ଭୁବନେଶ୍ୱର :ନିରପେକ୍ଷ ଖବର : ଭାରତୀୟ ସଂସ୍କୃତିର ‘ମାତୃ-ପିତୃ ଭକ୍ତି’ର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି, ଧଉଳୀ ପକ୍ଷରୁ ‘ମାତୃ-ପିତୃ ପୂଜନ ଦିବସ’ ସ୍ଥାନୀୟ ଭୀମପୁର ଆଦର୍ଶ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି । ଏଥିରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କ ପିତାମାତାଙ୍କୁ ପୂଜା କରିଥିଲେ । ଆଦର୍ଶ ଶିଶୁ ବିଦ୍ୟା ମନ୍ଦିରର
ନିର୍ଦ୍ଦେଶକ ଭଗବାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଗୁରୁକଲ୍ୟାଣ ମହାପାତ୍ର ଓ ମୁଖ୍ୟବକ୍ତା ଡଃ ପ୍ରଦୀପ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଶୁଭ ସଂସ୍କାର ପ୍ରଦାନ କରିଥିଲେ । ଏହାର ପ୍ରଭାବରେ ଭବିଷ୍ୟତ ଜୀବନରେ ପିଲାମାନଙ୍କ ଉଜ୍ଜ୍ୱଳ ଚରିତ୍ରର ନିର୍ମାଣର ଆଧାରଶିଳା ହେବ ବୋଲି ଅତିଥିମାନେ ଓ ଶ୍ରୀ ଯୋଗ ବେଦାନ୍ତ ସେବା ସମିତିର ନିର୍ଦ୍ଦେଶକ ସୂର୍ଯ୍ୟମଣି ସାମଲ କହିଥିଲେ ।