ଆସନ୍ତା ୨୬ ତାରିଖ ଦିନ ଭାରତର ସମସ୍ତ ବ୍ୟବସାୟିକ ସଂସ୍ଥା ବନ୍ଦ ରହିବ
ବ୍ୟବସାୟ ବନ୍ଦ ରଖି ସରକାରଙ୍କୁ ବିରୋଧ ପ୍ରତିବାଦ
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୪/୦୨ ସର୍ବ ଭାରତୀୟ ବ୍ୟବସାୟୀ ସଂଘ (CAIT) ର ଆହ୍ଯାନ ରେ ଆସନ୍ତା ତା ୨୬.୦୨.୨୦୨୧ ଦିନ ଭାରତର ସମସ୍ତ ବ୍ୟବସାୟିକ ସଂସ୍ଥା ବନ୍ଦ ରହିବ। କାରଣ ସରକାରଙ୍କ କଠୋର ନିୟମ କୁ ବ୍ୟବସାୟୀ ସଂଘ ବିରୋଧ କରୁଛି। ଯାହା ବ୍ୟବସାୟିକ ଓ ସାଧାରଣ ଲୋକଙ୍କ ପାଇଁ ଏକ ପ୍ରକାର ଦଣ୍ଡ ସଦୃଶ୍ୟ। ତେଣୁ ଏହାକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଛି।ସରକାରଙ୍କ କଠୋର ନିୟମ ସବୁ :
୧—- ଜୁଲାଇ ୧ ତାରିଖ ୨୦୧୭ ମସିହା ଦିନ କେନ୍ଦ୍ର ସରକାର ସାରା ଭାରତରେ ଏକ ଦେଶ ଏକ ଟିକସ ନାମରେ ଦ୍ରବ୍ୟ ଏବଂ ସେବାକର ଆଇନ ( G.S.T. ) କୁ ପ୍ରବର୍ତ୍ତନ କଲେ। କିନ୍ତୁ ଆଜିର ଦିନରେ ଦ୍ରବ୍ୟ ଏବଂ ସେବାକର ଆଇନ ( G.S.T. ) କୁ ସରକାର ନିଜର ତଥା ନିଜ କର୍ମଚାରୀ ଙ୍କ ସୁବିଧା ସକାଶେ ପ୍ରାୟ ୯୫୦ ଥରରୁ ଅଧିକା ଥର ପରିବର୍ତ୍ତନ କରି ଏହାର ମୂଳ ସ୍ୱରୂପ କୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଏହା ଏକ ବ୍ୟବସାୟୀ ତଥା ଜନସାଧାରଣ ବିରୋଧି ଆଇନ ରେ ପରିଣତ କରିଛନ୍ତି, ଦ୍ରବ୍ୟ ଏବଂ ସେବାକର ଆଇନ ( G.S.T. ) ଅଧୀନରେ ଯଦି ଜଣେ ପଞ୍ଜୀକୃତ ବ୍ୟବସାୟୀ ଅନ୍ୟ ଜଣେ ପଞ୍ଜୀକୃତ ବ୍ୟବସାୟୀ ଙ୍କୁ ବସ୍ତୁ କିମ୍ବା ସେବା ଯୋଗାଇବା ବେଳେ ସେହି ବସ୍ତୁ କିମ୍ବା ସେବା ର ମୂଲ୍ୟ ଉପରେ ଧାର୍ଯ୍ୟ ହୋଇଥିବା ଟିକସ ନେଇଥାନ୍ତି କିନ୍ତୁ ଯଦି ଉକ୍ତ ଟିକସକୁ ଠିକ୍ ସମୟରେ ସରକାରଙ୍କ ପାଖରେ ପୈଠ ନ କରନ୍ତି ତେବେ ଦ୍ରବ୍ୟ କିମ୍ବା ସେବା ଗ୍ରହଣ କରିଥିବା ବ୍ୟବସାୟୀଙ୍କୁ ସେ ଦେଇଥିବା ଟିକସର ଇନ୍ ପୁଟ ମିଳେନାହିଁ ଏବଂ ସେହି ବ୍ୟବସାୟୀ ଙ୍କୁ ଦୁଇଥର ଟିକସ ଦେବାକୁ ପଡିଥାଏ ଯାହାକି ବ୍ୟବସାୟୀ ଙ୍କ ପ୍ରତି ଏକ ଆର୍ଥିକ ଦଣ୍ଡ ଏବଂ ଅନ୍ୟାୟ।
୨— ସେହିପରି ଅନଲାଇନ ବ୍ୟବସାୟ ଉପରେ ଆଜି ପର୍ଯ୍ୟନ୍ତ ସରକାର କୌଣସି ନିର୍ଦ୍ଧିଷ୍ଟ ଆଇନ ପ୍ରବର୍ତ୍ତନ କରିନାହାନ୍ତି। ଯାହାଦ୍ବାରା ଅନଲାଇନ କମ୍ପାନୀ ମାନେ ଅଫ ଲାଇନ ବ୍ୟବସାୟୀ ଙ୍କ ବ୍ୟବସାୟ ବନ୍ଦ କରିବା ପାଈଁ ନାନା ପ୍ରକାର ଚକ୍ରାନ୍ତ କରି ଗ୍ରାହକ ମାନଙ୍କୁ ଭ୍ରମିତ କରୁଛନ୍ତି।
୩— ଖାଦ୍ୟ ନିରାପତ୍ତା ମାନ ଆଇନ ( F S S A I ) ଆଇନରେ ପ୍ରତ୍ୟେକ ବର୍ଷ ନୂତନ ଭାବେ ଅନୁମତି ନେବା ଏବଂ ନିର୍ଦ୍ଧିଷ୍ଟ ତାରିଖରୁ ବିଳମ୍ବ ହେଲେ ପ୍ରତ୍ୟେକ ଦିନ ଟ୧୦୦.୦୦ ଜୋରିମାନା।