ଭୁବନେଶ୍ୱର: (ନିରପେକ୍ଷ ଖବର) ୟୁନିସେଫ୍ ପକ୍ଷରୁ ରାଜ୍ୟ ସ୍ତରର ଏକ ସମ୍ବାଦିକ ଆଲୋଚନାଚକ୍ର କୁହାଯାଇଛିଯେ ପିଲାଙ୍କର ଶୈଶବ ସେମାନଙ୍କର ମସ୍ତିଷ୍କର ବିକାଶ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । ପିଲାମାନଙ୍କର ବୃଦ୍ଧି ତାଙ୍କର ମସ୍ତଷ୍କର ବ୍ଲୁପ୍ରିଣ୍ଟ ତିଆରିରେ ସହାୟକ ହୋଇଥିବା ବେଳେ, ସୋମାନେ ବଢୁଥିବା ବାତାବରଣ ଓ ପରିବେଶରେ ଗ୍ରହଣ କରୁଥିବା ଅଭିଜ୍ଞତା ତାଙ୍କର ମସ୍ତିଷ୍କର ଆକାର ଓ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଶୈଶବର ଏହି ସୋପାନର ଯତ୍ନ ଓ ବିକାଶରେ ନିବେସ ପିଲାଙ୍କର ଉଜ୍ୱଳ ଭବିଷ୍ୟତ ନିର୍ଦ୍ଧାରିତ କରେ ।
ଆଗୁଆ ଶୈଶବର ବିକାଶର ଗୂରୁତ୍ୱକୁ ଧ୍ୟାନରେ ରଖି ଆଜି ଭୁବନେଶ୍ୱର ଠାରେ ୟୁନିସେଫ୍ ପକ୍ଷରୁ ରାଜ୍ୟ ସ୍ତରର ଏକ ସମ୍ବାଦିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂଆ ଦିଲ୍ଲୀ ସ୍ଥିତ ଜୱାହରଲାଲ୍ ନେହେରୁ ୟୁନିଭର୍ସିଟିର ସାଇକୋଲୋଜି ବିଭାଗର ଅବସର ପ୍ରାପ୍ତ ପ୍ରଫେସର (ଡକ୍ଟର) ଅଜିତ କୁମାର ମହାନ୍ତି, ଉକ୍ରଳ ୟୁନିଭର୍ସିଟିର ସାଇକୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଭାସ୍ୱତି ପଟ୍ଟନାୟକ, ୟୁନିସେଫ ଓଡିଶାର ଏଜୁକେସନ ସ୍ପେସାଲିଷ୍ଟ ତଥା ଅଫିସର୍-ଅନ୍-ଚାର୍ଜ ଲଳିତା ପଟ୍ଟନାୟକ ଓ ୟୁନିସେଫ ଓଡିଶାର କମ୍ୟୁନିକେସନ୍ ସ୍ପେସାଲିଷ୍ଟ ଅଲ୍କା ଗୁପ୍ତା ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ ।
ଆଲୋଚନାଚକ୍ରର ବିଷୟବସ୍ତୁ ଉପରେ ଧ୍ୟାନ ଆକର୍ଷଣ କରି ଲଳିତା ପଟ୍ଟନାୟକ କହିଥିଲେ, “ଯେଉଁ ପିଲାମାନେ ସୁସ୍ଥ ଓ ଶିକ୍ଷିତ, ସ୍ନେହ ଓ ସୁରକ୍ଷିତ ବାତାବରଣରେ ବଢନ୍ତି, ସେମାନେ ସାଧାରଣ ରୂପେ ଅଧିକ ଦାୟିତ୍ୱ ସମ୍ପନ୍ନ, ଚାଲାକ୍ କିଶୋର/କିଶୋରୀ ହୋଇଥାନ୍ତି । କିନ୍ତୁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଶିଶୁ ସ୍ୱାସ୍ଥ୍ୟର ସଠିକ୍ ଯତ୍ନ, ପୋଷଣର ଅଭାବ ତଥା ବାତାବରଣ ଓ ପରିବେଶ ଦ୍ୱାରା ଅନେକ ମାତ୍ରରେ ପ୍ରଭାବିତ ହେଉଛନ୍ତି । ପିଲାର ଶୈଶବରେ ନିବେସ ପାଇଁ ଅଭିଭାବକ, ସରକାର, ସିଭିଲ୍ ସୋସାଇଟି ତଥା ଘରୋଇ କ୍ଷେତ୍ର ପକ୍ଷରୁ ଅନେକ ଶୃଙ୍ଖଳାମୂଳକ କାର୍ଯ୍ୟର ଆବଶ୍ୟକତା ରହିଛି ।”
ପ୍ରଫେସର (ଡକ୍ଟର) ଅଜିତ କୁମାର ମହାନ୍ତି କହିଥିଲେ, ପିଲାମାନଙ୍କର ଜନ୍ମ ଠଆରୁ ଆରମ୍ଭ କରି ୮ବର୍ଷ ପର୍ଯ୍ୟନ୍ତ ହେଉଛି ମସ୍ତିଷ୍କର ବିକାଶ ଦୃତ ଭାବେ ହୋଇଥାଏ । ଗବେଷଣାରୁ ଜଣାପଡେ ଯେ ଏହି ସମୟରେ ପିଲାଙ୍କୁ ସଠିକ୍ ପୋଷଣ, ସ୍ୱାସ୍ଥ୍ୟର ଆବଶ୍ୟକତା ଥିବା ସହିତ ଉତମ ବାତାବରଣ, ପରିବେଶ ତଥା ଘରୋଇ ହିଂସା, ଅପବ୍ୟବହାର ଓ ଅବହେଳାରୁ ସୁରକ୍ଷା ମଧ୍ୟ ଆବଶ୍ୟକତା ଥାଏ । ଅପବ୍ୟବହାରର ଶିକାର ତଥା ଅବହେଳିତ ଶିଶୁ ମାନସିକ ରୂପେ ଧୀର ହେବାର ଅଧିକ ଆଶଙ୍କା ଥାଏ । ଦାରିଦ୍ରତା ଏବଂ ପୋଷଣର ଅଭାବ ଶିଶୁର ସୁସ୍ଥ ଓ ବିକାଶଶୀଳ ମସ୍ତିଷ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ।”
ପ୍ରଫେସର ଭାସ୍ୱତୀ ପଟ୍ଟନାୟକ ଜ୍ଞାନ ପରିଚାଳନାର ମହତ୍ୱ ସମ୍ପର୍କରେ ଅବଗତ କରାଇ କହିଲେ, “ଶୈଶବର ବିକାଶକୁ ବୁଝିବା ନିମନ୍ତେ ଜ୍ଞାନ ପରିଚାଳନାର ଏବଂ ତଥ୍ୟ ଗଢିବାରେ ହସ୍ତକ୍ଷେପ ଏକ ଜଟିଳ ପ୍ରକ୍ରିୟା ଅଟେ । ଏହାର ଗୂରୁତ୍ୱକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟର ସାଇକୋଲୋଜି ବିଭାଗ ଏଥିନିମନ୍ତେ ଯଥେଷ୍ଟ ପ୍ରୟାସ ଓ ସହଯୋଗ କରିଅଛି ।”
କୌଣସି ଦେଶର ଦୀର୍ଘକାଳୀନ ଆର୍ଥିକ ବିକାଶ ସେମାନଙ୍କର ଯୁବପିଢି ତଥା ସେମାନଙ୍କର ପିଲାଙ୍କ ଉପରେ ନିର୍ଭରଶୀଳ ଅଟେ । ପିଲାଙ୍କର ଏହି ପ୍ରାରମ୍ଭିକ ସମୟରେ ଅବହେଳା, ଖରାପ ସ୍ୱାସ୍ଥ୍ୟ, ଶିଖିବାର କ୍ଷମତା ହ୍ରାସ କରିବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ କଲ୍ୟାଣଜନକ ସେବା ଉପରେ କୁପ୍ରଭାବ ପକାଇଥାଏ । ଯାହାକି ଶିଶୁଙ୍କର ବିକାଶଚକ୍ରରେ ଅସମାନତା ବୃଦ୍ଧିି କରିଥାଏ ।
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ