Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

ନୂଆ ଓଡ଼ିଶା – ଧର୍ମପଦ ଡାଏଲଗ

ରାଜ୍ୟର ୩୦ ଜିଲାରେ ପ୍ରାୟ ୨.୫ ଲକ୍ଷରୁ ଊଦ୍ଧ୍ୱର୍ ଯୁବପିଢ଼ି କ୍ୟାରିୟର କାଉନ୍ସେଲିଂ କାର୍ଯ୍ୟକ୍ରମରେ ଭାଗନେଲେ.. ୪୨୭ଟି ସ୍ଥାନରେ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କଲେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ..

0

ଭୁବନେଶ୍ୱର,  ନିରପେକ୍ଷ ଖବର: ୨୫ ଫେବୃଆରୀ, ୨୦୧୯: ସ୍କିଲ ଇଣ୍ଡିଆ ମିସନ ଅଧୀନରେ ବିବିଧ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ  ଉଦ୍ୟମ ସ୍ୱରୂପ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମ୍‍ଏସ୍‍ଡିଇ) ଅଧିନସ୍ଥ ନ୍ୟାସନାଲ ସ୍କିଲ ଡେଭେଲପ୍ମେଣ୍ଟ କର୍ପୋରେସନ (ଏନ୍ଏସ୍ଡିସି) ଆଜି ଓଡ଼ିଶାର ଭୁବନେଶ୍ୱରସ୍ଥିତ ରେଲ୍‍ ଅଡ଼ିଟୋରିୟମ୍‍ରେ ‘ନୂଆ ଓଡ଼ିଶା – ଧର୍ମପଦ ଡାଏଲଗ’ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।  ଏହି ଅଭିନବ ‘ସ୍କିଲ୍‍ ସାଥୀ ୟୁଥ୍‍ କନ୍‍କ୍ଲେଭ’ (ଦକ୍ଷ ଯୁବ ସାଥୀ ସମ୍ମେଳନ) ଓଡ଼ିଶାର ୪୨୭ଟି ସ୍ଥାନରେ ଲାଇଭ୍ କାର୍ଯ୍ୟକ୍ରମ
ଜରିଆରେ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ୨ ଲକ୍ଷ ରୁ ଊଦ୍ଧ୍ୱର୍ ଯୁବପିଢି ସ୍କିଲ ସାଥୀ ପ୍ରୟାସ ମାଧ୍ୟମରେ କ୍ୟାରିଅର କାଉନ୍ସେଲିଂ  ସମ୍ପର୍କିତ ବିଭିନ୍ନ ଉପଦେଶମୂଳକ ତଥ୍ୟ ସମ୍ବନ୍ଧରେ ଜ୍ଞାନ ଆହରଣ କରିଥିଲେ । ଏହି ସମ୍ମିଳନୀ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ରମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା

Blank space

ଏହି କାର୍ଯ୍ୟକ୍ରମରେ  ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାର ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, କୋରାପୁଟ ଏବଂ ବ୍ରହ୍ମପୁର ଆଦି ୫ଟି ସ୍ଥାନ ସହିତ ଭିଡ଼ିଓ  କନ୍ଫରେନ୍ସିଂ ମାଧ୍ୟମରେ ଭୁବନେଶ୍ୱରରୁ ଉକ୍ତ ଅଞ୍ଚଳର ଯୁବପିଢିଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଓଡ଼ିଶାର ୫ ଜଣ ଯୁବ ପ୍ରତିଭାଙ୍କୁ ମଧ୍ୟ ସମ୍ବର୍ନ୍ଧିତ କରାଯାଇଥିଲା । ସେମାନେ ହେଲେ ଶ୍ରୀ ଅମରେନ୍ଦ୍ର ସାହୁ-ପ୍ରତିଷ୍ଠାତା, ନେଷ୍ଟ ଆୱେ, ଫ୍ଲାଇଟ୍ ଲେଫ୍ଟନାଣ୍ଟ ପଲ୍ଲବୀ ମହାପାତ୍ର-ଇଣ୍ଡିଆନ୍ ଏୟାରଫୋର୍ସ, ଶ୍ରୀ ଯୋଗବ୍ୟାସ ଭୋଇ, ଶିକ୍ଷକ ତଥା ଏକମାତ୍ର ଓଡ଼ିଆ ପ୍ରତିଭା ରୂବେ ଯିଏ କି ୫ଟି ମହାଦେଶର ଉଚ୍ଚତମ ପର୍ବତ ଶୃଙ୍ଗ ସଫଳତାର ସହ ଆରୋହଣ କରିଛନ୍ତି, ଶ୍ରୀ ଚିତ୍ତରଞ୍ଜନ ମହାନ୍ତି, ୟୁନାଇଟେଡ଼୍ ନେସନ୍ସ ଐସଋଋଜବ (ହୀରା) ସମ୍ମାନପ୍ରାପ୍ତ ଏବଂ ବିଶାଲ ସିଂ, ପ୍ରତିଷ୍ଠାତା, କୈବଲ୍ୟ ବିଚାର ସେବା ସମିତି (କେଭିଏସ୍ଏସ୍) ଏବଂ ଗ୍ରାମ ସମୃଦ୍ଧି ଟ୍ରଷ୍ଟ । ଗତ ୩ ମାସ ମଧ୍ୟରେ ସ୍କିଲ୍‍ ସାଥୀ ମାଧ୍ୟମରେ ସମଗ୍ର ଦେଶରେ ୧୦ ଲକ୍ଷରୁ ଊଦ୍ଧ୍ୱର୍ ପ୍ରାର୍ଥୀଙ୍କୁ ପରାମର୍ଶ (କାଉନସେଲିଂ) ପ୍ରଦାନ କରାଯାଇଛି । ତନ୍ମଧ୍ୟରୁ ଓଡ଼ିଶାର ୧ ଲକ୍ଷରୁ ଉଦ୍ଧ୍ୱର୍ ଯୁବପିଢିଙ୍କୁ ପରାମର୍ଶ ପ୍ରଦାନ କରାଯାଇଛି । ସ୍କିଲ ଇଣ୍ଡିଆ ମିସନ ଅଧିନରେ ଏହି କାର୍ଯ୍ୟକ୍ରମ ଧନ୍ଦାମୂଳକ ଶିକ୍ଷା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ମନସ୍ତାତ୍ତ୍ୱିକ ପରୀକ୍ଷଣ, ସାକ୍ଷାତକାରକୁ ଆଶାୟୀ ପ୍ରାର୍ଥୀ ପ୍ରତ୍ୟେକ୍ଷ ଭାବେ କିପରି ସାମ୍ନା କରିବେ ତଥା ସେମାନଙ୍କ କ୍ୟାରିୟର ସମ୍ବନ୍ଧୀୟ ସଠିକ ଚୟନ କିପରି କରିବେ ସେ ସମ୍ପର୍କରେ ସୂଚନା ପ୍ରଦାନ କରାଯାଉଛି ।
ଆଜି ଆୟୋଜିତ ହୋଇଥିବା ଏହି ସ୍କିଲ ସାଥୀ ଯୁବ ସମ୍ମିନଳୀ ମାଧ୍ୟମରେ ଓଡ଼ିଶାର ୩୦ ଟି ଜିଲାର ସମସ୍ତ ବ୍ଲକ ଏବଂ ଅର୍ବାନ ଲୋକାଲ୍ ବଡିଜ୍ (ୟୁଏଲ୍ବି) ରେ ପ୍ରାୟ ୨ ଲକ୍ଷରୁ ଊଦ୍ଧ୍ୱର୍ ପ୍ରାର୍ଥୀଙ୍କୁ ପରାମର୍ଶ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ହେଉଛି ସମଗ୍ର  ରାଜ୍ୟରେ ଦକ୍ଷତା ବିକାଶକୁ ଏକ ଶକ୍ତିଶାଳୀ ଆହ୍ୱାନ ରୂପେ ଗ୍ରହଣ କରି ଦେଶରେ ଉପଲବ୍ଧ ବିଭିନ୍ନ ଦକ୍ଷତାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ  ଯୁବପିଢିଙ୍କୁ ପ୍ରେରଣା ଯୋଗାଇବା । ଏହି ସମ୍ମିଳନୀକୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ, କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ  ଅଧିନରେ ଆରମ୍ଭ କରାଯାଇଥିବା ବିଭିନ୍ନ ପ୍ରୟାସର ସାଥୀ ହୋଇ ଯୁବପିଢୀଙ୍କୁ ରୋଜଗାରକ୍ଷମ କରି ଗଢିତୋଳିବାରେ ଓଡ଼ିଶା ସର୍ବଦା  ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛି । ସ୍କିଲ୍‍ ଇଣ୍ଡିଆ ମିସନ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ପ୍ରାର୍ଥୀମାନଙ୍କୁ କ୍ୟାରିୟର୍‍ର ଦିଗ ଓ ସୁଯୋଗ ସମ୍ପର୍କରେ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ଏମ୍‍ଏସ୍‍ଡିଇ ଆନୁକୂଲ୍ୟରେ ଆରମ୍ଭ କରାଯାଇଥିବା ସ୍କିଲ୍‍ ସାଥୀ ହେଉଛି ଜାତୀୟ  ଦକ୍ଷତା ବିକାଶ ନିଗମର କ୍ୟାରିୟର୍‍ ପରାମର୍ଶ କାର୍ଯ୍ୟକ୍ରମ । ସ୍କିଲ୍‍ ସାଥୀ ଯୁବପିଢୀଙ୍କୁ ଧନ୍ଦାମୂଳକ ଶିକ୍ଷା ଏବଂ ଉପଲବ୍ଧ ବଜାର ସୁବିଧା ଯୋଗ ସମ୍ପର୍କରେ ସୂଚନା ପ୍ରଦାନ କରିବା ନିମନ୍ତେ ଏକ ମଡେଲ କାର୍ଯ୍ୟକ୍ରମ ରୂପେ ପ୍ରସ୍ତୁତ କରାଯାଇଛି । ଓଡ଼ିଶାରେ ଥିବା ସାମର୍ଥ୍ୟ  ଏବଂ ଉପଯୁକ୍ତ ଲକ୍ଷ୍ୟ ନେଇ ଓଡ଼ିଶା ଖୁବ ଶୀଘ୍ର ଭାରତରେ ଦକ୍ଷତାର ରାଜଧାନୀ (ସ୍କିଲ୍‍ କ୍ୟାପିଟାଲ୍‍) ହେବ ବୋଲି ମୋର ବିଶ୍ୱାସ । ଏବେ ପ୍ରାର୍ଥୀମାନଙ୍କୁ ସଂଗଠିତ କରିବା ଏବଂ ପରାମର୍ଶ କାର୍ଯ୍ୟକ୍ରମ ଆୟୋଜନ କରାଇବା ଲକ୍ଷ୍ୟ ନେଇ ଓଡ଼ିଶାରେ ‘ସ୍କିଲ ସାଥୀ’ କାର୍ଯ୍ୟକ୍ରମ ଅଧୀନରେ ୧୦ଟି ପରାମର୍ଶ ଆୟୋଜନକାରୀ ସଂସ୍ଥା (ସିଆଇଓ)କୁ ପ୍ୟାନେଲଭୁକ୍ତ କରାଯାଇଛି । ସମସ୍ତ ୪୨୭ ସ୍ଥାନକୁ  ବିଭକ୍ତ କରି ପ୍ୟାନେଲ୍‍ଭୁକ୍ତ ସିଆଇଓଙ୍କୁ ଦାୟିତ୍ୱ ଦିଆଯାଇଛି ।  ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମ୍‍ଏସ୍‍ଡିଇ) ସମ୍ପର୍କରେ: ନିଯୁକ୍ତି ସୁଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ଦକ୍ଷତା ବିକାଶ ମାଧ୍ୟମରେ ଦକ୍ଷ କାର୍ଯ୍ୟବଳର ଚାହିଦା ଓ ଯୋଗାଣ ମଧ୍ୟରେ ପାର୍ଥକ୍ୟକୁ ପୂରଣ କରିବା  ଏବଂ ଯୁବ ଉଦ୍ୟୋଗୀ ଶିକ୍ଷା ତଥା ସାମର୍ଥ୍ୟ ବୃଦ୍ଧି ଲକ୍ଷ୍ୟରେ ଭାରତ ସରକାରଙ୍କ ଦ୍ୱାରା ୨୦୧୪ ନଭେମ୍ବର ୯ ତାରିଖରେ ଏମ୍‍ଏସ୍‍ଡିଇ  ଗଠନ କରାଯାଇଥିଲା । ସର୍ବଦା ପରିବର୍ତ୍ତନଶୀଳ ଦକ୍ଷତା ବଜାରରେ ସମୟୋପଯୋଗୀ ରହିବାକୁ କେବେଳ ଏବେକାର କାମ ନୁହେଁ  ଏଥିସହିତ ଆଗାମୀ ଦିନରେ ସୃଷ୍ଟି ହେବାକୁ ଥିବା କାମ ପାଇଁ ଏହା ମାଧ୍ୟମରେ ନୂତନ ଦକ୍ଷତା ଏବଂ ସୃଜନାତ୍ମକ ଚିନ୍ତାଧାରାର ଉପଲବ୍ଧତା  ପାଇଁ ଲକ୍ଷ୍ୟ ରଖାଯାଇଛି । ଏମ୍‍ଏସ୍‍ଡିଇର ସ୍କିଲ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଯୁବ ଭାରତକୁ ଦକ୍ଷ କରିବା ପାଇଁ ପ୍ରମୁଖ ଯୋଜନା  ମଧ୍ୟରେ ରହିଛି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମ୍‍କେଭିୱାଇ), ନ୍ୟାସନାଲ୍‍ ଆପ୍ରେଣ୍ଟିକସିପ୍‍ ପ୍ରମୋସନ ସ୍କିମ୍‍ (ଏନ୍‍ଏପିଏସ୍‍)
ଇତ୍ୟାଦି ।

Mo sapath

Leave A Reply

Your email address will not be published.