Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

ସ୍କିଲ୍‍ ଇଣ୍ଡିଆର ‘ସ୍କିଲ୍‍ ସାଥୀ ୟୁଥ୍‍ କନ୍‍କ୍ଲେଭ୍‍’

•ରାଜ୍ୟର ୩୦ଟି ଜିଲାରୁ ୪୨୭ ବ୍ଲକର ୨.୫ ଲକ୍ଷରୁ ଊଦ୍ଧ୍ୱର୍ ଯୁବପିଢ଼ି ସଂଗଠିତ ହେବେ •ଏବେ ସୁଦ୍ଧା ସାରା ଦେଶରେ ୧୦ ଲକ୍ଷରୁ ଊଦ୍ଧ୍ୱର୍ ପ୍ରାର୍ଥୀ ସ୍କିଲ୍‍ ସାଥୀ ମାଧ୍ୟମରେ ପରାମର୍ଶ ଗ୍ରହଣ କରିଛନ୍ତି

0

ଭୁବନେଶ୍ୱର: ନିରପେକ୍ଷ ଖବର: ୨୩ /୦୨/ ୨୦୧୯: ସ୍କିଲ ଇଣ୍ଡିଆ ମିସନ ଅଧୀନରେ ବିବିଧ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ ସ୍ୱରୂପ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ (ଏମ୍‍ଏସ୍‍ଡିଇ) ଆସନ୍ତା ସୋମବାର ୨୫ ତାରିଖରେ ଓଡ଼ିଶାର ଭୁବନେଶ୍ୱରସ୍ଥିତ ରେଲ୍‍ ଅଡ଼ିଟୋରିୟମ୍‍ରେ ‘ସ୍କିଲ୍‍ ସାଥୀ ୟୁଥ୍‍ କନ୍‍କ୍ଲେଭ’ (ଦକ୍ଷ ଯୁବ ସାଥୀ ସମ୍ମେଳନ) ଆୟୋଜନ କରୁଛି । ଓଡ଼ିଶାର ଯୁବପିଢ଼ି ଆଗେଇ ଆସି ସେମାନଙ୍କ ଆଗ୍ରହ ଓ ଯୋଗ୍ୟତା ଆଧାରରେ ଦକ୍ଷତା ହାସଲ କରିବା ଲାଗି ଏମ୍‍ଏସ୍‍ଡିଇ ‘ନୂଆ ଓଡ଼ିଶା – ଧର୍ମପଦ ସମ୍ବାଦ’ ଉପକ୍ରମ ଆରମ୍ଭ କରିଛି । ସ୍କିଲ୍‍ ଇଣ୍ଡିଆ ମିସନ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ପ୍ରାର୍ଥୀମାନଙ୍କୁ କ୍ୟାରିୟର୍‍ର ଦିଗ ଓ ସୁଯୋଗ ସମ୍ପର୍କରେ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ଏମ୍‍ଏସ୍‍ଡିଇ ଆନୁକୂଲ୍ୟରେ ଆରମ୍ଭ କରାଯାଇଥିବା ସ୍କିଲ୍‍ ସାଥୀ ହେଉଛି ଜାତୀୟ ଦକ୍ଷତା ବିକାଶ ନିଗମର କ୍ୟାରିୟର୍‍ ପରାମର୍ଶ କାର୍ଯ୍ୟକ୍ରମ । ସ୍କିଲ୍‍ ସାଥୀ ଧନ୍ଦାମୂଳକ ଶିକ୍ଷା ଏବଂ ଉପଲବ୍ଧ ବଜାର ସୁଯୋଗ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ମନସ୍ତାତ୍ତ୍ୱିକ ପରୀକ୍ଷଣ ଏବଂ ପ୍ରତ୍ୟକ୍ଷ ପରାମର୍ଶ ସୁବିଧା ଦେଇ ଆଶାୟୀ ମାନଙ୍କୁ ତାଲିମର ଉପଯୁକ୍ତ ଚୟନ ସାଙ୍ଗକୁ ପରବର୍ତ୍ତୀ ପର୍ଯ୍ୟାୟରେ ନିଯୁକ୍ତି ଉଦ୍ୟୋଗ ସ୍ଥାପନ ସମ୍ପର୍କରେ ମାର୍ଗଦର୍ଶନ କରାଏ । ଏବେ ପ୍ରାର୍ଥୀମାନଙ୍କୁ ସଂଗଠିତ କରିବା ଏବଂ ପରାମର୍ଶ କାର୍ଯ୍ୟକ୍ରମ ଆୟୋଜନ କରାଇବା ଲକ୍ଷ୍ୟ ନେଇ ଓଡ଼ିଶାରେ ‘ସ୍କିଲ ସାଥୀ’ କାର୍ଯ୍ୟକ୍ରମ ଅଧୀନରେ ୧୦ଟି ପରାମର୍ଶ ଆୟୋଜନକାରୀ ସଂସ୍ଥା (ସିଆଇଓ)କୁ ପ୍ୟାନେଲଭୁକ୍ତ କରାଯାଇଛି । ସମସ୍ତ ୪୨୭ ବ୍ଲକକୁ ବିଭକ୍ତ କରି ପ୍ୟାନେଲ୍‍ଭୁକ୍ତ ସିଆଇଓଙ୍କୁ ଦାୟିତ୍ୱ ଦିଆଯାଇଛି । ଗତ ୩ ମାସ ମଧ୍ୟରେ ସ୍କିଲ୍‍ ସାଥୀ ମାଧ୍ୟମରେ ସାରା ଦେଶରେ ୧୦ ଲକ୍ଷରୁ ଊଦ୍ଧ୍ୱର୍ ପ୍ରାର୍ଥୀଙ୍କୁ ପରାମର୍ଶ (କାଉନସେଲିଂ) ପ୍ରଦାନ କରାଯାଇଛି । ଯୁବପିଢ଼ି ସେମାନଙ୍କ କ୍ୟାରିୟର ଯୋଜନାରେ କ’ଣ ଆପଣେଇବେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମାର୍ଗଦର୍ଶନ କରାଯାଇଛି ।ଯୁବପିଢ଼ିଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ କୁଶଳୀ (ଦକ୍ଷ) କରାଇବାକୁ ଏମ୍‍ଏସ୍‍ଡିଇ ଓଡ଼ିଶାରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେବାରେ ଆଗୁଆ ରହିଛି । ଧନ୍ଦାମୂଳକ ଶିକ୍ଷା ଏବଂ ଉପଲବ୍ଧ ବଜାର ସୁବିଧା ସମ୍ପର୍କରେ ସୂଚନା ପ୍ରଦାନ ଲାଗି ସ୍କିଲ ସାଥୀ ମଡ଼େଲ ଆରମ୍ଭ କରାଯାଇଛି । ଓଡ଼ିଶାରେ ଥିବା ସାମର୍ଥ୍ୟ ଏବଂ ଉପଯୁକ୍ତ ଲକ୍ଷ୍ୟ ନେଇ ଓଡ଼ିଶା ଖୁବ ଶୀଘ୍ର ଭାରତରେ ଦକ୍ଷତାର ରାଜଧାନୀ (ସ୍କିଲ୍‍ କ୍ୟାପିଟାଲ୍‍) ହେବ ବୋଲି ଆମେ ପ୍ରତିଶ୍ରୁତି ଦେଉଛୁ । ୨୯ଟି ରାଜ୍ୟରେ ଦକ୍ଷତା ବିକାଶ କର୍ମଶାଳା ଆୟୋଜନ ସ୍କିଲ ସାଥୀ କ୍ୟାରିୟର କାଉନସେଲିଂର ପ୍ରମୁଖ ସଫଳତା ମଧ୍ୟରେ ଅନ୍ତର୍ଭୁକ୍ତ । ଏହି ସବୁ କର୍ମଶାଳାରେ ୪୫୦ରୁ ଅଧିକ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର (ପିଏମ୍‍କେକେ) ଏବଂ ପରାମର୍ଶ ପ୍ରଦାନକାରୀ ସଂସ୍ଥା (ସିଆଇଓ) ଭାଗ ନେଇଥିବା ବେଳେ ଦେଶବ୍ୟାପୀ ଆୟୋଜିତ ରୋଜଗାର ମେଳାରେ ବୁଥ୍‍ ଖୋଲା ଯାଇଥିଲା । ଯୁବ ବ୍ରିଗ୍ରେଡ଼ଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସ୍କିଲ୍‍ ସାଥୀ ମଧ୍ୟ ଆର୍ମି ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, କଲେଜ ଏବଂ ଏନ୍‍ଜିଓ ମାନଙ୍କ ସହଭାଗିତା ଭିତ୍ତିରେ କାମ କରିଛି ।ଏଥିସହିତ, ବିଭିନ୍ନ ରାଜ୍ୟରେ ୬୫୦ ମାଷ୍ଟର ଟ୍ରେନର୍‍ଙ୍କୁ ତାଲିମ ପ୍ରଦାନ କରାଯାଇ ସେମାନଙ୍କ ଅଞ୍ଚଳରେ ପରାମର୍ଶ (କାଉସେଲିଂ) ପାଇଁ ସୁବିଧା ସୃଷ୍ଟି କରାଯାଇଛି । ଯୁବପିଢ଼ିଙ୍କୁ ଭାଗିଦାର କରାଇବା ଲାଗି ପ୍ରଭାବଶାଳୀ ଏବଂ ସୃଜନାତ୍ମକ ଭାବେ ପରାମର୍ଶ (କାଉନସେଲିଂ) କାର୍ଯ୍ୟକ୍ରମ ସମ୍ପାଦନ ଲାଗି ଏବେ ଏନ୍ଏସ୍ଡିସି ଦ୍ୱାରା ୫୨୦ ପରାମର୍ଶ ପ୍ରଦାନକାରୀ ସଂସ୍ଥା (ସିଆଇଓ) ପ୍ୟାନେଲ୍‍ଭୁକ୍ତ ହୋଇଛନ୍ତି । ବୈଧ ତାରିଖ ଏବଂ ସ୍ୱଚ୍ଛତା ଅବଲମ୍ବନ କରି କାଉନସେଲିଂ ଅଧିବେଶନ, ସ୍ଥାନ ଏବଂ ପ୍ରାର୍ଥୀଙ୍କର ପଞ୍ଜିକରଣ କରାଇବାକୁ ସିଆଇଓମାନେ ସ୍କିଲ୍‍ ସାଥୀ ମୋବାଇଲ୍‍ ଆପ୍ଲିକେସନ ଡାଉନ୍‍ଲୋଡ଼ କରିବେ ।
ଏହି ଗୁଣାତ୍ମକ ପରାମର୍ଶ ଅଧିବେଶନରେ ୧୫ରୁ ୩୫ ବର୍ଷ ମଧ୍ୟରେ ପ୍ରାର୍ଥୀଙ୍କ୍‍ୁ ପରାମର୍ଶ ପ୍ରଦାନ କରାଯାଇ ସେମାନଙ୍କୁ ‘ପରିବର୍ତ୍ତନର ସଶକ୍ତ ବାହକ’ (ଏମ୍‍ପାୱାରଡ୍‍ ଡ୍ରାଇଭରସ ଅଫ୍‍ ଚେଞ୍ଚ) ହେବାକୁ ଶକ୍ତି ଦିଆଯିବ । ସାରା ଦେଶରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସମେତ ପାଠ ଛାଡ଼ିଥିବା ଯୁବପିଢ଼ି, ଜନଗୋଷ୍ଠୀର ବୟସ୍କ ଯୁବକ, ବିଭିନ୍ନ କଲେଜ, ପଲିଟେକ୍‍ନିକ୍‍, ଆଇଟିଆଇ, ଡିପ୍ଲୋମା-ଧାରୀ, ସ୍ନାତକ, ସ୍ନାତକୋତ୍ତର ଡିଗ୍ରୀଧାରୀ ଛାତ୍ରଛାତ୍ରୀ, ଏନ୍‍ଇଇଟି ଶ୍ରେଣୀଭୁକ୍ତ (ନିଯୁକ୍ତି, ଶିକ୍ଷା କିମ୍ବା ତାଲିମରେ ନଥିବା) ଏବଂ ଅନ୍ୟମାନଙ୍କୁ ଏଥିରେ ସାମିଲ କରିବାକୁ ଧ୍ୟାନ ଓ ଗୁରୁତ୍ୱ ଦିଆଯିବ ।
ଭାରତ ସରକାରଙ୍କ ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍‍ ଏବଂ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ୩୦ଟି ଜିଲାର ୪୨୭ଟି ସ୍ଥାନ / ବ୍ଲକର ଯୁବପିଢ଼ିଙ୍କୁ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ବୋଧନ ଦେବେ । ଏହି କାର୍ଯ୍ୟକ୍ରମ ପାଇଁ ଓଡ଼ିଶାର ପ୍ରାୟ ୨.୫ ଲକ୍ଷ ଯୁବକଯୁବତୀ ଏକାଠି ହେବେ ବୋଲି ଆକଳନ କରାଯାଇଛି ।

Mo sapath

Leave A Reply

Your email address will not be published.