କାହା ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚାଇଲଡ୍ କମିଶନ ମେମ୍ବରଙ୍କ କାର୍ଯ୍ୟକାଳ ସମୟସୀମା ବୃଦ୍ଧି କରାଗଲା….
ଛୋଟ ମୋଟ ଘଟଣାକୁ ଅଣଦେଖା କରି ସରକାର ବଦନାମ ନହୁଅନ୍ତୁ
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୮/୧୦ ରାଜ୍ୟରେ ଚାଇଲଡ୍ କମିଶନ ମେମ୍ବରଙ୍କ କାର୍ଯ୍ୟ କାଳ ବୃଦ୍ଧିକୁ ନେଇ ସାଧାରଣରେ ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ପ୍ରତ୍ୟେକ ତିନି ବର୍ଷରେ ଥରେ ଚାଇଲଡ୍ କମିଶନ ମେମ୍ବର ପରିବର୍ତନ କରାଯାଇଥାଏ। ନିୟମ ଅନୁଯାଇ କମିଶନ ମେମ୍ବରଙ୍କ ସମୟସୀମା ତିନି ବର୍ଷ ରଖା ଯାଇଛି ।ସମସ୍ତ ସଦସ୍ୟ ମାନେ ତିନି ବର୍ଷ ରହିବା ପରେ ସେମାନଙ୍କ ସମୟ କାଳ ସରିବାରୁ ସେମାନଙ୍କୁ ବିଦାୟ ଦିଆଯାଇଛି । ସେମାନଙ୍କ ମଧ୍ୟରୁ କାହାରି ସମୟ କାଳ ବୃଦ୍ଧି କରା ଯାଇନି କି କାହାରିକୁ ଉକ୍ତ ସ୍ଥାନରେ ଅବସ୍ଥାପିତ କରା ଯାଇନାହିଁ ।ଏଠାରେ ସବୁଠାରୁ ଆଚମ୍ବିତ ହେବା କଥା ହେଉଛି ପୂର୍ବରୁ ଯେଉଁ ମାନେ ଏଠାରେ ଅବସ୍ଥାପିତ ହୋଇଛନ୍ତି ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏଟ ଅଥବା ପୋଷ୍ଟ ଗ୍ରାଜୁଏଟ ଥିଲା । କିନ୍ତୁ ବର୍ତମାନ ଯାହାକୁ ଏକ୍ସଟେନସନ ଦିଆଯାଇ ମେମ୍ବର ଭାବରେ ଅବସ୍ଥାପିତ କରାଯାଇଛି ତାଙ୍କର ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ରକୁ ତର୍ଜମା କରିଯାଇଛିକି । ଯେବେଠାରୁ ରାଜ୍ୟରେ ନବୀନଙ୍କ ସରକାର ରେ “ଫାଇବ୍ ଟି” ସଚିବ ଅବସ୍ଥାପିତ ହୋଇଛନ୍ତି ସେବେ ଠାରୁ ସବୁ କାର୍ଯ୍ୟ ସ୍ୱଚ୍ଛତା ସହିତ ହେଉଛି । କିନ୍ତୁ ଗତ ଅଗଷ୍ଟ ମାସରେ ବର୍ତମାନର ଚାଇଲଡ୍ କମିଶନ ମେମ୍ବରଙ୍କର ସମୟ ସୀମା ବୃଦ୍ଧି କିପରି କରାଗଲା….? ଏବେ ଏହି ସଦସ୍ୟ ଏକ୍ସଟନସନ ପାଇବା ପରେ ନିଜର ଚାରି ଚକିଆ ଗାଡିରେ ସରକାରୀ ଲୋଗ ଲଗାଇ ସାରା ରାଜ୍ୟ ବୁଲୁଛନ୍ତି । ଯାହା ଆଇନ ବିରୁଧ ଅଟେ । ଏହା ଏବେ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବାରେ ଲାଗିଲାଣି ଓ ଏହା ସହ ସାଧାରଣ ଲୋକେ ବି କହୁଛନ୍ତିଯେ ରାଜ୍ୟ ସରକାରଙ୍କ ଦାଇତ୍ୱ ଓ କାର୍ଯ୍ୟ ଅଧିକ ବଢିଯାଇ ଥିବାରୁ ଏପରି ଛୋଟ ମୋଟ ଘଟଣାକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି ।କିନ୍ତୁ ପଦସ୍ଥ ଅଫିସରମାନେ ବୁଝିବା ଉଚିତ ଯେ ଗୋଟେ ଛୋଟ କଣାଟେ ବି ବିରାଟ ଜାହାଜକୁ ବୁଡ଼ାଇ ଦିଏ ତେଣୁ ଏପରି ଛୋଟ ମୋଟ ଘଟଣାକୁ ଅଣଦେଖା କରି ସରକାର ବଦନାମ ନହୁଅନ୍ତୁ । ଏଥି ପ୍ରତି ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।