ଭୁବନେଶ୍ୱର, ନିରପେକ୍ଷ ଖବର:୨୬/୦୨: ମହିଳାମାନଙ୍କୁ ସଶକ୍ତିକରଣ କରିବା ପାଇଁ ସେବା ପ୍ରୟାସ ଫାଉଣ୍ଡେସନ ଉଦ୍ୟମ ଆରମ୍ଭ କରିଛି। ଏନେଇ ରାଜଧାନୀରେ ଆୟୋଜନ ହେବ ‘କାର ରାଲି’ ଚତୁର୍ଥ ସଂସ୍କରଣ ମହିଳାମାନେ କାର ଚଲାଇ ସଡ଼କ ସୁରକ୍ଷା ଉପରେ ସଚେତନତାର ବାର୍ତ୍ତା ଦେବେ। ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ ଏହାର ଚତୁର୍ଥ ମହିଳା କାର୍ ରାଲି, ୭ ମାର୍ଚ୍ଚ ରବିବାରରେ ଅନୁଷ୍ଠିତ ହେବ। ଆନ୍ତର୍ଜାତୀୟ ମହିଳା ଦିବସରେ ପ୍ରି-ଇଭେଣ୍ଟ ଭାବରେ ଏବଂ ୭ ଟି ଭିନ୍ନ ବର୍ଗରେ ସପ୍ତମ ମହିଳା ଆଚିଭର୍ ଫେଲିସିଟେସନ୍ “କଳିଙ୍ଗ ବୀରାଙ୍ଗନା” ଆୟୋଜନ କରିବାକୁ ଯାଉଛି । ଏକ ପାଇଲଟ୍ ପ୍ରୋଜେକ୍ଟ ଭାବରେ, ନୟାଗଡ଼ ଜିଲ୍ଲାର ଦୁଇଟି ଗ୍ରାମରେ ଅନ୍ ଲାଇନ୍ ରେ ପାଠ ପଢା ହେବ। ମୋବାଇଲ୍ କିମ୍ବା ଲାପଟପ୍ ସୁବିଧା ନଥିବା ଗ୍ରାମୀଣ ଛାତ୍ରମାନଙ୍କ ପାଇଁ ଏକ ଡିଜିଟାଲ୍ ଶ୍ରେଣୀଗୃହ ସ୍ଥାପନ କରାଯିବ। କାର ରାଲିରୁ ଯେଉଁ ଟଙ୍କା ଆସିବ ଏହି “SPF eShiksha” ପ୍ରୋଜେକ୍ଟ ପାଇଁ ଖର୍ଚ୍ଚ ହେବ। ଏହି ରାଲି ଜନତା ମଇଦାନ, ଜୟଦେବ ବିହାର- ଆଚାର୍ଯ୍ୟ ବିହାର- ବାଣିବିହାର- ରସୁଲଗଡ- ଦେଇ ଉତ୍କଳ କନିକା ଗ୍ୟାଲେରିଆରେ ପହଁଚିବ। ଏହାପରେ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ।
Registration Link: https://forms.gle/KaMWYNHwRbrdfo88
Also available on Seva Prayas Foundation FB/Instagram/website