Blank space
Blank space
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ
Blank space

ରଥଯାତ୍ରା ଏକ ଉତ୍ସବ ନୁହେଁ ଏହା ଏକ ବିଧି

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା-୨୧/୦୬- ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ନେଇ ଯେଭଳି ବାଦବିବାଦ ଚାଲିଛି ଏହାକୁ ନାପସନ୍ଦ କରିଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ । ଓଡ଼ିଆ ଜାତିର ଆଧ୍ୟାତ୍ମିକ ପ୍ରତିକ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଆଉ ଗୋଟିଏ ଦିନ ମାତ୍ର ବାକିଅଛି । ଏ ନେଇ ଭାରବର୍ଷର ସର୍ବୋର୍ଚ୍ଚ ନ୍ୟାୟଳୟ ତାଙ୍କର ନିଷ୍ପତି ଜଣାଇ ସାରିଛନ୍ତି । ରଥଯାତ୍ରାକୁ ଭକ୍ତଶୂନ୍ୟ କରି ସ୍ନାନପୂର୍ଣ୍ଣିମା ଭଳି ପାଳନ କରିବା ପାଇଁ ମନ୍ଦିର ପରିଚାଳନା କମିଟି ସରକାରଙ୍କୁ ଅବଗତ କରାଇଥିଲେ । ପ୍ରତ୍ୟେକ କଥାରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ତାଳରେ ତାଳ ମିଳାଇ ନିଷ୍ପତି ନେଉଥିଲା ବେଳେ କୋଟି କୋଟି ହୃଦୟର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ପବିତ୍ର ଘୋଷଯାତ୍ରା କାହିଁକି ବିଳମ୍ବକରି ଅନ୍ଧାର ଭବିଷ୍ୟତ ଭିତରକୁ ଠେଲି ଦେଲେ ଏହା ସମସ୍ତଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ଏକ ମହାମାରୀ ସମୟରେ ଲୋକଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଇ ଯଥେଷ୍ଟ ପୂର୍ବରୁ ସରକାର ନିଷ୍ପତି ନେବାର ଥିଲା।ଯଦି ସୁପ୍ରିମକୋର୍ଟ ତାଙ୍କ ଆଦେଶନାମାରେ ପରିବର୍ତନ ନକରନ୍ତି । ବର୍ତମାନ ପରିସ୍ଥିତିରେ ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ଅନୁପାଳନ
ପୂର୍ବକ କ’ଣ ବିକଳ୍ପ ବ୍ୟବସ୍ଥା ହୋଇ ପାରିବ ତାହା ଚିନ୍ତା କରି ନିଷ୍ପତି ନେବାର ସମୟ । କରୋନା ମହାମାରୀ ସମୟରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରବାସୀ ଶ୍ରମିକ ମାନଙ୍କୁ ନେବା ଆଣିବା ଓ ଖାଦ୍ୟପେୟ ଦେବାରେ ଯେଭଳି ଛକାପକା ନିତି ଅବଲମ୍ବନ କଲେ ଓ ବର୍ତମାନ ବହୁ ଲମ୍ବା କାର୍ଯ୍ୟକ୍ରମ ମାନ ହାତକୁ ନେବା ପାଇଁ ଯେଉଁ ସୁନେଲି ସ୍ୱପ୍ନ ଦେଖାଉଛନ୍ତି ତାର ବାସ୍ତବତା ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ । କରୋନା ମୁକାବିଲା ପାଇଁ କିଣାଯାଇଥିବା ବିଭିନ୍ନ ସାମଗ୍ରୀ ଓ ଶ୍ରମିକ ମାନଙ୍କ ପାଇଁ କିଣାଯାଇଥିବା ଅନେକ ସାମଗ୍ରୀରେ ଯେଉଁ ଶହ ଶହ କୋଟି ଟଙ୍କାର ଦୁର୍ନତି ହୋଇଛି ତାହା ନେଇ ପଦକ୍ଷେପ
ନେବା ବଦଳରେ ସରକାର ଚୁପଚାପ ହୋଇ ବସିଛନ୍ତି । ବର୍ତମାନ ପରିସ୍ଥିତିରେ ସାଧାରଣ ଲୋକ କେମିତି
ଆଗାମୀ ଖରିଫ ଫସଲ ଅମଳ ପର୍ଯ୍ୟନ୍ତ ପେଟକୁ ଦୁଇଓଳି ଦୁଇମୁଠା ଖାଇପାରିବେ ସେ ନେଇ ଉଭୟ ସରକାର କିଛି ତତ୍‌କାଳନ ନିଷ୍ପତି ନେବା ଅପରିହାର୍ଯ୍ୟ ତାହା ନକରି ଲୋକଙ୍କୁ ବର୍ତମାନ ଆତ୍ମନିର୍ଭରଶୀଳ ହେବାପାଇଁ ଆହ୍ୱାନ ଦେବାର ବାସ୍ତବତା କ’ଣ ।

Mo sapath

Leave A Reply

Your email address will not be published.