ବାରିପଦା(ନିରପେକ୍ଷ ଖବର)ତା-୦୩/୦୭-ମୟୂରଭଞ୍ଜ ଜିଲ୍ଲାରୁ କିଛି ଦିନ ହେବ ପ୍ରତିଦିନ କରୋନା ଆକ୍ରାନ୍ତ ଚିନ୍ହଟ ହେବାରେ ଲାଗିଛନ୍ତି।ଶୁକ୍ରବାର ପୁଣି ୧୦ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ ଯୋଗେ ସୂଚନା ପ୍ରଦାନ କରାଯାଇଛି।ଚିନ୍ହଟ ୧୦ ଜଣକ ମଧ୍ୟରୁ ୫ଜଣ ଗୋପବନ୍ଧୁ ନଗର,ବଡ଼ସାହି ଓ ବାରିପଦା ବ୍ଲକର ସ୍ଥାନୀୟ ଅଞ୍ଚଳର ଅଟନ୍ତି।ସେହିପରି ବାକି ୫ଜଣ କରୋନା ବିରୁଦ୍ଧରେ ଲଢେଇ କରୁଥିବା ବଡ଼ସାହି ଓ ବିଶୋଇ ବ୍ଲକ ଅଞ୍ଚଳର କୋଭିଡ଼ ଯୋଦ୍ଧା ଅଟନ୍ତି।ଏମାନଙ୍କ ସମସ୍ତଙ୍କର ସ୍ୱାବ ନମୁନା ପରୀକ୍ଷଣ ହେବାପରେ କରୋନା ପଜିଟିଭ ଥିବା ଜଣାପଡିଥିଲା।ସମସ୍ତଙ୍କୁ ଚିକିତ୍ସା ନିମନ୍ତେ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।ଚିନ୍ହଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଥିବା ବ୍ୟକ୍ତି ମାନଙ୍କୁ ଚିନ୍ହଟ ପ୍ରକ୍ରିୟା ଜାରି ରଖିଛି ଜିଲ୍ଲା ପ୍ରଶାସନ।ଏଥି ସହିତ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୫କୁ ଛୁଇଁଛି।

