ଦୋଷ କରିବ ଜଣେ, ଦଣ୍ଡ ପାଇବ ଆଉ ଜଣେ..
ବାସୁଦେବପୁର ପୁଲିସର ଏବେ ନିର୍ଦୋଷଙ୍କୁ ଗିରଫ କରି ତାଙ୍କ ନାମରେ 307 ଭଳି ସଙ୍ଗିନ ଦଫା ବିନା ତଦନ୍ତରେ ଲଗେଇବା ନିତିଦିନିଆ ହୋଇଗଲାଣି :ବୁଦ୍ଧିଜୀବୀ
ଭୁବନେଶ୍ୱର ନିରପେକ୍ଷ ଖବର: ତା:୦୭/୦୨/୨୦୧୯ ଭଦ୍ରକ ଅଞ୍ଚଳର ଜଣେ ପରଉପକାରୀ ଓ ଯୁବ ସମାଜସେବୀ ତଥା 30 ବର୍ଷ ଧରି ଗାଁକୁ ରାସ୍ତା ନିର୍ମାଣ କରିବାକୁ ଉଦ୍ୟମ ଜାରି ରଖିଥିବା ସାହସୀ ଯୁବକ ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ବିନା ଦୋଷରେ ବାସୁଦେବପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏବଂ ତାଙ୍କ ନାମରେ 307 ଭଳି ସଙ୍ଗିନ ଦଫା ଲଗାଇଛି।
ଶ୍ରୀ ମହାନ୍ତିଙ୍କ ଘର ତିହିଡି ବ୍ଲକ ସୟା ଗ୍ରାମପଞ୍ଚାୟତର ବାହାକୁଲା ଗାଁ। ଯେଉଁ ଗାଁକୁ ସ୍ୱାଧିନତାର72ବର୍ଷ ପରେ ମଧ୍ୟ ରାସ୍ତା ଓ ବିଦ୍ୟାଳୟଟିଏ ନାହିଁ।ସେହି ଗାଁରେ ଜନ୍ମ ହୋଇଛନ୍ତି ଏହି ଯୁବକ। ବାହାକୁଲା ଗାଁର ପିଲାମାନେ ବାଉଁଶ ଚାରାରେ ପାଠ ପଢିବାକୁ ସ୍କୁଲ ଯାଆନ୍ତି… ଦୀର୍ଘଦିନ ହେଲା ପକ୍କା ପୋଲ ନିର୍ମାଣ କରିବା ପାଇଁ ଶ୍ରୀ ମହାନ୍ତି ଦିନରାତି ଏକ କରି ଉଦ୍ୟମ ଜାରି ରଖିଥିଲେ..। ଏବଂ ତାଙ୍କ ଉଦ୍ୟମ ମଧ୍ୟ ସଫଳ ହେଲା କିନ୍ତୁ ସେହି ପୋଲ ନିର୍ମାଣ ଆରମ୍ଭ ଦିନ ତାଙ୍କୁ ମିଛ କେସରେ ଜେଲ ଯିବାକୁ ପଡିଛି।
ଘଟଣାଟି ଥିଲା ଏମିତି…..ବାହାକୁଲା ପୋଲ ନିର୍ମାଣରେ କଣ୍ଟ୍ରାକ୍ଟର ଜଣଙ୍କ ବିଲରୁ ମାଟି ଉଠାଇ ନଇଁ ପୋତୁଥିଲେ…. ହଠାତ ଅନ୍ୟ ତହସିଲରୁ ଅର୍ଥାତ ବାସୁଦେବପୁର ବ୍ଲକର ଅତିରିକ୍ତ ତହସିଲଦାର ଓ ଆର ଆଇ ହାତରେ ବାଡ଼ି ଧରି ପହଂଚି ମାଟି ଉଠାଇବାକୁ ବନ୍ଦ କଲେ। ହେଲେ କଣ୍ଟ୍ରାକ୍ଟରର ଟ୍ରାକ୍ଟର ଡ୍ରାଇଭର ମାଟି ଉଠାଇବା ବନ୍ଦ କଲେନି। ଫଳରେ ଅତିରିକ୍ତ ତହସିଲଦାର ଓ ତାଙ୍କ ସାଙ୍ଗରେ ଆସିଥିବା ଅଧିକାରୀମାନେ ରାଗରେ ସେହି ଡ୍ରାଇଭରଙ୍କୁ ବାଡ଼ିରେ ପିଟିବାକୁ ଲାଗିଲେ। ଏହି ଘଟଣାର ଖବର ପାଇ ବାହାକୁଲା ଗ୍ରାମବାସୀ ପହଞ୍ଚିଗଲେ। ଫଳରେ ଉଭୟଙ୍କ ଭିତରେ ବଚସା ହେଲା। ତିହିଡି ତହସିଲ ଅଧୀନରେ କାମ ହେଉଥିବାରୁ ଗ୍ରାମବାସୀମାନେ ଅଧିକାରୀଙ୍କୁ ବାରଣ କରି ଚାଲିଯିବାକୁ କହିଲେ। କିନ୍ତୁ ଅଧିକାରୀମାନେ ଶୁଣିନଥିଲେ। ଫଳରେ ଉଭୟଙ୍କ ଭିତରେ ଠେଲାପେଲା ହେଲା। ପରେ ସେହି ଗାଁର ମଉଡମଣି ପ୍ରଶାନ୍ତ କୁମାର ମହାନ୍ତି ତହସିଲ ଅଧିକାରୀଙ୍କୁ ବୁଝା ସୁଝା କରି ପରିସ୍ଥିତିକୁ ଶାନ୍ତ କଲେ।କିଛି ସମୟ ପରେ ବାସୁଦେବପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚିଲେ। ଉଭୟଙ୍କୁ ବୁଝାସୁଝା କରି ଚାଲିଗଲେ। ହେଲେ ଦୁଃଖର ବିଷୟ ସେହିଦିନ ଅର୍ଥାତ ସୋମବାର ରାତି 3ଟା ସମୟରେ ତିହିଡି ଓ ବାସୁଦେବପୁର ପୋଲିସ ଆସି ଶ୍ରୀ ମହାନ୍ତି ଘରେ ଶୋଇଥିବା ବେଳେ ତାଙ୍କୁ ଉଠାଇ ନେଲେ। ଏହି ଘଟଣାକୁ ଶୁଣି ପଞ୍ଚାୟତରେ ଚହଳ ଖେଳିଗଲା। ଅଞ୍ଚଳର ବହୁ ବୁଦ୍ଧିଜୀବୀ ବାସୁଦେବପୁର ଥାନାରେ ପହଁଚି ଶ୍ରୀ ମହାନ୍ତିଙ୍କୁ ଛାଡ଼ିଦେବା ପାଇଁ ଥାନାଧିକାରୀଙ୍କୁ କାକୋତିମିନତି ହୋଇ ଅନୁରୋଧ କଲେ। କିନ୍ତୁ ନିଷ୍ଠୁର ପ୍ରଶାସନ କିଛି ଶୁଣି ନଥିଲା….. ଶ୍ରୀ ମହାନ୍ତି ଜଣେ ବିଦ୍ଵାନ ଶିକ୍ଷକ। ଏନେଇ ତାଙ୍କୁ ଯୋଗଯୋଗ କରିବାରୁ ସେ କୋହଭରା କଣ୍ଠରେ କହିଥିଲେ, ମୁ ଜେଲ ଗଲି ମୋ ମନରେ ଟିକେ ଦୁଃଖ ନାହିଁ…କିନ୍ତୁ ମୋର ଟିଉସନରେ ପଢ଼ୁଥିବା 10ମ ଶ୍ରେଣୀର ପିଲାମାନଙ୍କ ଭବିଷ୍ୟତ କଥା ଭାବିଲା ବେଳକୁ ମୋତେ ବହୁତ କାନ୍ଦ ଲାଗୁଛି…...ଗ୍ରାମବାସୀ କଂ ମତାମତ:
ସମସ୍ତେ କୁହନ୍ତି ସବୁଠୁ ବଡ ଗଣମାଧ୍ୟମ, ତେଣୁ ଆମେ ଏହି ଗଣମାଧ୍ୟମ ଜରିଆରେ ଅନୁରୋଧ କରୁଛୁ ଏହି ଯୁବକ ପ୍ରଶାନ୍ତ ମହାନ୍ତି (ପ୍ରଶାନ୍ତ ସାର)ଙ୍କୁ ଟିକେ ନ୍ୟାୟ ଦିଅନ୍ତୁ……. ଏନେଇ ସୟା ଗ୍ରାମପଞ୍ଚାୟତର ଗ୍ରାମ ବାସୀକଂ ତରଫରୁ ଥାନା ଘେରାଉ କରାଯିବାକୁ ନିଷ୍ପତି ହୋଇଛି।