Blank space
Blank space
Breaking News/ମୁଖ୍ୟ ଖବର:
ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳା
Blank space

ଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମ

0

ଭୁବନେଶ୍ୱର, ନିରପେକ୍ଷ ଖବର : ତା ୦୨/୦୨ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଶ୍ବ ରଞ୍ଜନ ଦାଶଙ୍କ ଆହ୍ବାନ କ୍ରମେ ତଥା ବାଲେଶ୍ବର ଜିଲ୍ଲାର ଜିଲ୍ଲା ସଂଯୋଜକ ସୁବାଷ ଚନ୍ଦ୍ର ରାଉତ ଙ୍କ ନିର୍ଦେଶ ରେ ସିମୁଳିଆ ଖଣ୍ଡର ଖଣ୍ଡ ସଂଯୋଜିକା ସସ୍ମିତା ନାୟକ ଙ୍କ ନେତୃତ୍ୱରେ ଆଜି ବାଲେଶ୍ବର ଜିଲ୍ଲାର ସିମୁଳିଆ ବ୍ଲକ୍ ଅନ୍ତର୍ଗତ ବାଲିଖଣ୍ଡ ଡିଗ୍ରୀ ମହାବିଦ୍ୟାଳୟ,ବାଲିଖଣ୍ଡ ଠାରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମ ରେ 01/06/2008 ରୁ 01/06/2018 ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସ୍ବଳ୍ପ ବେତନରେ ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରିଆସୁଛନ୍ତି ମାତ୍ର ସରକାର ସେମାନଙ୍କୁ ଅନୁଦାନଭୁକ୍ତ ନ କରିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ନୂଆ ସରକାରଙ୍କ ଉପରେ ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତ ନିର୍ଭର କରୁଛି । ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷାବିତ୍ ଶ୍ରୀଯୁକ୍ତ ବିରେନ୍ଦ୍ର ପରିଡ଼ା ଯୋଗଦାନ କରି ଅଧ୍ୟାପକ ଓ କର୍ମଚାରୀଙ୍କ ଦାବି ଯଥାର୍ଥ ବୋଲି ଉପସ୍ଥାପନା କରିବା ସହିତ ସରକାର ସେମାନଙ୍କ ଦାବିକୁ ଯଥାଶୀଘ୍ର ପୁରଣ କରିବାକୁ ଅନୁରୋଧ କରିଛନ୍ତି। ପ୍ରକାଶଯୋଗ୍ୟ ଏ ବର୍ଗର ଅଧ୍ଯାପକ ଓ କର୍ମଚାରୀ ଭୋକ ଉପାସରେ ରହି ମଧ୍ୟ ଶିକ୍ଷାଦାନରୁ ବିରତ ହୋଇନାହାନ୍ତି। ସରକାରଙ୍କୁ ମଧ୍ଯ ସେମାନେ ବିଭିନ୍ନ ଉପାୟରେ ଦୀର୍ଘଦିନ ଧରି ଅନୁରୋଧ କରି ଆସୁଛନ୍ତି। ମାତ୍ର ପରିତାପର ବିଷୟ ଯେ ସରକାର ସେମାନଙ୍କ ଦାବିପ୍ରତି କର୍ଣ୍ଣପାତ ନ କରିବାରୁ ସେମାନଙ୍କ ଅସନ୍ତୋଷ ବୃଦ୍ଧି ପାଇବା ସହ ଆଗକୁ ଚରମ ପଦକ୍ଷେପ ନେବାକୁ କୁଣ୍ଠାବୋଧ କରିବେ ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି। ଯଦି ଏହି ଅଧ୍ୟାପକ ଓ ଅଧ୍ୟାପିକା ଶିକ୍ଷାଦାନରୁ ଦୂରେଇ ଯାଆନ୍ତି,ତେବେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିରାଟ ବାଧା ଉପୁଜିବ କାରଣ ପ୍ରାୟ ଓଡ଼ିଶାର ୭୦ ଭାଗ ଛାତ୍ରଛାତ୍ରୀଙ୍କୁ ଏମାନେ ଶିକ୍ଷାଦାନ କରିଆସୁଛନ୍ତି । ତେଣୁ 2008 ରୁ 2018 ମସିହା ପର୍ଯ୍ୟନ୍ତ ନିଯୁକ୍ତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀମାନଙ୍କ ପାଇଁ ନୂତନ ଅନୁଦାନ ନୀତି ପ୍ରକାଶ କରି ସେମାନଙ୍କୁ ଅନୁଦାନଭୁକ୍ତ କରିବାକୁ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପିକା ସୁଦେଷ୍ଣା ମହାନ୍ତି, ଶର୍ମିଷ୍ଠା ମିଶ୍ର,ପୁଷ୍ପଲତା ତ୍ରିପାଠୀ, ଅଧ୍ୟାପକ ନରହରି ପେଡା, କୈଳାସ ଶଙ୍ଖୁଆ,ମନୋଜ ମଲ୍ଲିକ ଓ ମମତା ଦାଶ ଆଦି ଉପସ୍ଥିତ ରହି ସେମାନଙ୍କର ଦାବିକୁ ଗ୍ରହଣ କରିବାକୁ ବର୍ତ୍ତମାନ ସରକାରଙ୍କୁ ଅନୁରୋଧ କରିବା ସହିତ ଦାବି ପୂରଣ ପାଇଁ ଦୃଢ଼ ଆଶା ପୋଷଣ କରିଛନ୍ତି।

Mo sapath

Leave A Reply

Your email address will not be published.