Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

କାଳିଆ ଯୋଜନାରେ ଭୁଲ ହିତାଧିକାରୀ ଚିହ୍ନଟକାରୀ ଅଧିକାରୀଙ୍କ ଠାରୁ ଟଙ୍କା ଆଦାୟ କର,ଗରିବ ଚାଷୀଙ୍କ ଠାରୁ ନୁହେଁ-ନିରଞ୍ଜନ

0

ଭୁବନେଶ୍ୱର,ନିରପେକ୍ଷ ଖବର:-୨୮/୭/୨୦- ସାରା ଓଡିଶାର ଲୋକେ କରୋନା ମାହାମାରି ନେଇ ଚିନ୍ତାଗ୍ରସ୍ତ।ଦିନମଜୁରିଆ,ଚାଷୀ,ବେକାର ଯୁବକ,ପରିବା ବିକାଳୀ​ ଓ ଉଠାଦୋକାନୀ ଙ୍କ ସମେତ ପ୍ରବାସୀ ଓଡ଼ିଆ ଶ୍ରମିକ ଆଜି ରୋଜଗାର ବିନା ମୁଣ୍ଡରେ ହାତଦେଇ ବସିଛନ୍ତି।ନିଜର ପରିବାର ସଦସ୍ୟ ମାନଙ୍କୁ ଦି ଓଳି ଦାନା ଯୋଗେଇବା ସେମାନଙ୍କ ପାଇଁ ସମସ୍ୟା ହୋଇଛି।ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଟଡାଉନ ଓ ଲକଡାଉନ ଆଦେଶକୁ ଦୀର୍ଘଦିନ ଧରି ମାନିବା ଫଳରେ ଲୋକେ ନିଜ ନିଜର ରୋଜଗାର ହରାଇ ବସିଛନ୍ତି।କିନ୍ତୁ ସରକାରୀ ବାବୁମାନେ କୋଭିଡ ପରିଚାଳନା ନେଇ ଅନେକ ପ୍ରଚାର କରୁଛନ୍ତି,ବାହାବା ନେଉଛନ୍ତି।ରାଜ୍ୟର କେବିକେ ଅଞ୍ଚଳରେ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସା କୁ ଗୁରୁତ୍ବ ନଦେଇ ସେଠାରୁ ଡାକ୍ତର ମାନଙ୍କୁ ପ୍ରତ୍ୟାହାର କରି ଆଣିବା ପରିତାପ ଓ କ୍ଷୋଭ ର ବିଷୟ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜିର ପ୍ରେସବାର୍ତ୍ତାରେ ପ୍ରକାଶ କରିଛନ୍ତି।
​ ​ ​ ପ୍ରବାସୀ ଓଡ଼ିଆ ଶ୍ରମିକ ମାନେ ସରକାରଙ୍କ ଠାରୁ କୌଣସି ସହାୟତା ନପାଇବା ଫଳରେ ନିରୁପାୟ ହୋଇ ପୁନଶ୍ଚ ଓଡିଶାରୁ ଫେରିଯିବାକୁ ବସିଲେନି।ଚାଷୀଙ୍କ ଯଥା ଆଜି ଯାଏ ସରକାର ବୁଝିଲେ ନାହିଁ ଫଳରେ ଚାଷ ଠପ ହୋଇଯାଇଛି।ଛୋଟ ବ୍ୟବସାୟୀ ଓ ମଧ୍ୟବିତ୍ତ ପରିବାର ସମେତ ବେକାର ଯୁବକ ଯୁବତୀ ମାନଙ୍କୁ ମାସିକ ୭ ହଜାର ପାଞ୍ଚସହ ଲେଖାଏଁ​ ୬ ମାସ ପର୍ଯ୍ୟନ୍ତ ଦେବାକୁ କଂଗ୍ରେସ ଦାବି କରିଥିଲା, ତାହା ମଧ୍ୟ ସରକାର ଶୁଣିଲେ ନାହିଁ।୨୦୧୯ ରେ ଭୋଟ ନେବା ପାଇଁ ବାହାନା କରି କାଳିଆ ଯୋଜନା ମାଧ୍ୟମରେ​ ଦିଆଯାଇଥିବା ଟଙ୍କା​ କରୋନା ଦୁର୍ଦ୍ଦିନ ସମୟରେ ଫେରସ୍ତ ଦେବାକୁ ନୋଟିସ ଦେବା ସାଧାରଣ ଜନତାଙ୍କ ପାଇଁ ବେଡି ଉପରେ କୋରଡା ସଦୃଶ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।ଏହି କାଳିଆ ଯୋଜନା ଟଙ୍କା ଦେବାପାଇଁ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ​ ଭୁଲ ତଥ୍ୟ ଦେବାଯୋଗୁଁ ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଲେ।ଏଣୁ ଭୁଲ ତଥ୍ୟ ଦେଇଥିବା ଅଧିକାରୀଙ୍କ ଠାରୁ ସରକାର ଏହି ଟଙ୍କା ଅସୁଲ କରିବା​ ଆବଶ୍ୟକ।ବେରୋଜଗାର ଘରେ ଖାଇବା ପାଇଁ ନାହିଁ,ସେମାନେ କାଳିଆ ଟଙ୍କା ଫେରାଇବେ କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି।ସରକାରଙ୍କର କୋଭିଡ ପରିଚାଳନାକୁ ରାଜ୍ୟ କଂଗ୍ରେସ ତରଫରୁ​ ସହଯୋଗ କରାଯାଇ ଅନେକ ଗୁଡିଏ ପ୍ରସ୍ତାବ ଦିଆଯାଇଥିଲା,କିନ୍ତୁ ସରକାର ସେ ସବୁ ପ୍ରସ୍ତାବ କୁ ଗୁରୁତ୍ଵ ଦେଲେ ନାହିଁ ଫଳରେ ଆଜି ସାରା ରାଜ୍ୟରେ କରୋନାର ବିଭୀଷିକା ମାଡିଗଲାଣି ତଥାପି ସରକାର ଚେତୁ ନାହାନ୍ତି।ଭୁବନେଶ୍ୱରରେ ଯାହା ନିଷ୍ପତି ହେଉଛି ସଚିବାଳୟରେ ତାହା ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ହୋଇପାରୁନାହିଁ।ଫଳରେ ରାଜ୍ୟର ଗରିବ ଜନସାଧାରଣ ଧୀରେ ଧୀରେ ଅନାହାର ଆଡକୁ ଗତି କରୁଥିବା ପରିଲିଖିତ ହେଉଛି ।ଏବେ ବି ସମୟ ଅଛି ,ଯଦି ସରକାର ଉଚିତ ପଦକ୍ଷେପ ନ ନିଅନ୍ତି ରାଜ୍ୟବାସୀଙ୍କର​ ନା ରହିବ ଜୀବନ ନା ଜୀବିକା ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

Advertising:
Mo sapath

Leave A Reply

Your email address will not be published.