥା ହୋମ ଡେଲିଭରୀ କରିବାକୁ ଦେଶର ସମସ୍ତ ରାଜ୍ୟ ସରକାରଙ୍କୁ ନିଷ୍ପତି ନେବା ପାଇଁ ପରାମର୍ଶ ଦେଇଛନ୍ତି ।ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି।ରାଜ୍ୟ ସରକାର ଚାହିଁଲେ ରାଜ୍ୟରେ ଏବେ ମଦ ବିକ୍ରି ହେବ କି ନାହିଁ ସେନେଇ ନିଷ୍ପତ୍ତି ନେଇ ପାରିବେ। ଏବେ ବାକି ରହିଲା ରାଜ୍ୟ ସରକାର କେବେ ନିର୍ଦେଶ ଦେବେ ମଦ ଦୋକାନ ଖୋଲିବା ପାଇଁ।