ଉଜ୍ଜ୍ୱଳା ଦିଦି ସମ୍ମିଳନୀକୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…
*୭ କୋଟି ଗରିବ ମହିଳାଙ୍କୁ ମିଳିଛି ମାଗଣା ଗ୍ୟାସ ସଂଯୋଗ *ପରିବର୍ତନର ବାହକ ସାଜିବେ ଉଜ୍ଜ୍ୱଳା ଦିଦ *ଓଡ଼ିଶାରେ ୪୦ ଲକ୍ଷ ଗ୍ୟାସ ସଂଯୋଗ
ନିରପେକ୍ଷ ଖବର: ୨୩/୦୨/୨୦୧୯: ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ଦେଶରେ ୧୩ ହଜାର କୋଟି ବିନିଯୋଗରେ ୭ କୋଟି ଗରିବ ମହିଳାଙ୍କୁ ମାଗଣା ଗ୍ୟାସ ସଂଯୋଗ ମିଳିଛି । ତନ୍ମଧ୍ୟରୁ ଓଡ଼ିଶାରେ ୪୦ ଲକ୍ଷ ଗ୍ୟାସ ସଂଯୋଗ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଉଜ୍ଜ୍ୱଳା ଦେଶର କୋଟି କୋଟି
ମହିଳାଙ୍କ ସ୍ୱପ୍ନକୁ ସାକାର କରି ସେମାନଙ୍କୁ ସଶକ୍ତ କରିଛି । ଉଜ୍ଜ୍ୱଳା ସାମାଜିକ ପରିବର୍ତନ ଓ ନାରୀ ସଶକ୍ତିକରଣର ପ୍ରମୁଖ ମାଧ୍ୟମ ସାଜିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଆଜି ଭୁବନେଶ୍ୱରରେ ଉଜ୍ଜ୍ୱଳା ଦିଦି ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି କେନ୍ଦ୍ର ସରକାର ବର୍ତମାନ ସୁଦ୍ଧା ୪ କୋଟି ଗରିବ ଘରକୁ ବିଜୁଳୀ ସଂଯୋଗ ପହଂଚାଇଛନ୍ତି ଏବଂ ୧ କୋଟି ୪୦ ଲକ୍ଷ ଗରିବଙ୍କୁ ପକ୍କା ଘର ପ୍ରଦାନ କରିଛନ୍ତି । ୨୦୨୨ ସୁଦ୍ଧା ଦେଶର ସମସ୍ତ ଗରିବଙ୍କୁ ବାସଗୃହ ଯୋଗାଇବା
ସରକାରଙ୍କ ଲକ୍ଷ୍ୟ । ଏହି ସମାବେଶରେ ଯୋଗଦେଇଥିବା ଓଡ଼ିଶାର ୧୦ ହଜାର ଉଜ୍ଜ୍ୱଳା ଦିଦିଙ୍କୁ କେନ୍ଦ୍ରମନ୍ତ୍ରୀ ସମ୍ବୋଧିତ
କରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହି ଦାୟିତ୍ୱ ହେଉଛି ଗରିବ ଓ ଅପହଂଚଙ୍କ ପାଖରେ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ପହଂଚାଇବା, ଗ୍ରାମାଂଚଳର ଭଉଣୀମାନଙ୍କୁ ଉଜ୍ଜ୍ୱଳାର ବ୍ୟବହାର ଓ ଲାଭ ସମ୍ପର୍କରେ ବୁଝାଇବା ଏବଂ ଗ୍ୟାସ ବ୍ୟବହାର ସମୟରେ ସେମାନେ ସମ୍ମୁଖୀନ ହେଉଥିବା ଅସୁବିଧାର ସମାଧାନ
କରିବା । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଉଜ୍ଜ୍ୱଳା ଦିଦିମାନଙ୍କୁ ପରିବର୍ତନର ବାହକ କହିବା ସହିତ ସେମାନଙ୍କୁ ଉଜ୍ଜ୍ୱଳା ଶପଥ ପାଠ କରାଇଥିଲେ ।
ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍ୟୁୱାଇ) କେନ୍ଦ୍ର ସରକାରଙ୍କ ସବୁଠାରୁ ସଫଳ ଯୋଜନା ମଧ୍ୟରୁ ଅନ୍ୟତମ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦୧୬ ମସିହା ମେ’ ମାସ ୧ ତାରିଖରେ ଉତରପ୍ରଦେଶର ବଲିଆଠାରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଓଡ଼ିଶାର ସମ୍ବଲପୁରଠାରେ ୨୦୧୬ ମସିହା ଜୁନ ମାସ ୨୦ ତାରିଖରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଏହା ଫଳରେ ଓଡ଼ିଶାର ପ୍ରତି ଘରେ ଏଲପିଜି ବ୍ୟବହାରରେ ଅଦ୍ଭୂତପୂର୍ବ ବୃଦ୍ଧି ଦେଖିବାକୁ ମିଳିଛି -୨୦୧୪ ମସିହା ଜୁନ ମାସରୁ ୨୦ ଲକ୍ଷରୁ ବୃଦ୍ଧି ଘଟି ୨୦୧୯ ମସିହା ଫେବୃୟାରୀ ମାସରେ ଏହା ୭୮ ଲକ୍ଷରେ ପହଂଚିଛି । ଓଡ଼ିଶାରେ ଏହି ଯୋଜନା କାର୍ଯ୍ୟକାରୀର ଅଢେଇ ବର୍ଷ ମଧ୍ୟରେ, ଗରିବ ମହିଳାମାନଙ୍କୁ ବିନା କୌଣସି ସୁରକ୍ଷା ଜମା ରାଶିରେ ୩୯ ଲକ୍ଷ ପିଏମ୍ୟୁୱାଇ ସଂଯୋଗୀକରଣ ଦିଆଯାଇଛି, ଯାହାକି ସମଗ୍ର ରାଜ୍ୟରେ ଦିଆଯାଇଥିବା ଏଲପିଜି ଉପଭୋକ୍ତାଙ୍କ ୫୦% । ଓଡ଼ିଶାରେ ମୋଟ ଏଲପିଜି ବ୍ୟବହାରକାରୀ ୨୦୧୪ ଜୁନ ମାସଠାରୁ ୨୦% ବୃଦ୍ଧି ଘଟି ୭୩% ରେ ପହଂଚିଛି ।
ଉଜ୍ଜ୍ୱଳା ଯୋଜନା କ୍ରିୟାନ୍ୱୟନକୁ ଆହୁରି ସୁଦୃଢ଼ କରିବା ପାଇଁ ତୈଳ ବପଣନ କମ୍ପାନୀ (ଓଏମ୍ସି)ମାନେ ‘ଉଜ୍ଜ୍ୱଳା ଦିଦି’ ଭଳି ପରିକଳ୍ପନା କରିଛନ୍ତି । ଉଜ୍ଜ୍ୱଳା ଦିଦିମାନେ ହେଉଛନ୍ତି ଗ୍ରାମୀଣ
ମହିଳା ଉପଭୋକ୍ତା, ପିଏମ୍ୟୁୱାଇ ଉପଭୋକ୍ତାଙ୍କ ଦ୍ୱାରା ଚିହ୍ନଟ ହୋଇଛନ୍ତି, ଯେଉଁମାନେ ଗ୍ରାମୀଣ ସାମାଜିକ-ଅର୍ଥନୈତିକ ପରିସ୍ଥିତିକୁ ଭଲ ଭାବରେ ବୁଝିଛନ୍ତି । ଏହି ଦିଦିମାନେ ଗ୍ରାମୀଣ ପରିବାରର ଶକ୍ତି ଆବଶ୍ୟକତାକୁ ମଧ୍ୟ ଭଲ ଭାବରେ ବୁଝିପାରନ୍ତି । ଏହି ବଦଳିଥିବା ଶକ୍ତିର ପ୍ରଭାବ ଦିନ-ପ୍ରତିଦିନ ଗ୍ରାମୀଣ ମହିଳାଙ୍କ ଜୀବନ ତଥା ସେମାନଙ୍କ ପରିବାରରେ କିପରି ପରିବର୍ତନ ଆଣିପାରିଛି ସେ ବିଷୟରେ ବିଶ୍ଳେଷଣ ମଧ୍ୟ କରିପାରିଛନ୍ତି ।
ଉଜ୍ଜ୍ୱଳା ଦିଦି ବର୍ତମାନ ଏବଂ ଭବିଷ୍ୟତ ଏଲପିଜି ଉପଭୋକ୍ତା ଏବଂ ବିତରକଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିବେ । ଗାମାଂଚଳ ଘରୋଇ ଉର୍ଜା କ୍ଷେତ୍ର ଏବଂ ବିତରଣ ନେଟ୍ୱର୍କରେ ସେମାନଙ୍କ
ସକାରାତ୍ମକ ହସ୍ତକ୍ଷେପ ରିଫିଲ୍ ବୁକିଂରେ ସହଜ, ନୂତନ ସଂଯୋଗ ଜାରି କରିବା ଏବଂ ଶକ୍ତିର ସ୍ଥାୟୀ ଉପଯୋଗରେ ସମସ୍ତଙ୍କୁ ସହଯୋଗ କରିବ । ୧୦,୦୦୦ରୁ ଊଦ୍ଧ୍ୱର୍ ଉଜ୍ଜ୍ୱଳା ଦିଦିଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନେ ସମଗ୍ର ଓଡ଼ିଶାରେ ଉର୍ଜା ବାହକ ଭାବେ କାର୍ଯ୍ୟ କରିବେ । ଏହି କାର୍ଯ୍ୟକ୍ରମରେ ତୈଳ ବିପଣନ କମ୍ପାନୀଗୁଡିକର ବରିଷ୍ଠ ଅଧିକାରୀଙ୍କ ସହ ପ୍ରଖ୍ୟାତ ଅଭିନେତ୍ରୀ
ଅପରାଜିତା ମହାନ୍ତି ଏବଂ ଅନୁ ଚୌଧୁରୀ ଉପସ୍ଥିତ ଥିଲେ ।