ଗ୍ରାମାଞ୍ଚଳରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି
ଆଗାମୀ କିଛି ମାସ ମଧ୍ୟରେ ରାଜ୍ୟରେ ଗ୍ରାମ ଜଳଯୋଗାଣ ଭିତ୍ତିଭୂମିରେ ଆଖିଦୃଶିଆ ପରିବର୍ତ୍ତନ ହେବାକୁ ଯାଉଛି ....
ଭୁବନେଶ୍ୱର, ନିରପେକ୍ଷ ଖବର:ତା.୧୬/୦୨/୨୦୧୯ରିଖ
ରାଜ୍ୟ ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ଉପରେ ଅଗ୍ରାଧିକାର ଦେଉଛନ୍ତି । ଫଳରେ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ସହଜରେ ପର୍ଯ୍ୟାପ୍ତ ପରିମାଣରେ ସୁବିଧାରେ ଅବିରତ ଭାବେ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଇଛି । ଏଥି ନିମନ୍ତେ ସରକାର ପଞ୍ଚାୟତିରାଜ ଅନୁଷ୍ଠାନ
ଓ କମୁ୍ୟନିଟି ସଂସ୍ଥାକୁ ସଂପୃକ୍ତ କରିବା ସହ ପାନୀୟ ଜଳଯୋଗାଣ ବ୍ୟବସ୍ଥାକୁ ବିକେନ୍ଦି୍ରତ କରିଛନ୍ତି । ରାଜ୍ୟରେ ଏ ପର୍ଯ୍ୟନ୍ତ ୪ ଲକ୍ଷ ୬୦ ହଜାର ଟୁ୍ୟବ୍େୱଲ୍ ବସାଯାଇଛି । ଏହା ଦ୍ୱାରା ଅଧିକାଂଶ ଜନବସତିକୁ ପାନୀୟ ଜଳ ଯୋଗାଇ ଦିଆଯାଇପାରିଛି । ଅତିରିକ୍ତ ୫୬ ହଜାର ଜନବସତିଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏହା ଦ୍ୱାରା ଗାଁଗହଳିର
ଏକ କୋଟି ୬୬ ଲକ୍ଷ ହିତାଧିକାରୀ ଉପକୃତ ହେବେ ।
ରାଜ୍ୟରେ ୬୮୦୧ ଗ୍ରାମପଞ୍ଚାୟତ ମଧ୍ୟରୁ ୫୬୮୫ ଗ୍ରାମପଞ୍ଚାୟତ ମୁଖ୍ୟାଳୟର ଗ୍ରାମଗୁଡ଼ିକୁ ପାଇପ୍ ଜଳଯୋଗାଣ ପରିସରରେ ଅନ୍ତର୍ଭୁକ୍ତ କରାଯାଇଛି । ଅବଶିଷ୍ଟ ଗ୍ରାମଗୁଡ଼ିକ ନିମନ୍ତେ ପ୍ରକଳ୍ପ ମଞ୍ଜୁର ହୋଇସାରିଛି ଏବଂ ଅତିଶୀଘ୍ର ଏହା କାର୍ଯ୍ୟକାରୀ ହେବ । ସେହିପରି ୫୬୯୦ ଗ୍ରାମପଞ୍ଚାୟତର ଗ୍ରାମଗୁଡ଼ିକରେ ଏକ ବା ତଦୂଦ୍ଧ୍ୱର୍ ପାଇପ ଜଳଯୋଗାଣ ହେଉଛି । ସଂପ୍ରତି ରାଜ୍ୟରେ ୧୦ ହଜାର ୯୧୮ କୋଟି ୬ ଲକ୍ଷ ଅର୍ଥ ବ୍ୟୟରେ ପ୍ରାୟ ୬୧ଟି ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ପ୍ରାୟ ୪୨୦୦ ନୂତନ ପାଇପ ଯୋଗେ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ତ୍ୱରିତ ବେଗରେ ଆଗେଇ ଚାଲିଛି । ଆଗାମୀ କିଛି ମାସ ମଧ୍ୟରେ ରାଜ୍ୟରେ ଗ୍ରାମ ଜଳଯୋଗାଣ ଭିତ୍ତିଭୂମିରେ ଆଖିଦୃଶିଆ ପରିବର୍ତ୍ତନ ହେବାକୁ ଯାଉଛି । ଚଳିତ ଆର୍ଥିକ ବର୍ଷରେ ୨୫୧୫ କୋଟି ୭୬ ଲକ୍ଷ ବଜେଟ୍ ମଧ୍ୟରୁ ୧୫୪୭ କୋଟି ୧ ଲକ୍ଷ ଅର୍ଥ ବ୍ୟୟ କରାଯାଇଛି । ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀଙ୍କ ସଚିବାଳୟସ୍ଥ ପ୍ରକୋଷ୍ଠରେ ରାଜ୍ୟର ଗ୍ରାମୀଣ ଜଳଯୋଗାଣ କାର୍ଯ୍ୟକ୍ରମ ଉପରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ମାଝୀ ଏହି ବିଷୟ ପ୍ରକାଶ କରିଛନ୍ତି । ଆଜିର ସମୀକ୍ଷା ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ, ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ, ବିଭାଗୀୟ ଅତିରିକ୍ତ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।