Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

ଆଗେଇ ଆସିଲା ପରିଚୟ ଫାଉଣ୍ଡେସନ ସଫେଇ କର୍ମୀଙ୍କୁ ନେସ୍‌ଲେ କିଟ୍‌

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୧/୦୭/ ସଫେଇ କର୍ମୀମାନେ ସହରର ପ୍ରକୃତ ଯୋଦ୍ଧା । କରୋନା ବିପତ୍ତି ସମୟରେ ସେମାନେ ନିଦ କର୍ତ୍ତବ୍ୟପରାୟଣତା ଭୁଲି ନାହାନ୍ତି । ନିରନ୍ତର ସେବା ଜାରି ରଖିଛନ୍ତି । ଏହି ସଫେଇ କର୍ମୀଙ୍କୁ ସମ୍ମାନ ଜଣାଇବା ପାଇଁ ସେମାନଙ୍କ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଉପହାର ବାଣ୍ଟିଛି ପରିଚୟ ଫାଉଣ୍ଡେସନ। ନେସ୍‌ଲେ ପକ୍ଷରୁ ଦିଆଯାଇଥିବା ମୋଟ ୧୦ଲକ୍ଷ
ଟଙ୍କାର ସ୍ୱତନ୍ତ୍ର କିଟ୍‌କୁ ସମସ୍ତ ସସଫେଇ କର୍ମୀଙ୍କ ମଧ୍ୟରେ ବଣ୍ଟାଯାଇଛି । ବିଏମ୍‌ସି କମିଶନର ପ୍ରେମ୍‌ଚନ୍ଦ୍ର ଚୌଧୁରୀ ଓ ପରିଚୟ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀଙ୍କ ଉପସ୍ଥିତିରେ ଏହି କିଟ୍ ବଣ୍ଟାଯାଇଛି । ନେସ୍‌ଲେ ପକ୍ଷରୁ ଏନର୍ଜୀ ଡ୍ରିଙ୍କସ୍‌, ଚକୋଲେଟ୍‌, କୋଲ୍ଟ କଫି ଓ ଅନ୍ୟ ସାମଗ୍ରୀ ଦିଆଯାଇଛି । ସଫେଇ କର୍ମୀମାନେ ଦିନରାତି ଯେ କୌଣସି ସମୟରେ ସଫେଇ କରି ସହରକ ସଫୁସୁତୁରା ରଖିବା ସହ ଲୋକଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖୁଛନ୍ତି । ପରିଚୟ ଫାଉଣ୍ଡେସନ୍ ଓ ନେସ୍‌ଲେ ସହଯୋଗରେ ସଫେଇ କର୍ମୀଙ୍କ ପିଲା ଓ ପରିବାରବର୍ଗଙ୍କ ବ୍ୟବହାର ପାଇଁ ଏହି  କିଟ୍ ବଣ୍ଟାଯାଇଛି ବୋଲି ବିଏମ୍‌ସି କମିଶନର ଶ୍ରୀଚୌଧୁରୀ କହିଛନ୍ତି । ମହାମାରୀ ସମୟରେ ଉତ୍ସର୍ଗୀକତୃତ ସେବା କରିଥିବା ସଫେଇ କର୍ମୀଙ୍କୁ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଉପହାର ବଣ୍ଟାଯାଇଛି ବୋଲି ଶ୍ରୀମତୀ ପାଟ୍ଟଶାଣୀ କହିଛନ୍ତି । ସଫେଇ କର୍ମୀଙ୍କୁ ପ୍ରୋତ୍ସାହନ ଦେଇଥିବାରୁ ପୂର୍ବତନ ଭାରତୀୟ ବୈଦେଶିକ କୂଟନୀତିଜ୍ଞ ଅମରେନ୍ଦ୍ର ଖଟୁଆ ଓ ନେସ୍‌ଲେ ଇଣ୍ଡିଆର ଇଷ୍ଟ୍ ଜୋନ୍‌ ରିଜିଓନାଲ୍ ମ୍ୟାନେଜର ସୁବ୍ରତ ବାନାର୍ଜୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ପୂର୍ବରୁ ମଧ୍ୟ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ପୁଲିସ କର୍ମୀଙ୍କୁ ନେସ୍‌ଲେ ଦେଇଥିବା ୨୫ଲକ୍ଷ ଟଙ୍କାର ଏନର୍ଜୀ ଡ୍ରିଙ୍କସ୍ ପ୍ରଦାନ କରାଯାଇଥିଲା । କଟକ ଓ ଭୁବନେଶ୍ୱର ପୁଲିସ କର୍ମଚାରୀଙ୍କ ଭିତରେ ଏହାକୁ ବଣ୍ଟାଯାଇଥିଲା । ସଫେଇ କର୍ମୀଙ୍କ ଭିତରେ ଏହାକୁ ବାଣ୍ଟିବା ପାଇଁ ବିଏମ୍‌ସି ଡେପୁଟି କମିଶନର(ପରିମଳ) ଶୁଭେନ୍ଦୁ ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି ।

Mo sapath

Leave A Reply

Your email address will not be published.