ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୩/୧୦ ଆଜି ଭୁବନେଶ୍ୱର ସ୍ଥିତ ଶହୀଦ୍ ନଗର ପ୍ଲଟ ନମ୍ବର-୬୫୦ ଠାରେ ସାବତ ଏକ୍ସପୋର୍ଟସ୍ ପ୍ରାଇଭେଟ ଲିମିଟେଡ୍’ ଯାହା ଏକ ଅଗ୍ରଣୀ ହସ୍ତତନ୍ତ ସଂସ୍ଥା ଭାବେ ପରିଚିତ, ୨୦୧୫ ମସିହାରେ ଡକ୍ଟର ଅନୀତା ସାବତ ଏବଂ ଅମ୍ରିତା ସାବତଙ୍କର ପ୍ରଚେଷ୍ଟାରେ ନିଜର ସପ୍ତମ ବର୍ଷରେ ପଦାର୍ପଣ କରିଛି । ଏହି ସଂସ୍ଥାଟି ଓଡ଼ିଶାର କଳା,ଭାସ୍କର୍ଯ୍ୟ, ଐତିହ୍ୟ ଓ ସାହିତ୍ୟର ନିଖୁଣ
ହସ୍ତତନ୍ତ କାମକୁ ଉତ୍କଳମ୍ରିତା’ ଷ୍ଟୋର ମାଧ୍ୟମରେ ନିଜର ଅକ୍ଳାନ୍ତ ପରିଶ୍ରମ ଲଗାଇ, ବୁଣାକାର ଭାଇ ଭଉଣୀମାନଙ୍କର ପରିବାର ଏବଂ ଓଡ଼ିଶା ପାଇଁ ଗର୍ବ ଓ ଗୌରବ । ଭାରତ ଓ ଆର୍ନ୍ତଜାତୀୟ ସ୍ତରରେ ସମସ୍ତ
ହସ୍ତତନ୍ତ କାମକୁ ନେଇ ‘ଉତ୍କଳମ୍ରିତା’ ସାରା ବିଶ୍ଵରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି , ଆମେ ଓଡିଶାର
ଐତିହ୍ୟକୁ ସୂତାରେ ନିର୍ମିତ କରି ବିଭିନ୍ନ ପ୍ରକାର ପାଟ୍ଟ, କଟନ ଶାଢୀରେ ପରିଲକ୍ଷିତ ‘ଉତ୍କଳମ୍ବିତା’ ପରିବାର ତରଫରୁ ଉକ୍ତ ଷ୍ଟୋରରେ ଓଡ଼ିଶାର ସମସ୍ତ ଜନସାଧାରଣ ଆସି ବୁଲି ଦେଖିପାରିବେ କେମିତି ଭାବରେ ଗୋଟିଏ ବୁଣାକାର ତା’ର ହାତରେ ଆମ ଐତିହ୍ୟ ପରମ୍ପରାର ନିଖୁଣ ଚିତ୍ରଟି ଶାଢୀ ମାଧ୍ୟମରେବୁଣିଥାଏ ତାହା ଦେଖିପାରିବେ, ଏହା ସହିତ ଆମେ ଏକ ସତନ୍ତ୍ର ଓଡିଶା ହସ୍ତତନ୍ତ GI (Geographical Indication) ଷ୍ଟୋର ପ୍ରଥମଥର ପାଇଁ ଭୁବନେଶ୍ବରରେ।ଏହି କାର୍ଯ୍ୟକ୍ରମରେ ଆକାଶ ଦାସ ନାୟକ (ଅଧ୍ୟକ୍ଷ, ମୋ କଲେଜ), ଶାଶ୍ଵତ ଯୋଶୀ ମହୋଦୟ, (ଆର୍ନ୍ତଜାତୀୟ ନୃତ୍ୟ ଶିଳ୍ପୀ), ଶ୍ରୀ ଅରୁଣ କୁମାର ସାବତ ଏବଂ ବୁଣାକାର ଭାଇ ଭଉଣୀମାନେ ଉପସ୍ଥିତ ହୋଇ ଉକ୍ତ କାର୍ଯ୍ୟକ୍ରମଟିକୁ ଉଦ୍ଘାଟନ କରିଥିଲେ ।
