Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ବି.ଜେ.ଇ.ଏମ୍. ସ୍କୁଲରେ ୧୫୩ତମ ଗାନ୍ଧିଜୟନ୍ତୀ ସମାରୋହ…

ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗାନ୍ଧି ଆଦର୍ଶ ଅବବୋଧର ଏକ ଅନନ୍ୟ ପ୍ରୟାସ

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୬/୦୯/୨୨
ବିଂଶ ଶତାବ୍ଦୀର ଯୁବ ସମ୍ପ୍ରଦାୟ ତଥା ଛାତ୍ରଛାତ୍ରୀମାନଙ୍କ ମନରେ ମହାତ୍ମା ଗାନ୍ଧିଙ୍କ ଅହିଂସା ଓ ସତ୍ୟର ନୀତି ତଥା
ସ୍ବାଧୀନତାର ସଂଘର୍ଷମୟ ଜୀବନର ଭିତିଭୂମିକୁ ପୁନଃଜାଗ୍ରତ କରି ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟ ପୂରଣ ନିମନ୍ତେ ଏସ୍.ଆର୍.ଏମ୍.ଜି. (ଷ୍ଟୁଡେଣ୍ଟ୍‌ସ୍ ରିମେମ୍ବର ମହାତ୍ମା ଗାନ୍ଧି) କାର୍ଯ୍ୟକ୍ରମର ସୃଷ୍ଟି । ବି.ଜେ.ଇ.ଏମ୍. ସ୍କୁଲ ସହିତ ବରଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଦ୍ବାରା ସ୍ଥିର କରାଯାଇ ୪ ବର୍ଷ ଧରି ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଯାହାର ଲକ୍ଷ୍ୟ ପୂରଣ ନିମନ୍ତେ ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ୫୦ରୁ ଉର୍ଦ୍ଧ୍ବ ବିଦ୍ୟାଳୟର ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନ୍ତଃବିଦ୍ୟାଳୟ ବକ୍ତୃତା, ପ୍ରବନ୍ଧ, କୁଇଜ୍, ଅନୁଚ୍ଛେଦ ଲିଖନ, କାନ୍‌ଭାସ୍ ପେଣ୍ଟିଙ୍ଗ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଅକ୍ଟୋବର ୧ ତାରିଖ ଦିନ ୩୦ଟି ଓଡ଼ିଆ ଏବଂ
ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ ନେଇ ଦେଶାତ୍ମବୋଧକ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହେବ । ଏ ସମସ୍ତ
ପ୍ରତିଯୋଗିତା ସମ୍ପୂର୍ଣ୍ଣ ଭାବେ ମହାତ୍ମା ଗାନ୍ଧିଙ୍କ ଜୀବନୀ ଓ ସମାଜ ପାଇଁ ତାଙ୍କର ଅବଦାନ ଶୀର୍ଷକ ବିଷୟବସ୍ତୁ ଉପରେ ଆଧାରିତ । ତେଣୁ ପିଲାମାନଙ୍କୁ ଏହା ଅନୁପ୍ରାଣିତ କରିବ । ମହାତ୍ମା ଗାନ୍ଧିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ଶ୍ରୀଯୁକ୍ତ ହାରୁନ୍ ରସିଦ ଖାନ୍ ଏହି କାର୍ଯ୍ୟକ୍ରମର ପୁରୋଧା ତଥା ବରଗଡ଼ ପୁରାତନ ଛାତ୍ର ସଂସଦର ସଭାପତି ଶ୍ରୀଯୁକ୍ତ ମାନସ ମହାପାତ୍ର, ବରଗଡ଼ ପୁରାତନ ଛାତ୍ର ସଂସଦର ସଭ୍ୟ ତଥା ବିଜେଇଏମ୍ ସ୍କୁଲର ପରିଚାଳକ ଶ୍ରୀଯୁକ୍ତ ପ୍ରତାପ କୁମାର
ଜେନା, ବିଜେଇଏମ୍ ସ୍କୁଲର ସଭାପତି ଶ୍ରୀଯୁକ୍ତ ରଘୁନାଥ ମିଶ୍ର ପ୍ରମୁଖ ଏପରି ଏକ ମହାନ୍ ପଦକ୍ଷେପର ନେତୃତ୍ଵ
ନେଇଛନ୍ତି । ଗାନ୍ଧି ଜୟନ୍ତୀ ଅବସରରେ ପ୍ରଥମ ଅଧ୍ୟବେଶନରେ ସକାଳ ଘ. ୭.୩୦ ମି ରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ । ସକାଳ ଘ. ୮.୩୦ ମି. ରେ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ଵରର ଆଞ୍ଚଳିକ ମୁଖ୍ୟ ଶ୍ରୀଯୁକ୍ତ ରମାକାନ୍ତ ପ୍ରଧାନଙ୍କ ଦ୍ବାରା ଶାନ୍ତି ପଦଯାତ୍ରାର ଶୁଭାରମ୍ଭ କରାଯିବ । ଦ୍ଵିତୀୟ ଅଧ୍ଵବେଶନରେ ଗାନ୍ଧି ପ୍ରତିମୂର୍ତ୍ତି ଲୋକାର୍ପଣ
କରାଯିବା ସହ ସ୍ବାଧୀନତାର କାହାଣୀ ଜନିତ ସାଂସ୍କୃତିକ କାର୍ଯ୍ୟକ୍ରମ, କୃତିତ୍ୱ ଅର୍ଜନ କରିଥିବା ପିଲାମାନଙ୍କୁ ପୁରସ୍କୃତ କରିବା ପରି ବିବିଧ କାର୍ଯ୍ୟ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ପିଲାମାନେ ଗାନ୍ଧିପୀଠ ପରିଦର୍ଶନ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥ ଭାବେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ, ସାର୍ବଜନୀନ ଉଦ୍ୟୋଗ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ଏବଂ ମୁଖ୍ୟବକ୍ତା ଭାବେ ବିଧାୟକ ତଥା ସମ୍ବାଦର ସମ୍ପାଦକ
ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥୁରେ ୟୁନିୟନ୍ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏ. ମଣିମେଖଲାଇଙ୍କୁ ନିମନ୍ତ୍ରିତ କରାଯାଇଅଛି । ଏହି ଅବସରରେ ଗାନ୍ଧିବାଦୀ, ସମାଜସେବକ ଏବଂ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପଦ୍ମଚରଣ ନାୟକଙ୍କୁ ସମ୍ମାନିତ କରାଯିବ । ଏପରି ଏକ ସରସ ସୁନ୍ଦର ତଥା ସାମାଜିକ ମୂଲ୍ୟବୋଧ ଭିତ୍ତିକ କାର୍ଯ୍ୟକ୍ରମକୁ ଆପଣଙ୍କର ସଦୟ ଉପସ୍ଥିତି ସହ ଆଉ ଏକ ସାମାଜିକ ଶାନ୍ତିର ବିପ୍ଳବ ଛାତ୍ରସମାଜରେ ସୃଷ୍ଟି କରି, ଭାରତୀୟ ପରମ୍ପରା, ବୀରତ୍ଵ, ଶାନ୍ତି ଓ ମୈତ୍ରୀ ବଜାୟ
ରଖୁବାର ଏକ ପ୍ରୟାସ ବିଜେଇଏମ୍ ସ୍କୁଲ ପକ୍ଷରୁ କରାଯାଇଛି।

Mo sapath

Leave A Reply

Your email address will not be published.