୨୫ତମ କଳିଙ୍ଗ ପୁସ୍ତକ ମେଳା-୨୦୨୨
୨୮ ଅକ୍ଟୋବର ରୁ ୬ ନଭେମ୍ବର ୨୦୨୨ | ପ୍ରଦର୍ଶନୀ ପଡିଆ, ଭୁବନେଶ୍ବର । ଦିନ ୭ ଘଟିକା ରୁ ଗାଡି ୯ ଘଟିକା
♦ ୨୫ତମ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାଗୋହ ପାଳନ ହେବ…
* ଆସନ୍ତା ଅକ୍ଟୋବର ୨୮ ତାରିଖ ରୁ ନଭେମ୍ବର ୬ ତାରିଖ ୨୦୨୨ ପର୍ଯ୍ୟନ୍ତ ଚାଲିବ
• ଓଡ଼ିଆ ସାହିତ୍ୟର ୧୧ ଗୋଟି ବିଭାଗରେ ଦିଆଯିବ ‘ୟୁର୍ମେନ୍ଦ୍ର ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ’
♦ ମହିଳା ମାନଙ୍କ ଦ୍ବାରା ପରିଚାଳିତ ହେଉଥିବା ଦେଶର ଏକମାତ୍ର ପୁସ୍ତକ ମେଳା..
ଭୁବନେଶ୍ବର ,ନିରପେକ୍ଷ ଖବର:ତା ୨୩/୧୦ ଚଳିତ ବର୍ଷ କଳିଙ୍ଗ ପୁସ୍ତକ ମେଳା ତାର ୨୫ ତମ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଅଛି । ଓଡ଼ିଆ ଭାଷା, ସାହିତ୍ୟର ବିକାଶ ଦିଗରେ ଦୀର୍ଘ ୨୫ ବର୍ଷ ଧରି ଆୟୋଜିତ ହୋଇଆସୁଥିବା କଳିଙ୍ଗ ପୁସ୍ତକ ମେଳାର ଏହି ରୌପ୍ୟ ଜୟନ୍ତୀ ସମାରୋହ ଆସନ୍ତା ଅକ୍ଟୋବର ୨୮ ତାରିଖ ରୁ ଆରମ୍ଭ ହୋଇ ନଭେମ୍ବର ୬ ତାରିଖ ୨୦୨୨ ପର୍ଯ୍ୟନ୍ତ ଚାଲିବ । ଭୁବନେଶ୍ବରର ପ୍ରଦର୍ଶନୀ ପଡିଆ ଠାରେ
ଆୟୋଜିତ ହେବାକୁ ଯାଉଥିବା ଏହି ମେଳା ପ୍ରତ୍ୟେକ ଦିନ ୨ ଘଟିକାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଖୋଲାରହିବ । ସାରାଦେଶରୁ ଏବର୍ଷ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ପୁସ୍ତକ ପ୍ରକାଶକ, ବିତରକ, ବିକ୍ରେତାଙ୍କ ସହ ଶିକ୍ଷା, ସାହିତ୍ୟ ଓ ସଂସ୍କୃତି ସହ ଜଡିତ ଅନୁଷ୍ଠାନମାନ ମୁଣ୍ଡ ଯୋଗ ଦେଉଛନ୍ତି । ପ୍ରତିବର୍ଷ ପରି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପୁରସ୍କାର ବିତରଣ କରାଯିବ । ପ୍ରତ୍ୟେହ ସାଂସ୍କୃତିକ ମଞ୍ଚରେ ପୁସ୍ତକ ଉନ୍ମୋଚନ, ସାହିତ୍ୟ ଆସର ତଥା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହେବ । ତେଣୁ ପ୍ରତ୍ୟେକ ଦିନ ପ୍ରାୟ ୪୦ ରୁ ୫୦ ହଜାରରୁ ଦର୍ଶକ ତଥା ପୁସ୍ତକ ପ୍ରେମୀମାନେ ମେଳା ଦେଖୁବାକୁ ଆସିବେ । ପ୍ରତିବର୍ଷ ପରି ଓଡ଼ିଆ ସାହିତ୍ୟର ୧୧ ଗୋଟି ବିଭାଗରେ ୧୨ ଗୋଟି ଯୋଗ୍ୟ ବିବେଚିତ ପୁସ୍ତକର ଲେଖକ/ଲେଖିକାଙ୍କୁ ‘ପୂର୍ବେନ୍ଦ୍ର ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ’ ପ୍ରଦାନ କରାଯିବ । ତା ସହ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ପ୍ରତିଭାସମ୍ପନ୍ନ ମହିଳା ମାନଙ୍କୁ ‘କଳିଙ୍ଗ ପୁସ୍ତକ ମେଳା ସମ୍ମାନ’ରେ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସମ୍ପାଦିକା ରେଣୁକା ମିଶ୍ର ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, କଳିଙ୍ଗ ପୁସ୍ତକ ମେଳା ହେଉଛି ଦେଶର ଏକମାତ୍ର ପୁସ୍ତକ ମେଳା ଯାହା କି କେବଳ ମହିଳା ମାନଙ୍କ ଦ୍ବାରା ପରିଚାଳିତ ହେଉଅଛି । ଏଣୁ ସମସ୍ତ ପୁସ୍ତକ ପ୍ରେମୀ, ସାହିତ୍ୟାନୁରାଗୀ ତଥା ସାଧାରଣ ଲୋକଙ୍କୁ ଏହି ରୌପ୍ୟ ଜୟନ୍ତୀ ସମାରୋହରେ ସାମିଲ ହୋଇ ଉତ୍ସବକୁ ସ୍ମରଣୀୟ କରିବାକୁ କଳିଙ୍ଗ ପୁସ୍ତକ ମେଳା କମିଟି ତରଫରୁ ନିବେଦନ କରାଯାଉଛି ।
ଚଳିତ ବର୍ଷ ‘ପୁର୍ଣ୍ଣେନ୍ଦ୍ର ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ’ ପାଇବାକୁ ଯୋଗ୍ୟ ବିବେଚିତ ପୁସ୍ତକ ଓ ଲେଖକ/ଲେଖିକାଙ୍କ ନାମ –
୧-ଭ୍ରମଣ କାହାଣୀ ବିଭାଗରେ – ‘ଅନୁଭବରେ ବିଶାଳ ଆମେରିକା’ – ଲେଖକ ମନୋରଞ୍ଜନ ପାଣିଗ୍ରାହୀ (ସୃଜନ ପ୍ରକାଶଳୀ,
ଭୁବନେଶ୍ବର)
୨-ଧର୍ମ ବିଭାଗରେ – ‘ଭାଗବତ ଦର୍ପଣ’ – ଲେଖକ ଅଶୋକ କୁମାର ଆଚାର୍ଯ୍ୟ (ଜ୍ଞାନଯୁଗ ପବ୍ଲିକେସନ, ଭୁବନେଶ୍ବର
୩-ବ୍ୟଙ୍ଗ ବିଭାଗରେ – ‘ବ୍ୟଙ୍ଗ ବାରୁଦ’ – ଲେଖକ ଗିରିଶ ରଞ୍ଜନ ସାହୁ(ଭାଇରସ) (ପେନଇନ ଚୁକ୍ତି ପ୍ରକାଶନ, ଭୁବନେଶ୍ବର)
୪-କବିତା ବିଭାଗରେ – ‘କୁହୁଡି ବଣ’ – ଲେଖୁକା ବନ୍ଦନା ପଣ୍ଡା (ପେନଇନ ବୁଦ୍ଧ ପ୍ରକାଶନ, ଭୁବନେଶ୍ବର)
୫-କବିତା ବିଭାଗରେ – ‘ସ୍ବପ୍ନ ପାଖାପାଖୁ’ – ଲେଖକ ସୁରେଶ ନାୟକ (ଏଥେନା ବୁକ, ଭୁବନେଶ୍ବର)
୬-ଅନୁବାଦ ବିଭାଗରେ – ‘କୁମାର ସମ୍ଭବମ’ – ଲେଖକ ବାଉରିବନ୍ଧୁ ଲେଙ୍କା (ବନଫୁଲ ପ୍ରକାଶନ, କଟକ)
୭-ଗୀତିକବିତା ବିଭାଗରେ – ‘ଓଡିଶୀ ଛନ୍ଦରେ ଶ୍ରୀଗୀତ ଗୋବିନ୍ଦ’ – ଲେଖକ ଗୋଲକ ବିହାରୀ ନାୟକ (ଶତରୂପା ସାହିତ୍ୟ ଓ
ସଂଗୀତ ପ୍ରକାଶକ, ଭୁବନେଶ୍ବର)
୮-ପ୍ରବନ୍ଧ ବିଭାଗରେ – ‘ଗୋପୀ କନ୍ଧ’ ମାୟାଲୋକ ଓ କାୟା ପ୍ରବେଶୀ – ଲେଖିକା ସୁନୀତା ଶତପଥୀ (ଓଡିଶା ମଲଟି ମିଡ଼ିଆ
କଟକ)
୯-ବିଜ୍ଞାନ ବିଭାଗରେ – ‘ବିଜ୍ଞାନ: ଏ ଯୁଗ ଓ ସେଯୁଗ’ – ଲେଖକ ଡଃ ରାମଚନ୍ଦ୍ର ଦେଓ (ସ୍ବାବଲମ୍ବନ ପ୍ରକାଶନ, ବାଲେଶ୍ବର)
୧୦-ଶିଶୁ ସାହିତ୍ୟ ବିଭାଗରେ – ‘ସେନେହର କଳିକା’ – ଲେଖୁକା ପ୍ରଭାସିନୀ ବରାଡ (ପକ୍ଷୀଘର ପ୍ରକାଶନ, ଭୁବନେଶ୍ବର
୧୧-ଉପନ୍ୟାସ ବିଭାଗରେ – ‘ନାୟିକାର ନାମ ତନ୍ଦ୍ରା’ – ଲେଖକ ତାପସ କୁମାର ସାହା (କାବ୍ୟଲୋକ, ଭୁବନେଶ୍ବର)
୧୨-କ୍ଷୁଦ୍ରଗଳ୍ପ ବିଭାଗରେ – ‘ଧୂସର ଦିଗନ୍ତି’ – ଲେଖକ କମଳା ପ୍ରସାଦ ମହାପାତ୍ର (ପଶ୍ଚିମା ପ୍ରକାଶନ, ଭୁବନେଶ୍ବର,