ବାରିପଦା ନିରପେକ୍ଷ ଖବର:ତା:୨୭ ବୁଧବାର ରାତି 12ଟା ସମୟ ରେ ଭୁବନେଶ୍ୱର ରୁ ବାରିପଦା ଆସୁଥିବା କଳ୍ପନା(ମା ମଙ୍ଗଳା) ନାମକ ଏକ ଘରୋଇ ବସ ବେତାନଟି ନିକଟସ୍ଥ ଆଗରିଆ ପାଖରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି ଓ 10 ଜଣ ଗୁରୁତର ଅବସ୍ଥା ରେ ଚିକିତ୍ସିତ ହେଉଛନ୍ତି ସେଥି ମଧ୍ୟରୁ 3 ଜଣ କଟକ ବଡ ହସ୍ପିଟାଲ କୁ ସ୍ଥାନାନ୍ତର ହୋଇଛନ୍ତି। ବିପରୀତ ପାର୍ଶ୍ୱ ରୁ ଆସୁଥିବା ଏକ ଲୁହା ବୋଝେଇ ଟ୍ରଲର ସହ ଧକ୍କା ହେବା ଫଳରେ ଏ ଦୁର୍ଘଟଣା ଘଟିଛି। ବସ ଚାଳକ ଓ ହେଲପର ଦୁହେଁ ଫେରାର ଅଛନ୍ତି। ସୂଚନା ଅନୁସାରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରା ଯାଉଛି।
