କର୍ତ୍ତବ୍ୟନିଷ୍ଟ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ…
ଦୋଷୀଙ୍କୁ ଗିରଫ କରିବା ପ୍ରତିବଦଳରେ ଘଣ୍ଟ ଘୋଡାଇବାକୁ ଉଦ୍ୟମ କରୁଛି ପୁଲିସ... ଅଭିଯୁକ୍ତଙ୍କ ଗିରଫ ଦାବିକଲା କଳିଙ୍ଗ ସାମ୍ବାଦିକ ସଂଘ...
ଭବନେଶ୍ୱର ନିରପେକ୍ଷ ଖବର:୨୬/୦୧/୧୯: ଆଜି ଅପରାହ୍ନ ୧୨ ଘଟିକା ସମୟରେ ମହାରାଜା ସିନେମା ହଲରେ ଜଣେ କର୍ତ୍ତବ୍ୟନିଷ୍ଟ. ଦୈନିକ ଖବର କାଗଜ ପ୍ରମେୟର ସାମ୍ବାଦିକ କପିଳ ପ୍ରଧାନଙ୍କୁ ମରଣାତ୍ମକ ଆକ୍ରମଣ କଲେ କିଛି ଅସାମାଜିକ ଯୁବକ। ଶ୍ରୀ ପ୍ରଧାନ ଫିଲ୍ମ ଦେଖୁଥିବା ବେଳେ ଏହି ଯୁବକମାନେ ହଲ ଭିତରେ କିଛି ମହିଳାଙ୍କୁ ଦୁର୍ବ୍ୟବହାର କରୁଥିଲେ। ଏଭଳି ଆଚରଣକୁ ଦେଖି ଶ୍ରୀ ପ୍ରଧାନ ଧର୍ଯ୍ୟ ଧରିପାରିନଥିଲେ। ଦୁର୍ବୃତ୍ତମାନେ ଶହ ଶହ ଲୋକଙ୍କ ଆଗରେ ମା’ ଭଉଣୀ ଉଡାଉଥିଲେ।ତାଙ୍କ ଆଖି ସାମ୍ନାରେ ଏହି ଯୁବକମାନଙ୍କ ଉତ୍ପାତକୁ ବିରୋଧ କରିବାକୁ ଆଗେଇ ଆସିଥିଲେ। ଫଳସ୍ୱରୂପ କପିଳେନ୍ଦ୍ରଙ୍କୁ ହୋଇଥିଲା ଅତର୍କିତ ଆକ୍ରମଣ । ଅଭିଯୁକ୍ତମାନେ ସାମ୍ବାଦିକ ଶ୍ରୀ ପ୍ରଧାନଙ୍କୁ ତଳେ ପକାଇ ନିର୍ଧୁମ ମାଡ ମାରିଥିଲେ। ସେ ନିଜ ଜୀବନକୁ ବଞ୍ଚାଇ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ସବୁଠୁ ବଡ଼ କଥା ହେଲା ରକ୍ତାକ୍ତ ହୋଇ ସାମ୍ବାଦିକ କପିଳେନ୍ଦ୍ର ଥାନାରେ ପହଞ୍ଚିଥିଲେ ବି ତୁରନ୍ତ ପଦକ୍ଷେପ ବଦଳରେ ବରିଷ୍ଠ ଅଧିକାରୀମାନେ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହି ୮ ଘଣ୍ଟା ହେଲା ଚୁପ ହୋଇ ବସିଛନ୍ତି। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପରିବର୍ତ୍ତେ ଦୋଷୀଙ୍କୁ ଘଣ୍ଟ ଘୋଡାଉଛି। ପୁଲିସର ଏଭଳି ଆଚରଣକୁ କଳିଙ୍ଗ ସାମ୍ବାଦିକ ସଂଘ ତୀବ୍ରନିନ୍ଦା କରିଛି।