ନିରପେକ୍ଷ ଖବର: ଭୁବନେସ୍ଵର, ୧୯ ମାର୍ଚ୍ଚ, ୨୦୧୯
ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ମତଦାନ ନିମନ୍ତେ ୧୪୬-ମାଲକାନଗିରି ବିଧାନସଭା ପାଇଁ ଜଣେ, ୧୩୨-ଗୋପାଳପୁର ବିଧାନସଭା ପାଇଁ ଜଣେ ଏବଂ ୧୩୩-ବ୍ରହ୍ମପୁର ବିଧାନସଭା ପାଇଁ ଜଣେ ପ୍ରାର୍ଥୀ ସେମାନଙ୍କର
ନାମାଙ୍କର ପତ୍ର ଦାଖଲ କରିଛନ୍ତି । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନିମନ୍ତେ ୧୯-ଆସ୍କା ଲୋକସଭା ଆସନ ପାଇଁ ଜଣେ ଏବଂ ୭୦- କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ଜଣେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ବିଧାନସଭା ପାଇଁ ମୋଟ ୪ ଜଣ
ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଲୋକସଭା ଆସନ ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
