ନୂଆବର୍ଷରୁ କମିଲା ଏଲପିଜି ସିଲିଣ୍ଡର ମୂଲ୍ୟ….
ଅଣସବସିଡ୍ ଏଲପିଜି ମୂଲ୍ୟ ୧୨୧ ଟଙ୍କା ୫୦ ପଇଷା କମ୍ • ଘରୋଇ ସିଲିଣ୍ଡର ପିଛା ୫ ଟଙ୍କା ୯୫ ପଇଷା ମୂଲ୍ୟ ହ୍ରାସ • ଗ୍ରାହକ ମାନଙ୍କୁ ୮୩୮ ଟଙ୍କା ବଦଳରେ ୭୧୬ ଟଙ୍କା ୫୦ ପଇଷା ଦେଇ ସିଲିଣ୍ଡର କିଣିବାକୁ ପଡିବ ଗ୍ରାହକ ମାନଙ୍କୁ ସବସିଡ୍ ମିଳିବା ପରେ ସିଲିଣ୍ଡରର ମୂଲ୍ୟ ୫୦୫ ଟଙ୍କା ୮୩ ପଇଷା ହେବ
ଭୁୁବନେଶ୍ୱର,. ନିରପେକ୍ଷ ଖବର: ଅଣ ସବସିଡ୍ ଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ଭୁବନେଶ୍ୱର ଠାରେ ଜାନୁଆରୀ ୧ ତାରିଖରୁ ୧୨୧ ଟଙ୍କା ୫୦ ପଇଷା ସିଲିଣ୍ଡର ମୂଲ୍ୟ ହ୍ରାସ ହୋଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଏଲପିଜି ମୂଲ୍ୟ ହ୍ରାସ ଓ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ବଢିବା କାରଣରୁ ଏହି ମୂଲ୍ୟ ହ୍ରାସ ପାଇଛି ବୋଲି ଇଣ୍ଡିଆନ୍ ଅଏଲ ପକ୍ଷରୁ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ପ୍ରକାଶ କରାଯାଇଛି ।
ଏହି ଅନୁସାରେ ଘରୋଇ ଏଲପିଜି ବ୍ୟବହାର କାରୀଙ୍କୁ ୮୩୮ ଟଙ୍କା ବଦଳରେ ଏଣିକି ୭୧୬ ଟଙ୍କା ଦେବାପାଇଁ ପଡିବ । ଗ୍ରାହକ ମାନଙ୍କୁ ସିଲିଣ୍ଡର କିଣିବା ବେଳେ ୧୨୧ ଟଙ୍କା ୫୦ ପଇଷା କମ୍ ଦେବାକୁ ପଡିବ ।
ଘରୋଇ ସିଲିଣ୍ଡର ସବସିଡ୍ ଯୁକ୍ତ ହୋଇଥିବା କାରଣରୁ ସବସିଡ ପରେ ସିଲିଣ୍ଡର ଉପରେ ୫ ଟଙ୍କା ୯୫ ପଇଷା ଦର କମିବ । ଡିସେମ୍ବର ୨୦୧୮ରେ ସବସିଡ୍ ଯୁକ୍ତ ସିଲିଣ୍ଡରର ମୂଲ୍ୟ ୫୧୧.୭୮ ପଇଷା ଥିବା ବେଳେ ଜାନୁଆରୀ ପହିଲାରୁ ଏହି ମୂଲ୍ୟ ୫୦୫.୮୩ ପଇଷା ରହିବ । ଏହା ବାଦ୍ ଅତିରିକ୍ତ ମୂଲ୍ୟ ସବସିଡ୍ ଆକାରରେ କେନ୍ଦ୍ର ସରକାର ଗ୍ରାହକଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରୁଛନ୍ତି ।